କନ୍ଧମାଳ ଜିଲ୍ଲାର ଫୁଲବାଣୀକୁ ରେଳ ମାନଚିତ୍ରରେ ସଂଯୋଗ କରାଯିବ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଦଶପଲ୍ଲା ,୬ା୧: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଦଶପଲ୍ଲା ରେଳଷ୍ଟେସନ୍ ଠାରେ ୪ଟି ଟ୍ରେନ୍ର ସମ୍ପ୍ରସାରଣର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ୍, ଭୁବନେଶ୍ୱର – ନୂଆଗାଁ ରୋଡ଼ ପାସେଞର ସ୍ପେଶାଲ,ପୁରୀ-ନୂଆଗାଁ ରୋଡ଼ ପାସେଞ୍ଜର ସ୍ପେଶାଲ, ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନ ଗୁଡ଼ିକର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି। ଏଥିସହିତ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଖୋର୍ଦ୍ଧାବଲାଙ୍ଗୀର ରେଳଲାଇନ୍ର ନୂଆଗାଁ ରୋଡ, ଦଶପଲ୍ଲା ରେଳ ସେକସନ୍ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ […] The post କନ୍ଧମାଳ ଜିଲ୍ଲାର ଫୁଲବାଣୀକୁ ରେଳ ମାନଚିତ୍ରରେ ସଂଯୋଗ କରାଯିବ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ appeared first on Dharitri Odia News.
ଦଶପଲ୍ଲା ,୬ା୧: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୟାଗଡ଼ ଜିଲ୍ଲା ଗସ୍ତରେ ଆସି ଦଶପଲ୍ଲା ରେଳଷ୍ଟେସନ୍ ଠାରେ ୪ଟି ଟ୍ରେନ୍ର ସମ୍ପ୍ରସାରଣର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱର-ନୟାଗଡ଼ ଟାଉନ ଏକ୍ସପ୍ରେସ୍, ଭୁବନେଶ୍ୱର – ନୂଆଗାଁ ରୋଡ଼ ପାସେଞର ସ୍ପେଶାଲ,ପୁରୀ-ନୂଆଗାଁ ରୋଡ଼ ପାସେଞ୍ଜର ସ୍ପେଶାଲ, ଭଦ୍ରକ-ନୟାଗଡ଼ ଟାଉନ ମେମୁ ଟ୍ରେନ ଗୁଡ଼ିକର ଦଶପଲ୍ଲା ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଛି।
ଏଥିସହିତ ମନ୍ତ୍ରୀ ଶ୍ରୀ ବୈଷ୍ଣବ ଖୋର୍ଦ୍ଧାବଲାଙ୍ଗୀର ରେଳଲାଇନ୍ର ନୂଆଗାଁ ରୋଡ, ଦଶପଲ୍ଲା ରେଳ ସେକସନ୍ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଶ୍ରୀ ବୈଷ୍ଣବ କହିଛନ୍ତି, ଖୋର୍ଦ୍ଧାବଲାଙ୍ଗୀର ରେଳ ଲାଇନ୍ ସହିତ କଣ୍ଟିଲୋ ଏବଂ ଖଣ୍ଡପଡ଼ାକୁ ଯୋଡ଼ିବା ପାଇଁ ଯୋଜନା କରାଯାଉଛି। ଫୁଲବାଣୀକୁ ରେଳ ମାନଚିତ୍ରରେ ସଂଯୋଗ କରାଯିବ ବୋଲି ରେଳମନ୍ତ୍ରୀ କହିଛନ୍ତି।
ସେ କହିଛନ୍ତି, ଗୋପାଳପୁରରେଢାଖୋଲ ନୂଆ ରେଳ ଲାଇନ୍ ପ୍ରକଳ୍ପର ସମୀକ୍ଷା କରାଯିବ ଏବଂ କନ୍ଧମାଳର ଜିଲ୍ଲାର ଫୁଣବାଣୀକୁ ରେଳ ମାନଚିତ୍ର ସହିତ ସଂଯୋଗ
କରାଯିବ। ଏଥିସହିତ ରେଳମନ୍ତ୍ରୀ ଭୁବନେଶ୍ୱର ଆସି ରେଳଷ୍ଟେସନ୍ରେ ଚାଲିଥିବା ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରିଥିଲେ।
The post କନ୍ଧମାଳ ଜିଲ୍ଲାର ଫୁଲବାଣୀକୁ ରେଳ ମାନଚିତ୍ରରେ ସଂଯୋଗ କରାଯିବ: ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ appeared first on Dharitri Odia News.