ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ, ଅଧା ନଣ୍ଡା କରି ଆଣ୍ଠେଇବା ସହ ମାଡ ମାରି ନର୍ଦ୍ଦମା ପାଣି ପିଆଇଲେ

ଅନୁଗୁଳ: ଅମଣିଷ ପାଲଟିଗଲା ମଣିଷ । ନିର୍ଯାତନାର ଚରମ ସୀମା ପାର ହେଲା । ସତ ନ ପରଖି ଗାଁ ଦାଣ୍ଡରେ କଲେ କଙ୍ଗାରୁ କୋର୍ଟ l ଦୁଇ ଜଣ ଦଳିତ ଲୋକଙ୍କୁ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ଆଣ୍ଠେଇଲେ। ପରେ ଆଣ୍ଠେଇ କରି ଦୁଇ କିଲୋ ମିଟର ଚଲେଇବା ସହ ନର୍ଦ୍ଦମା ପାଣି ପିଆଇଲେ l ଏଭଳି ମାନବିକତା ଶୂନ୍ୟ କାଣ୍ଡ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଖାରିଗୁମ୍ମା ଗାଁରେ l ଖାରିଗୁମ୍ମା […] The post ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ, ଅଧା ନଣ୍ଡା କରି ଆଣ୍ଠେଇବା ସହ ମାଡ ମାରି ନର୍ଦ୍ଦମା ପାଣି ପିଆଇଲେ appeared first on KNews Odisha.

ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ, ଅଧା ନଣ୍ଡା କରି ଆଣ୍ଠେଇବା ସହ ମାଡ ମାରି ନର୍ଦ୍ଦମା ପାଣି ପିଆଇଲେ

ଅନୁଗୁଳ: ଅମଣିଷ ପାଲଟିଗଲା ମଣିଷ । ନିର୍ଯାତନାର ଚରମ ସୀମା ପାର ହେଲା । ସତ ନ ପରଖି ଗାଁ ଦାଣ୍ଡରେ କଲେ କଙ୍ଗାରୁ କୋର୍ଟ l ଦୁଇ ଜଣ ଦଳିତ ଲୋକଙ୍କୁ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ଆଣ୍ଠେଇଲେ। ପରେ ଆଣ୍ଠେଇ କରି ଦୁଇ କିଲୋ ମିଟର ଚଲେଇବା ସହ ନର୍ଦ୍ଦମା ପାଣି ପିଆଇଲେ l ଏଭଳି ମାନବିକତା ଶୂନ୍ୟ କାଣ୍ଡ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଖାରିଗୁମ୍ମା ଗାଁରେ l

ଖାରିଗୁମ୍ମା ଗାଁର ଦୁଇ ଜଣ ଦଳିତ ବ୍ୟକ୍ତି ଝିଅକୁ ଯୌତୁକ ଦେବା ପାଇଁ ହରିପୁରରୁ ତିନିଟି ଗାଈ ଧରି ସିଙ୍ଗିପୁର ଯାଉଥିଲେ । ଏତିକି ବେଳେ ଖାରିଗୁମ୍ମାଠାରେ ତାଙ୍କୁ କିଛି ଲୋକ ଅଟକାଇବା ସହ ଗୋ ଚାଲାଣ କରୁଥିବା କହି ପଇସା ମାଗିଥିଲେ l ପଇସା ନଦେବାରୁ ଦୁଇ ନିରୀହ ଲୋକକୁ ମାଡ଼ ମାରିବା ସହ ସେଲୁନରେ ଅଧା ଲଣ୍ଡା କରି ଦେଇଥିଲେ l ଏଭଳି ନିର୍ଯାତନା ଆଖିରେ ଦେଖି ହେବନାହିଁ । ସେମାନଙ୍କୁ ଅଧା ଲଣ୍ଡା କରି ଦୁଇ ବ୍ୟକ୍ତିଙ୍କୁ ଖାରିଗୁମ୍ମାରୁ ଜହାଡା ଯାଏଁ ପାଖାପାଖି ଦୁଇ କିଲୋମିଟର ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲାଇ ଥିଲେ l ଦୁଇ ଦଳିତକୁ ଘାସ ଖାଇବାକୁ ଦେବା ସହ ନର୍ଦ୍ଦମାର ମଇଳା ପାଣି ପିଇବାକୁ ବାଧ୍ୟ କରିଥିବା ଅଭିଯୋଗ ହୋଇଛି l

ତେବେ ସୁଯୋଗ ପାଇ ଦୁଇ ଜଣ ବ୍ୟକ୍ତି ସେଠାରୁ ଖସି ପଳାଇ ଆସିଥିଲେ । ଘଟଣାକୁ ନେଇ ଧରାକୋଟ ଥାନାରେ ସେମାନେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୁକ୍ତଙ୍କ ମୁଣ୍ଡ ଆଉ ପିଠିରେ ଗଭୀର ଆଘାତ ଲାଗିଛି । ଧରାକୋଟ ପୋଲିସ ଦୁହିଁଙ୍କୁ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ଏହି ଘଟଣାରେ ଅଧିକ ତଦନ୍ତ ଚଳାଇଛି l… ସେପଟେ ନିର୍ଯାତନା ପୂର୍ବରୁ ଏମାନଙ୍କୁ ଟଙ୍କା ମାଗିବା ଖବର ପାଇ ଦୁଇ ପୀଡ଼ିତଙ୍କର ଜଣେ ପଡ଼ୋଶୀ ଅଭିଯୁକ୍ତମାନଙ୍କୁ ଫୋନ୍ କରିଥିଲେ । ସେମାନଙ୍କୁ ଛାଡ଼ି ଦେବା ସହ ଗାଈକୁ ଫେରାଇବା ପାଇଁ କହିଥିଲେ । କିନ୍ତୁ ଅଭିଯୁକ୍ତମାନେ ୩୦ ହଜାର ଟଙ୍କା ନଦେଲେ ଛାଡ଼ିବେ ନାହିଁ ବୋଲି କହିଥିଲେ । ଏତେ ଗୁଡାଏ ଟଙ୍କା ଦେଇ ପାରିବେ ନାହିଁ ବୋଲି ପୀଡ଼ିତ ଦୁଇ ଜଣ କହିବା ପରେ ଭୟଙ୍କର ନିର୍ଯାତନା ଆରମ୍ଭ ହୋଇ ଯାଇଥିଲା ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା ।

also read:ଛାତ ଉପରୁ ନଜର ରଖିବେ NSG ସ୍ନାଇପର, ଆଉ ମାତ୍ର ୪ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା

The post ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ, ଅଧା ନଣ୍ଡା କରି ଆଣ୍ଠେଇବା ସହ ମାଡ ମାରି ନର୍ଦ୍ଦମା ପାଣି ପିଆଇଲେ appeared first on KNews Odisha.