ଓଡ଼ିଶା ଇତିହାସରେ ପ୍ରଥମ, ରାଜଧାନୀରୁ ଜବତ ହେଲା ମାରାତ୍ମକ ସିନ୍ଥେଟିକ୍ ଡ୍ରଗ୍ସ

ଭୁବନେଶ୍ୱର ୨୪।୦୭ : ରାଜଧାନୀରୁ ମାରାତ୍ମକ ସିନ୍ଥେଟିକ୍‌ ଡ୍ରଗ୍ସ ଠାବ । ଡ୍ରଗ୍ସ ରଖିବା ଅଭିଯୋଗରେ ଆର୍ଯ୍ୟମାନ ପଟ୍ଟନାୟକଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ୨୩ ବର୍ଷୀୟ ଯୁବକଙ୍କ ପାଖକୁ ଆସିଥିଲା ପାର୍ସଲ। ସେ ଡାର୍କଓ୍ୱେବ୍‌ ଜରିଆରେ ମଗାଇଥିବା କହିଛନ୍ତି ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି )।  ମିଳିଥିବା ସୂଚନା ଅନୁସାରେ, ସିନ୍ଥେଟିକ୍‌ ଡ୍ରଗ୍ସକୁ ଗିରଫ ଯୁବକ ୟୁରୋପ୍‌ରୁ ଡାର୍କଓ୍ୱେବ୍‌ ଜରିଆରେ ମଗାଇଥିଲେ । ଏହି ପାର୍ସଲରେ ୧୫ରୁ ୧୬ଟି ଏଲ୍‌ଏସ୍‌ଡି ଆର୍ଯ୍ୟମାନଙ୍କ ଘରେ ପହଞ୍ଚିଥିଲା । ଏହି ନିଶାଦ୍ରବ୍ୟ ଭର୍ତ୍ତି ପାର୍ସଲଟି ଏକ ଜାହାଜ ଯୋଗେ ଓଡ଼ିଶା ଆସିଥିଲା । କଷ୍ଟମ ଅଧିକାରୀମାନେ ପାରାଦୀପ ବନ୍ଦରରେ କାର୍ଗୋ ଡିପୋ ଯାଞ୍ଚ କରିବା ବେଳେ ଏହି ପାର୍ସଲରେ ଡ୍ରଗ୍ସ ଥିବା ଜାଣିଥିଲେ । କଷ୍ଟମ ଅଧିକାରୀଙ୍କ ଠାରୁ ଏନ୍‌ସିବି ଏହି ଖବର ପାଇବା ପରେ ଅର୍ଡର କରିଥିବା ବ୍ୟକ୍ତିଙ୍କୁ ଗିରଫ ପାଇଁ ବିଛାଇଥିଲା ଜାଲ। ପରେ ଆର୍ଯ୍ୟମାନ ରହୁଥିବା ଭୁବନେଶ୍ୱର ସ୍ଥିତ ମୈତ୍ରୀବିହାରରେ ଏହି ନିଶାଦ୍ରବ୍ୟ ପହଞ୍ଚିଥିଲା। ଯାହାକୁ କାବୁ କରିଥିଲେ ଏନ୍‌ସିବି ଅଧିକାରୀ । ଜବତ ହୋଇଥିବା ଡ୍ରଗ୍ସର ଦାମ୍‌ ୧୫୦୦ରୁ ୧୬୦୦ ଡଲାର ହେବ। ଯାହାକି ଭାରତୀୟ ମୁଦ୍ରାରେ ୧.୫ ଲକ୍ଷରୁ ଅଧିକ ବୋଲି ଏନ୍‌ସିବି ଅନୁମାନ କରୁଛି ।ତେବେ ଏହାକୁ ଅର୍ଡର କରିଥିବା ଯୁବକ ଭୁବନେଶ୍ୱରର ବାସିନ୍ଦା। ସେ ଦିଲ୍ଲୀ ନୋଏଡ଼ାର ଏକ

ଓଡ଼ିଶା ଇତିହାସରେ ପ୍ରଥମ, ରାଜଧାନୀରୁ ଜବତ ହେଲା ମାରାତ୍ମକ ସିନ୍ଥେଟିକ୍ ଡ୍ରଗ୍ସ

ଭୁବନେଶ୍ୱର ୨୪।୦୭ : ରାଜଧାନୀରୁ ମାରାତ୍ମକ ସିନ୍ଥେଟିକ୍‌ ଡ୍ରଗ୍ସ ଠାବ । ଡ୍ରଗ୍ସ ରଖିବା ଅଭିଯୋଗରେ ଆର୍ଯ୍ୟମାନ ପଟ୍ଟନାୟକଙ୍କୁ ଗିରଫ କରିଛି ପୋଲିସ । ଗିରଫ ହୋଇଥିବା ୨୩ ବର୍ଷୀୟ ଯୁବକଙ୍କ ପାଖକୁ ଆସିଥିଲା ପାର୍ସଲ। ସେ ଡାର୍କଓ୍ୱେବ୍‌ ଜରିଆରେ ମଗାଇଥିବା କହିଛନ୍ତି ନାର୍କୋଟିକ୍‌ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି )।  

ମିଳିଥିବା ସୂଚନା ଅନୁସାରେ, ସିନ୍ଥେଟିକ୍‌ ଡ୍ରଗ୍ସକୁ ଗିରଫ ଯୁବକ ୟୁରୋପ୍‌ରୁ ଡାର୍କଓ୍ୱେବ୍‌ ଜରିଆରେ ମଗାଇଥିଲେ । ଏହି ପାର୍ସଲରେ ୧୫ରୁ ୧୬ଟି ଏଲ୍‌ଏସ୍‌ଡି ଆର୍ଯ୍ୟମାନଙ୍କ ଘରେ ପହଞ୍ଚିଥିଲା । ଏହି ନିଶାଦ୍ରବ୍ୟ ଭର୍ତ୍ତି ପାର୍ସଲଟି ଏକ ଜାହାଜ ଯୋଗେ ଓଡ଼ିଶା ଆସିଥିଲା । କଷ୍ଟମ ଅଧିକାରୀମାନେ ପାରାଦୀପ ବନ୍ଦରରେ କାର୍ଗୋ ଡିପୋ ଯାଞ୍ଚ କରିବା ବେଳେ ଏହି ପାର୍ସଲରେ ଡ୍ରଗ୍ସ ଥିବା ଜାଣିଥିଲେ । କଷ୍ଟମ ଅଧିକାରୀଙ୍କ ଠାରୁ ଏନ୍‌ସିବି ଏହି ଖବର ପାଇବା ପରେ ଅର୍ଡର କରିଥିବା ବ୍ୟକ୍ତିଙ୍କୁ ଗିରଫ ପାଇଁ ବିଛାଇଥିଲା ଜାଲ। ପରେ ଆର୍ଯ୍ୟମାନ ରହୁଥିବା ଭୁବନେଶ୍ୱର ସ୍ଥିତ ମୈତ୍ରୀବିହାରରେ ଏହି ନିଶାଦ୍ରବ୍ୟ ପହଞ୍ଚିଥିଲା। ଯାହାକୁ କାବୁ କରିଥିଲେ ଏନ୍‌ସିବି ଅଧିକାରୀ । ଜବତ ହୋଇଥିବା ଡ୍ରଗ୍ସର ଦାମ୍‌ ୧୫୦୦ରୁ ୧୬୦୦ ଡଲାର ହେବ। ଯାହାକି ଭାରତୀୟ ମୁଦ୍ରାରେ ୧.୫ ଲକ୍ଷରୁ ଅଧିକ ବୋଲି ଏନ୍‌ସିବି ଅନୁମାନ କରୁଛି ।

ତେବେ ଏହାକୁ ଅର୍ଡର କରିଥିବା ଯୁବକ ଭୁବନେଶ୍ୱରର ବାସିନ୍ଦା। ସେ ଦିଲ୍ଲୀ ନୋଏଡ଼ାର ଏକ ଶିକ୍ଷାନୁଷ୍ଠାନରୁ ଇଞ୍ଜିନିୟରିଂ ପାସ୍‌ କରିଥିଲେ । ପାଠ ପଢା ସରିବା ପରେ ସେ ଭୁବନେଶ୍ୱରରେ ଆସି ଭଡ଼ାରେ ରହୁଥିଲେ । ନୋଏଡାର ପଢୁଥିବା ବେଳେ ସାଙ୍ଗମାନଙ୍କ ସହି ମିଶି ନିଶାଦ୍ରବ୍ୟ ଖାଇବା ଆରମ୍ଭ କରିଥିଲେ । ଆଉ ଧୀରେ ଧୀରେ ସେ ଏହି ସିଣ୍ଡିକେଟ୍‌ର ସଦସ୍ୟ ପାଲଟି ଡାର୍କଓ୍ୱେବ୍‌ରୁ ଡ୍ରଗ୍ସ ମଗାଇବାର ତରିକା ଶିଖିଥିଲେ । ତେବେ ସେ ଏହି ସିକ୍ରେଟ୍‌ ଓ୍ୱେବ୍‌ ଜରିଆରେ କେବେଠୁ ଡ୍ରଗ୍ସ ମଗାଉଥିଲେ ? କେବଳ ନିଶାଦ୍ରବ୍ୟ ମଗାଉଥିଲେ ନା, ଆଉ କିଛି ? ସେନେଇ ତଦନ୍ତ ଚାଲିଛି । ଅଧିକାଂଶ ଉଚ୍ଚଶିକ୍ଷିତ ଓ ସମ୍ଭ୍ରାନ୍ତ ଶ୍ରେଣୀୟ  ନିଶାଡି଼ ହିଁ ଡାର୍କୱେବ୍‌ ଭଳି ସିକ୍ରେଟ୍‌ ୱେବ୍‌ସାଇଟ୍‌କୁ  ଅସ୍ତ୍ର କରିଥାନ୍ତି । ଏହି ଡାର୍କୱେବ୍‌ ଜରିଆରେ ନିଶାଦ୍ରବ୍ୟ   ମଗାଇଲେ ପୁଲିସ ଦ୍ୱାରା ଧରାପଡି଼ବାର ଆଶଙ୍କା କମ୍‌  ରହୁଥିବାରୁ ହାଇପ୍ରୋଫାଇଲ ନିଶାଡି଼ମାନଙ୍କ ପ୍ରଥମ ପସନ୍ଦ ପାଲଟିଛି ଡାର୍କୱେବ୍‌।