ନିର୍ଦ୍ଦେଶ ସତ୍ତ୍ୱେ ଶୁଣିଲେନି ସେବାୟତ, ରଥ ଉପରକୁ ମୋବାଇଲ ନେଇ…

ପୁରୀ,୧୫।୭: କଡ଼ା ଚେତାବନୀ ସତ୍ତ୍ବେ ବାହୁଡ଼ା ଯାତ୍ରାରେ ସେବାୟତମାନେ ମୋବାଇଲ ଧରି ଭିଡିଓ କରୁଥିବାର ଦେଖିବାକୁ ମିଳିଛି। ଜଣେ କି ଦୁଇଜଣ ନୁହେଁ ଅନେକ ସେବାୟତ ରଥ ଉପରେ ମୋବାଇଲ ଧରି ଭିଡିଓ କରିବାର ଚିତ୍ର ଦେଖିବା ପରେ ସେବାୟତ ବଡ ନା ମୁଖ୍ୟ ପ୍ରଶାସକ ବଡ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବଳଭଦ୍ରଙ୍କ ପହଣ୍ଡି ଅଘଟଣ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କଡ଼ା ଚେତାବନୀ ଦେଇ କହିଥିଲେ, ରଥ ଉପରକୁ […] The post ନିର୍ଦ୍ଦେଶ ସତ୍ତ୍ୱେ ଶୁଣିଲେନି ସେବାୟତ, ରଥ ଉପରକୁ ମୋବାଇଲ ନେଇ… appeared first on Dharitri Odia News.

ନିର୍ଦ୍ଦେଶ ସତ୍ତ୍ୱେ ଶୁଣିଲେନି ସେବାୟତ, ରଥ ଉପରକୁ ମୋବାଇଲ ନେଇ…

ପୁରୀ,୧୫।୭: କଡ଼ା ଚେତାବନୀ ସତ୍ତ୍ବେ ବାହୁଡ଼ା ଯାତ୍ରାରେ ସେବାୟତମାନେ ମୋବାଇଲ ଧରି ଭିଡିଓ କରୁଥିବାର ଦେଖିବାକୁ ମିଳିଛି। ଜଣେ କି ଦୁଇଜଣ ନୁହେଁ ଅନେକ ସେବାୟତ ରଥ ଉପରେ ମୋବାଇଲ ଧରି ଭିଡିଓ କରିବାର ଚିତ୍ର ଦେଖିବା ପରେ ସେବାୟତ ବଡ ନା ମୁଖ୍ୟ ପ୍ରଶାସକ ବଡ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବଳଭଦ୍ରଙ୍କ ପହଣ୍ଡି ଅଘଟଣ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କଡ଼ା ଚେତାବନୀ ଦେଇ କହିଥିଲେ, ରଥ ଉପରକୁ ସେବାୟତମାନେ ମୋବାଇଲ ନେଇପାରିବେ ନାହିଁ। ଏଥିସହ ବିଶୃଙ୍ଖଳିତ ଆଚରଣ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ। ସେହପରି ରଥ ଉପରକୁ ଅନୁମତି ପାଇନଥିବା ସେବାୟତ ଓ ଅଣସେବାୟତମାନେ ଚଢିପାରିବେ ନାହିଁ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ କଡା ନିର୍ଦ୍ଦେଶ ଦେଇଥିଲେ। ହେଲେ ନିୟମକୁ ଫୁ କରି ଆଜି ଜଣେ ଅଣସେବାୟତ ସେବାୟତ ବେଶରେ ଦର୍ପଦଳନ ରଥରେ ଚଢ଼ିଯାଇଥିଲେ। ଏହା ପରେ ନିଜେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ହାତ ଧରି ତାଙ୍କୁ ଟାଣି ଟାଣି ଓହ୍ଲାଇଦେଇଥିଲେ।

The post ନିର୍ଦ୍ଦେଶ ସତ୍ତ୍ୱେ ଶୁଣିଲେନି ସେବାୟତ, ରଥ ଉପରକୁ ମୋବାଇଲ ନେଇ… appeared first on Dharitri Odia News.