ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ
ଡାଳିମ୍ବରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ… ଭିଟାମିନ୍ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ଡାଳିମ୍ବ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଶରୀର ପାଇଁ ବେଶ୍ ଉପକାରୀ। ଏଥିରେ ଏଭଳି ତତ୍ତ୍ୱ ଭରି ରହିଛି, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାଓ୍ବାରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ। ଡାଳିମ୍ବ ଖାଇଲେ ପାଚନ କ୍ରିୟାକୁ ଆହୁରି ସକ୍ରିୟ କରେ। ପେଟଜନିତ କିଛି ସମସ୍ୟା ରହିଛି କି? ଯଦି […] The post ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ appeared first on Dharitri Odia News.
ଡାଳିମ୍ବରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପଯୋଗୀ ଗୁଣ ଭରି ରହିଛି। ଜାଣନ୍ତୁ ସେ ସମ୍ପର୍କରେ…
ଭିଟାମିନ୍ ‘ସି’ର ଅନ୍ୟତମ ପ୍ରମୁଖ ଉତ୍ସ ହେଉଛି ଡାଳିମ୍ବ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ଶରୀର ପାଇଁ ବେଶ୍ ଉପକାରୀ।
ଏଥିରେ ଏଭଳି ତତ୍ତ୍ୱ ଭରି ରହିଛି, ଯାହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାଓ୍ବାରକୁ ବୃଦ୍ଧି କରିବାରେ ସହାୟକ ହୋଇଥାଏ।
ଡାଳିମ୍ବ ଖାଇଲେ ପାଚନ କ୍ରିୟାକୁ ଆହୁରି ସକ୍ରିୟ କରେ।
ପେଟଜନିତ କିଛି ସମସ୍ୟା ରହିଛି କି? ଯଦି ହଁ, ତେବେ ନିୟମିତ ଡାଳିମ୍ବ ଖାଇଲେ ସେଥିରୁ କେତେକାଂଶରେ ଉପଶମ ମିଳିଥାଏ।
ଡାଳିମ୍ବରେ କ୍ୟାନ୍ସର ସହ ଲଢ଼ିବା କ୍ଷମତା ମଧ୍ୟ ରହିଛି ବୋଲି ୟୁନିଭର୍ସିଟି ଅଫ ଓ୍ବାଶିଂଟନର କ୍ୟାନ୍ସର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି। ଏହାକୁ ନିୟମିତ ଖାଇଲେ ଜଣେ କ୍ୟାନ୍ସର ରୋଗୀ ଏହାର ଯନ୍ତ୍ରଣାକୁ କେତେକାଂଶରେ ଉପଶମ ଲାଭ କରିଥାଏ।
ଏଥିରେ ଫଲିକ୍ ଏସିଡ୍ ତତ୍ତ୍ୱ ରହିଛି। ଡାଳିମ୍ବକୁ ଜଣେ ରକ୍ତଚାପ ରୋଗୀ ଦୈନନ୍ଦିନ ଖାଦ୍ୟରେ ସାମିଲ କରିପାରନ୍ତି।
ରକ୍ତ ସଞ୍ଚାଳନକୁ ଆହୁରି ସକ୍ରିୟ କରିଥାଏ ଡାଳିମ୍ବ।
ଡାଳିମ୍ବ ଖାଇଲେ ତାହା ଦାନ୍ତକୁ ସୁସ୍ଥ ଏବଂ ମଜଭୁତ ରଖେ।
The post ଖାଆନ୍ତୁ ଡାଳିମ୍ବ: ଦୂର ହେବ ଏସବୁ ରୋଗ appeared first on Dharitri Odia News.