ଭାଜପା ଉପରେ ଭରସା ଥିବାରୁ ଅରୁଣାଚଳବାସୀଙ୍କୁ ଧନ୍ୟବାଦ ଦେଲେ ମୋଦି
ନୂଆଦିଲ୍ଲୀ,୨।୬: ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ବହୁମତ ହାସଲ କରିଛି। ରବିବାର ଅର୍ଥାତ୍ ଜୁନ ୨ରେ ଆସିଥିବା ଫଳାଫଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଭାଜପା ଉପରେ ଆପଣମାନଙ୍କ ବିଶ୍ୱାସ ଥିବାରୁ ଧନ୍ୟବାଦ। ଏଥର ରାଜ୍ୟର ଅଗ୍ରଗତି ପାଇଁ ସରକାର ବିଶ୍ୱାସର ସହ ଜୋରସୋରରେ କାମ କରିବ। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ରବିବାର ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଆସିଥିଲା। ଏଥିରେ ଭାଜପା […] The post ଭାଜପା ଉପରେ ଭରସା ଥିବାରୁ ଅରୁଣାଚଳବାସୀଙ୍କୁ ଧନ୍ୟବାଦ ଦେଲେ ମୋଦି appeared first on Dharitri Odia News.
ନୂଆଦିଲ୍ଲୀ,୨।୬: ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା) ବହୁମତ ହାସଲ କରିଛି। ରବିବାର ଅର୍ଥାତ୍ ଜୁନ ୨ରେ ଆସିଥିବା ଫଳାଫଳ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅରୁଣାଚଳବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ଭାଜପା ଉପରେ ଆପଣମାନଙ୍କ ବିଶ୍ୱାସ ଥିବାରୁ ଧନ୍ୟବାଦ। ଏଥର ରାଜ୍ୟର ଅଗ୍ରଗତି ପାଇଁ ସରକାର ବିଶ୍ୱାସର ସହ ଜୋରସୋରରେ କାମ କରିବ।
ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ରବିବାର ଅରୁଣାଚଳ ପ୍ରଦେଶ ବିଧାନସଭା ନିର୍ବାଚନର ଫଳାଫଳ ଆସିଥିଲା। ଏଥିରେ ଭାଜପା ମୋଟ ୬୦ ଆସନରୁ ୪୬ରେ ବିଜୟ ଲାଭ କରି ସଂଖ୍ୟା ଗରିଷ୍ଠତା ହାସଲ କରିଛି। ଏହାସହ ଭାଜପା ରାଜ୍ୟରେ ତୃତୀୟ ଥର ଲାଗି ସରକାର ଗଠନ କରିବାକୁ ଯାଉଛି।
The post ଭାଜପା ଉପରେ ଭରସା ଥିବାରୁ ଅରୁଣାଚଳବାସୀଙ୍କୁ ଧନ୍ୟବାଦ ଦେଲେ ମୋଦି appeared first on Dharitri Odia News.