ପିଏମ୍ ଜନଧନକୁ ନେଇ ଆସିଲା ବଡ଼ ଖବର! କ’ଣ ବନ୍ଦ ହୋଇଯିବ ଆପଣଙ୍କ ଆକାଉଣ୍ଟ? ଜାଣନ୍ତୁ ସରକାର…
ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଭାରତୀୟ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଯୋଜନା। ଏହି ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। କିଛିଦିନ ଧରି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ ସରକାର ଚାଲୁ ନ ଥିବା ପିଏମ୍ ଜନଧନ ଖାତାକୁ ବନ୍ଦ କରିବାର ଯୋଜନା କରୁଛନ୍ତି। ଏହାପରେ ଏହି ଯୋଜନା ଅଧିନରେ ଆକାଉଣ୍ଟ ଖୋଲିଥିବା ଅନେକେ ଚିନ୍ତାରେ ପଡ଼ିଯାଇଥିଲେ। ଏବେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ବଡ଼ ଅପ୍ଡେଟ୍ ସାମ୍ନାକୁ ଆସିଛି, ଆସନ୍ତୁ […] The post ପିଏମ୍ ଜନଧନକୁ ନେଇ ଆସିଲା ବଡ଼ ଖବର! କ’ଣ ବନ୍ଦ ହୋଇଯିବ ଆପଣଙ୍କ ଆକାଉଣ୍ଟ? ଜାଣନ୍ତୁ ସରକାର… appeared first on Dharitri Odia News.
ନୂଆଦିଲ୍ଲୀ,୧୩।୭: ପ୍ରଧାନମନ୍ତ୍ରୀ ଜନଧନ ଯୋଜନା, ଭାରତୀୟ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସ୍ବତନ୍ତ୍ର ଯୋଜନା। ଏହି ଯୋଜନାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। କିଛିଦିନ ଧରି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଉଥିଲା ଯେ ସରକାର ଚାଲୁ ନ ଥିବା ପିଏମ୍ ଜନଧନ ଖାତାକୁ ବନ୍ଦ କରିବାର ଯୋଜନା କରୁଛନ୍ତି। ଏହାପରେ ଏହି ଯୋଜନା ଅଧିନରେ ଆକାଉଣ୍ଟ ଖୋଲିଥିବା ଅନେକେ ଚିନ୍ତାରେ ପଡ଼ିଯାଇଥିଲେ। ଏବେ ଏହାକୁ ନେଇ ସରକାରଙ୍କ ପକ୍ଷରୁ ବଡ଼ ଅପ୍ଡେଟ୍ ସାମ୍ନାକୁ ଆସିଛି, ଆସନ୍ତୁ ଜାଣିବା…
ଅର୍ଥ ମନ୍ତ୍ରଣାଳୟ ଏହି ଆକାଉଣ୍ଟ ବନ୍ଦ କରିବାକୁ ନେଇ କୌଣସି ପ୍ରକାର ରିପୋର୍ଟକୁ ଖଣ୍ଡନ କରିଛି। ଡିପାର୍ଟମେଣ୍ଟ ଅଫ୍ ଫାଇନାନ୍ସିଆଲ ସର୍ଭିସ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ ବ୍ୟାଙ୍କଗୁଡ଼ିକୁ ଏହି ଯୋଜନାର ଖାତାଗୁଡ଼ିକୁ ବନ୍ଦ କରିବାକୁ କୁହାଯାଇନାହିଁ।
ଜନଧନ ଆକାଉଣ୍ଟ ଖୋଲିବାକୁ କିଭଳି କରିବେ ଆବେଦନ?
-ଆଧିକାରୀକ ଓ୍ବେବସାଇଟ୍ http//pmjdy.gov.in/homeକୁ ଯାଆନ୍ତୁ
-ଏବେ e-DOCUMENTS ସେକ୍ସନରୁ ହିନ୍ଦି ନଚେତ ଇଂରାଜୀ(ଯେଉଁ ଭାଷାରେ ଆବଶ୍ୟକ), ଫର୍ମ ଡାଉନଲୋଡ଼ କରନ୍ତୁ।
-ଫର୍ମ ପ୍ରିଣ୍ଟ କରନ୍ତୁ
-ଏବେ ଏହି ଫର୍ମରେ ଦିଆଯାଇଥିବା ସମସ୍ତ ସୂଚନା ଭରନ୍ତୁ
-ଏହା ପରେ ଜରୁରୀ ଡକ୍ୟୁମେଣ୍ଔ ନେଇ ନିକଟସ୍ଥ ବ୍ୟାଙ୍କକୁ ଯାଆନ୍ତୁ।
-ଫର୍ମ ସବ୍ମିଟ୍ କରିବା ସମୟରେ ମୋବାଇଲ ନଯ ନଚେତ ଇମେଲ ଆଇଡି ଦିଅନ୍ତୁ
କେଉଁ ଡକ୍ୟୁମେଣ୍ଟ ଆବଶ୍ୟକ:
ଯଦି ଆପଣଙ୍କ ପାଖରେ ଆଧାର ଉପଲବ୍ଧ ଅଛି ତେବେ ଅନ୍ୟ ଡକ୍ୟୁମେଣ୍ଟର ଆବଶ୍ୟକତା ନାହିଁ। ଯଦି ଏହା ନାହିଁ ତେବେ ଭୋଟର ପରିଚୟ ପତ୍ର, ଡ୍ରାଇଭିଂ ଲାଇସେନ୍ସ,ମନରେଗା କାର୍ଡ ଆଦି ମଧ୍ୟରୁ କୌଣସି ଗୋଟିଏ ଡକ୍ୟୁମେଣ୍ଟର ଆବଶ୍ୟକତା ପଡ଼ିବ।
The post ପିଏମ୍ ଜନଧନକୁ ନେଇ ଆସିଲା ବଡ଼ ଖବର! କ’ଣ ବନ୍ଦ ହୋଇଯିବ ଆପଣଙ୍କ ଆକାଉଣ୍ଟ? ଜାଣନ୍ତୁ ସରକାର… appeared first on Dharitri Odia News.