ଦକ୍ଷିଣ କୋରିଆରେ ଜଙ୍ଗଲ ନିଆଁ: ଜଳିଗଲା ୩୦୦ ଘର, ୨୪ ମୃତ

ସିଓଲ,୨୭ା୩: ଦକ୍ଷିଣ କୋରିଆର ଦକ୍ଷିଣ ଭାଗ ଜଙ୍ଗଲରେ ଲାଗିଥିବା ନିଆଁରେ ଅଦ୍ୟାବଧି ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ବନାଗ୍ନିରେ ୩୦୦ରୁ ଅଧିକ ଘର ଜଳିଯାଇଛି। ନିଆଁର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରାୟ ୨୯,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବୁଧବାର ସେଠାକାର ଅଧିକାରୀମାନେ ସୂଚନା ଦେଇଛନ୍ତି। ନିଆଁ ଲିଭାଇବାକୁ ଯାଇଥିବା ଏକ ହେଲିକପ୍ଟର ଉଲ୍‌ସେଓଙ୍ଗ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ଥିବା ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ସ୍ଥାନଗୁଡ଼ିକରେ ପ୍ରାଣ ହରାଇଥିବା ୩୦୦ରୁ ଊର୍ଦ୍ଧ୍ୱ ନାଗରିକଙ୍କ […] The post ଦକ୍ଷିଣ କୋରିଆରେ ଜଙ୍ଗଲ ନିଆଁ: ଜଳିଗଲା ୩୦୦ ଘର, ୨୪ ମୃତ appeared first on Dharitri Odia News.

ଦକ୍ଷିଣ କୋରିଆରେ ଜଙ୍ଗଲ ନିଆଁ: ଜଳିଗଲା ୩୦୦ ଘର, ୨୪ ମୃତ

ସିଓଲ,୨୭ା୩: ଦକ୍ଷିଣ କୋରିଆର ଦକ୍ଷିଣ ଭାଗ ଜଙ୍ଗଲରେ ଲାଗିଥିବା ନିଆଁରେ ଅଦ୍ୟାବଧି ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିଛି। ବନାଗ୍ନିରେ ୩୦୦ରୁ ଅଧିକ ଘର ଜଳିଯାଇଛି। ନିଆଁର ଭୟାବହତାକୁ ଦୃଷ୍ଟିରେ ରଖି ପ୍ରାୟ ୨୯,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ବୁଧବାର ସେଠାକାର ଅଧିକାରୀମାନେ ସୂଚନା ଦେଇଛନ୍ତି।

ନିଆଁ ଲିଭାଇବାକୁ ଯାଇଥିବା ଏକ ହେଲିକପ୍ଟର ଉଲ୍‌ସେଓଙ୍ଗ୍‌ରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ସେଥିରେ ଥିବା ପାଇଲଟ୍‌ଙ୍କ ମୃତ୍ୟୁ ଘଟିଛି। ଅନ୍ୟ ସ୍ଥାନଗୁଡ଼ିକରେ ପ୍ରାଣ ହରାଇଥିବା ୩୦୦ରୁ ଊର୍ଦ୍ଧ୍ୱ ନାଗରିକଙ୍କ ବୟସ ୬୦ରୁ ୭୦ ବର୍ଷ ଭିତରେ ହେବ। ନ୍ୟାଶନାଲ ଫାୟାର ଏଜେନ୍ସି କହିଛି, ଅନୂ୍ୟନ ୨୬ ଜଣ ନିଆଁର ସଂସ୍ପର୍ଶରେ ଆସି ଆହତ ହୋଇଛନ୍ତି। ୬୧୮ ଶତାବ୍ଦୀରେ ନିର୍ମିତ ଏକ ପ୍ରାଚୀନ ବୌଦ୍ଧ ମନ୍ଦିର(ଗୌନ୍‌ସା ଟେମ୍ପଲ), ଘରଦ୍ୱାର, ଫ୍ୟାକ୍ଟ୍ରି ଆଦି ଜଳିଯାଇଛି। ୧୭,୭୫୨ ହେକ୍ଟର (୪୩,୮୬୬ ଏକର) ଜଙ୍ଗଲ ପାଉଁଶ ହୋଇଯାଇଥିବା ସରକାରଙ୍କ ଜରୁରୀ ପ୍ରଶମନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ଶୁକ୍ରବାରଠାରୁ ଲାଗିଥିବା ଏହି ଜଙ୍ଗଲ ନିଆଁକୁ ଦକ୍ଷିଣ କୋରିଆର କାର୍ଯ୍ୟକାରୀ ରାଷ୍ଟ୍ରପତି ହାନ୍‌ ଡ୍ୟୁକ୍‌-ସୁ ସବୁଠୁ ଭୟଙ୍କର ବୋଲି ଏକ ଟେଲିଭିଜନ୍‌ ସମ୍ବୋଧନରେ କହିଛନ୍ତି। ଏହି ଅଭୂତପୂର୍ବ ସଙ୍କଟ ରେକର୍ଡ ବୁକ୍ସରେ ନୂଆ ଇତିହାସ ଲେଖୁଛି ବୋଲି ସେ କହିଛନ୍ତି। ଭୟାବହ ବନାଗ୍ନିକୁ ଆୟତ୍ତ କରିବା ପାଇଁ ୧୩୦ ହେଲିକପ୍ଟର ସହାୟତାରେ ୪,୬୫୦ ଅଗ୍ନିଶମ କର୍ମଚାରୀ, ସୈନ୍ୟ ଓ ଅନ୍ୟ ଯବାନମାନେ ନିୟୋଜିତ ହୋଇଛନ୍ତି।

The post ଦକ୍ଷିଣ କୋରିଆରେ ଜଙ୍ଗଲ ନିଆଁ: ଜଳିଗଲା ୩୦୦ ଘର, ୨୪ ମୃତ appeared first on Dharitri Odia News.