୧୮ ବିଧାୟକଙ୍କ କଟିଲା ଟିକେଟ

ନୂଆଦିଲ୍ଲୀ, ୧୦।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ୨୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଦଳ ୧୮ ଜଣ ବିଧାୟକଙ୍କ ଟିକେଟ କାଟିଥିବାବେଳେ ୨ ବିଧାୟକଙ୍କର ଆସନ ବଦଳାଇଛି। ଏହି ତାଲିକାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଆସନ ବଦଳାଯାଇଛି। ପଟପଡ଼ଗଞ୍ଜ ଆସନରୁ ବିଧାୟକ ଥିବା ସିସୋଡିଆଙ୍କୁ ଚଳିତଥର ଜଙ୍ଗପୁରା ଆସନରୁ ଦଳ ପ୍ରାର୍ଥୀ କରିଛି। ସେ ପଟପଡ଼ଗଞ୍ଜ ଆସନରୁ ୨୦୧୩, ୨୦୧୫ […] The post ୧୮ ବିଧାୟକଙ୍କ କଟିଲା ଟିକେଟ appeared first on Dharitri Odia News.

୧୮ ବିଧାୟକଙ୍କ କଟିଲା ଟିକେଟ

ନୂଆଦିଲ୍ଲୀ, ୧୦।୧୨: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଦ୍ୱିତୀୟ ପର୍ଯ୍ୟାୟରେ ସୋମବାର ୨୦ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ପର୍ଯ୍ୟାୟରେ ଦଳ ୧୮ ଜଣ ବିଧାୟକଙ୍କ ଟିକେଟ କାଟିଥିବାବେଳେ ୨ ବିଧାୟକଙ୍କର ଆସନ ବଦଳାଇଛି। ଏହି ତାଲିକାରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ଆସନ ବଦଳାଯାଇଛି। ପଟପଡ଼ଗଞ୍ଜ ଆସନରୁ ବିଧାୟକ ଥିବା ସିସୋଡିଆଙ୍କୁ ଚଳିତଥର ଜଙ୍ଗପୁରା ଆସନରୁ ଦଳ ପ୍ରାର୍ଥୀ କରିଛି। ସେ ପଟପଡ଼ଗଞ୍ଜ ଆସନରୁ ୨୦୧୩, ୨୦୧୫ ଏବଂ ୨୦୨୦ରେ ଲଗାତର ୩ ଥର ବିଧାୟକ ନିର୍ବାଚିତ ହୋଇଥିଲେ।

ସେହିପରି ମଙ୍ଗୋଲପୁରୀରୁ ବିଧାୟକ ଥିବା ଦିଲ୍ଲୀ ବିଧାନସଭାର ଉପବାଚସ୍ପତି ରାକ୍ଷୀ ବିଡ୍‌ଲାଁଙ୍କୁ ଦଳ ମାଦିପୁର ଆସନରୁ ପ୍ରାର୍ଥୀ କରିଛି। ନିକଟରେ ଆପ୍‌ରେ ସାମିଲ ହୋଇଥିବା ଚର୍ଚ୍ଚିତ ୟୁପିଏସ୍‌ସି ଶିକ୍ଷାବିତ୍‌ ଅଓ୍ବଧ ଓଝାଙ୍କୁ ଦଳ ପଟପଡ଼ଗଞ୍ଜ ଆସନରୁ ପ୍ରାର୍ଥୀ କରିଛି। ଭାଜପା ଏବଂ କଂଗ୍ରେସ ଛାଡ଼ି ଆପ୍‌ରେ ଯୋଗଦେଇଥିବା ଅନେକ ନେତାଙ୍କୁ ଏହି ତାଲିକାରେ ସୁଯୋଗ ମିଳିଛି। ପ୍ରଥମ ପର୍ଯ୍ୟାୟରେ ଆପ୍‌ ୧୧ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଏହାସହ ବର୍ତ୍ତମାନ ସୁଦ୍ଧା ଦଳ ୩୧ ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଲାଣି। ତେବେ ଏବେଯାଏଁ ଭାଜପା ଏବଂ କଂଗ୍ରେସ ପକ୍ଷରୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇନାହିଁ। ପ୍ରକାଶ ଯେ, ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ଆସନ୍ତା ଫେବୃଆରୀରେ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି।

The post ୧୮ ବିଧାୟକଙ୍କ କଟିଲା ଟିକେଟ appeared first on Dharitri Odia News.