ଥମିବାର ନାଁ ନେଉନି ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ, ନିଆଁରେ ଘିଅ ଢାଳିଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ଵର: ଓ୍ଵକଫ ବିଲ ଉପରେ ବିଜେଡିର ଷ୍ଟାଣ୍ଡକୁ ନେଇ ଥମୁନି ବୟାନବାଜି । ବିଜେଡିର କିଛି ବରିଷ୍ଠ ନେତା ଖୋଲାଖୋଲି ମତ ମନ୍ତବ୍ୟ ଦେଉଥିବା ବେଳେ ଦଳ ଛାଡ଼ିଥିବା କିଛି ନେତା ବି ନିଆଁରେ ଘିଅ ଢାଳିବାକୁ ପଛାଇ ନାହାନ୍ତି । ଏହି କ୍ରମରେ ଆଜି ବିଜେଡିକୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ସେ କହିଛନ୍ତି ବିଜେଡିର ରାଜନୈତିକ ଦଉଡ଼ି ଛିଡ଼ିଗଲାଣି । ବିଜେଡିର ବରିଷ୍ଠ ନେତା ଯାହା କହୁଛନ୍ତି ସେଥିରେ ସତ୍ୟତା ଅଛି । ଜବାବରେ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ରହିଛି, କିନ୍ତୁ ଆମ ଦଳରେ କେଉଁଠି ବି ଅସନ୍ତୋଷ ନାହିଁ । ସେହିଭଳି ଦଳ ଭିତରେ ସଂସ୍କାର ଓ ବିଜେପି ବିରୁଦ୍ଧରେ ରଣହୁଙ୍କାର ଦଳର ପ୍ରାଥମିକତା ହେବା ଦରକାର ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେପଟେ ଆଇ ଆମ୍ ଉଇଥ୍ ନବୀନ କହି ରିଲ୍ସ୍ ବନାଇବାରେ ମାତିଛନ୍ତି ବିଜେଡିର ଛାତ୍ର ଓ ଯୁବ ନେତା । Also read: ଆନ୍ନାମଲାଇଙ୍କ ସ୍ଥାନ ନେବେ ଏନ୍.ନାଗେନ୍ଦ୍ରନ୍, ତାମିଲନାଡ଼ୁ ବିଜେପି ଅଧ୍ୟକ୍ଷ ପାଇଁ ନାମାଙ୍କନ ଭରିଲେ ବିଜେପି ବିଧାୟକଆଜି ଗଣମାଧ୍ୟମକୁ ପାଟ୍ଟଶାଣୀ କହିଛନ୍ତି ଯେ,  ବିଜେଡିର ରାଜନୈତିକ ଦଉଡି ଛିଡିଗଲାଣି । ଦଳର ନେତୃତ୍ବ ଉପରେ ବରିଷ୍ଠ ନେତାଏ ଯାହା କହୁଛନ୍ତି ସେଥିରେ ସତ୍ୟତା ଅଛି ।  ପ୍ରଭାତ ତ୍ରିପାଠୀଙ୍କ ବିରୁଦ୍ଧରେ ଯେଉଁ କାଉଣ୍ଟର କରାଯାଇଛି ତାହା ନବୀନଙ୍କ ଭାଷା ନୁହେଁ

ଥମିବାର ନାଁ ନେଉନି ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ, ନିଆଁରେ ଘିଅ ଢାଳିଲେ ପ୍ରସନ୍ନ ପାଟ୍ଟଶାଣୀ

ଭୁବନେଶ୍ଵର: ଓ୍ଵକଫ ବିଲ ଉପରେ ବିଜେଡିର ଷ୍ଟାଣ୍ଡକୁ ନେଇ ଥମୁନି ବୟାନବାଜି । ବିଜେଡିର କିଛି ବରିଷ୍ଠ ନେତା ଖୋଲାଖୋଲି ମତ ମନ୍ତବ୍ୟ ଦେଉଥିବା ବେଳେ ଦଳ ଛାଡ଼ିଥିବା କିଛି ନେତା ବି ନିଆଁରେ ଘିଅ ଢାଳିବାକୁ ପଛାଇ ନାହାନ୍ତି । ଏହି କ୍ରମରେ ଆଜି ବିଜେଡିକୁ ଟାର୍ଗେଟ୍ କରିଛନ୍ତି ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ । ସେ କହିଛନ୍ତି ବିଜେଡିର ରାଜନୈତିକ ଦଉଡ଼ି ଛିଡ଼ିଗଲାଣି । ବିଜେଡିର ବରିଷ୍ଠ ନେତା ଯାହା କହୁଛନ୍ତି ସେଥିରେ ସତ୍ୟତା ଅଛି । ଜବାବରେ ବିଜେଡି ନେତା ଦେବୀ ମିଶ୍ର କହିଛନ୍ତି ରାଜନୀତିରେ ଆକ୍ଷେପ ପ୍ରତି ଆକ୍ଷେପ ରହିଛି, କିନ୍ତୁ ଆମ ଦଳରେ କେଉଁଠି ବି ଅସନ୍ତୋଷ ନାହିଁ । ସେହିଭଳି ଦଳ ଭିତରେ ସଂସ୍କାର ଓ ବିଜେପି ବିରୁଦ୍ଧରେ ରଣହୁଙ୍କାର ଦଳର ପ୍ରାଥମିକତା ହେବା ଦରକାର ବୋଲି କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ସେପଟେ ଆଇ ଆମ୍ ଉଇଥ୍ ନବୀନ କହି ରିଲ୍ସ୍ ବନାଇବାରେ ମାତିଛନ୍ତି ବିଜେଡିର ଛାତ୍ର ଓ ଯୁବ ନେତା । 

Also read: ଆନ୍ନାମଲାଇଙ୍କ ସ୍ଥାନ ନେବେ ଏନ୍.ନାଗେନ୍ଦ୍ରନ୍, ତାମିଲନାଡ଼ୁ ବିଜେପି ଅଧ୍ୟକ୍ଷ ପାଇଁ ନାମାଙ୍କନ ଭରିଲେ ବିଜେପି ବିଧାୟକ

ଆଜି ଗଣମାଧ୍ୟମକୁ ପାଟ୍ଟଶାଣୀ କହିଛନ୍ତି ଯେ,  ବିଜେଡିର ରାଜନୈତିକ ଦଉଡି ଛିଡିଗଲାଣି । ଦଳର ନେତୃତ୍ବ ଉପରେ ବରିଷ୍ଠ ନେତାଏ ଯାହା କହୁଛନ୍ତି ସେଥିରେ ସତ୍ୟତା ଅଛି ।  ପ୍ରଭାତ ତ୍ରିପାଠୀଙ୍କ ବିରୁଦ୍ଧରେ ଯେଉଁ କାଉଣ୍ଟର କରାଯାଇଛି ତାହା ନବୀନଙ୍କ ଭାଷା ନୁହେଁ ବୋଲି ସେ କହିଛନ୍ତି । ସେପଟେ ବିଜେପିର ବରିଷ୍ଠ ନେତା ଜୟନାରାୟଣ ମିଶ୍ର ବିଜେଡିକୁ ଆକ୍ଷେପ କରି କହିଛନ୍ତି, ତାସ ଘର ଭଳି ବିଜେଡି ଅଛି । ହୁଇସିଲ ଫୁଙ୍କିଲେ ଭାଙ୍ଗିଯିବ । ଏକଥା ବି କହିଛନ୍ତି ଯେ ବିଜେଡି ଭାଙ୍ଗିବା ବିଜେପିର ଇଛାଧୀନ ବ୍ୟାପାର ।

ପ୍ରସନ୍ନ ପାଟ୍ଟଶାଣୀଙ୍କ ଆକ୍ଷେପର ଜବାବ ରଖିଛନ୍ତି ବରିଷ୍ଠ ନେତା ଦେବୀ ମିଶ୍ର । ଦେବୀ କହିଛନ୍ତି ପାଟ୍ଟଶାଣୀ ଆଗରୁ ବିଜେଡିରେ ଥିଲା ବେଳେ ତାଙ୍କର ଦଣ୍ଡ ଧରି ଦଳର ଦଉଡିକୁ ସମ୍ଭାଳୁ ଥିଲେ ।  କିନ୍ତୁ ସେ ଯୁଆଡେ ଗଲେ ବି ତାଙ୍କ ଦଣ୍ଡର ପ୍ରଭାବ ରହିବ ।  ରାଜନୀତିରେ ଆକ୍ଷେପ ପ୍ରତିଆକ୍ଷେପ ରହିଛି ।   କିନ୍ତୁ ଆମ ଦଳରେ କେଉଁଠି ବି  ଅସନ୍ତୋଷ ନାହିଁ । ସେପଟେ ବିଜେଡିରେ ମତଭେଦ ପ୍ରସଙ୍ଗରେ ଦଳୀୟ ବିଧାୟକ ଅରୁଣ ସାହୁ କହିଛନ୍ତି ଦଳ ଭିତରେ ସଂସ୍କାର ଓ ବିଜେପି ବିରୁଦ୍ଧରେ ରଣହୁଙ୍କାର ପ୍ରାଥମିକତା ହେବା ଦରକାର । ନବୀନ ଦଳର ଏକ ମାତ୍ର ନେତା ।  ତାଙ୍କ ନେତୃତ୍ଵରେ ଦଳ ଚାଲିଛି। ଏଥିରେ କୌଣସି ଦ୍ବିମତ ନାହିଁ । ଦଳରେ ଆଭ୍ୟନ୍ତରୀଣ ଘଟଣା ଯାହା ଚାଲିଛି ସାଂଗଠନିକ ନିର୍ବାଚନ ପରେ ସବୁ ସ୍ପଷ୍ଟ ହୋଇଯିବ ବୋଲି କହିଛନ୍ତି ଅରୁଣ ସାହୁ ।


ସେପଟେ ବିଜେଡି ଛାତ୍ର ଓ ଯୁବନେତାମାନେ ଆଇ ଆମ୍ ଉଇଥ୍ ନବୀନ ନାଁରେ ରିଲସ୍ ବନାଇବାରେ ମାତିଛନ୍ତି । ଯୁବ ବିଜେଡି ନେତାଙ୍କ ମତ, ନିର୍ବାଚନ ହେଲେ ଆଜି ବି ନବୀନ ଜିତିବେ । ଲୋକଙ୍କ ଭଲ ପାଇବା ନବୀନଙ୍କ ସାଙ୍ଗରେ ଅଛି । କିଛିଦିନ ହେଲା ଆମ ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ବଦନାମ କରାଯାଉଛି । ତାକୁ ଦେଖି ଆମେ ସୋସିଆଲ ମିଡ଼ିଆରେ ଏକ କ୍ୟାମ୍ପେନ୍ ଆରମ୍ଭ କରିଛୁ ଯାହା କି ଏବେ  ଟ୍ରେଣ୍ଡରେ ପରିଣତ ହୋଇଛି ବୋଲି କହିଛନ୍ତି ଛାତ୍ର ବିଜୁ ଜନତା ଦଳ ଉପସଭାପତି ତାରିଣୀ ନାୟକ। ଓ୍ବକଫ ବିଲ୍ ଉପରେ ଷ୍ଟାଣ୍ଡକୁ ନେଇ ବିଜେଡି ଭିତରେ ଘମାସାନ ଜାରି ରହିଥିବା ବେଳେ ଦଳରେ କନ୍ଦଳ କିପରି ଥମିବ ତାଉପରେ ରିତିମତ କସରତ କରୁଛନ୍ତି ଗୋଟିଏ ଗୋଷ୍ଠୀ ।