ବଦଳିଲା ନବୀନ ପଟ୍ଟନାୟକଙ୍କ ସୋଶିଆଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍, ଲେଖିଲେ ଏମିତି...
ଭୁବନେଶ୍ୱର ୧୨/୦୬: ବଦଳିଲା ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ । ପ୍ରୋଫାଇଲରେ ଲେଖାହେଲା ବିଜେଡି ସଭାପତି । ଏକ୍ସ ଏବଂ ଇନଷ୍ଟାଗ୍ରାମରେ ପ୍ରୋଫାଇଲ ଷ୍ଟାଟସ ବଦଳାଇଛନ୍ତି ନବୀନ । ପୂର୍ବରୁ ମୁଖ୍ୟମନ୍ତ୍ରୀଭାବେ ଥିଲା ତାଙ୍କର ପ୍ରୋଫାଇଲ ରହିଥିଲା । ମାତ୍ର ଏବେ ବିଜେଡି ସଭାପତି ଭାବେ ପ୍ରୋଫାଇଲ ଅପଡେଟ ହୋଇଛି । ଦୀର୍ଘ ଅଢେଇ ଦଶନ୍ଧି ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଏଥର କିନ୍ତୁ ପରାଜିତ ହୋଇଥିଲେ । ଏହାପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଜନାଦେଶ ବିଜେପି ସପକ୍ଷରେ ଯାଇଥିବା ବେଳେ ଆଜିଠୁ ରାଜ୍ୟରେ ବିଜେପି ସରକାର ଚାଲିବ । ଏହା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟି ଯାଇଥିବା ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ନିଜ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍କୁ ବଦଳାଇ ଦେଇଛନ୍ତି। ଉଭୟ ଏକ୍ସ ଓ ଇନଷ୍ଟାଗ୍ରାମରେ ନବୀନ ପଟ୍ଟନାୟକ ନିଜକୁ ବିଜୁ ଜନତା ଦଳ ସଭାପତି ବୋଲି ଲେଖିଛନ୍ତି ।
ଭୁବନେଶ୍ୱର ୧୨/୦୬: ବଦଳିଲା ନବୀନ ପଟ୍ଟନାୟକଙ୍କ ସୋସିଆଲ ମିଡିଆ ପ୍ରୋଫାଇଲ୍ । ପ୍ରୋଫାଇଲରେ ଲେଖାହେଲା ବିଜେଡି ସଭାପତି । ଏକ୍ସ ଏବଂ ଇନଷ୍ଟାଗ୍ରାମରେ ପ୍ରୋଫାଇଲ ଷ୍ଟାଟସ ବଦଳାଇଛନ୍ତି ନବୀନ । ପୂର୍ବରୁ ମୁଖ୍ୟମନ୍ତ୍ରୀଭାବେ ଥିଲା ତାଙ୍କର ପ୍ରୋଫାଇଲ ରହିଥିଲା । ମାତ୍ର ଏବେ ବିଜେଡି ସଭାପତି ଭାବେ ପ୍ରୋଫାଇଲ ଅପଡେଟ ହୋଇଛି ।

ଦୀର୍ଘ ଅଢେଇ ଦଶନ୍ଧି ଧରି ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଏଥର କିନ୍ତୁ ପରାଜିତ ହୋଇଥିଲେ । ଏହାପରେ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସାରିଛନ୍ତି । ଜନାଦେଶ ବିଜେପି ସପକ୍ଷରେ ଯାଇଥିବା ବେଳେ ଆଜିଠୁ ରାଜ୍ୟରେ ବିଜେପି ସରକାର ଚାଲିବ ।
ଏହା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ପାଲଟି ଯାଇଥିବା ନବୀନ ପଟ୍ଟନାୟକ ଇସ୍ତଫା ଦେବା ପରେ ନିଜ ସୋଶାଲ ମିଡିଆ ପ୍ରୋଫାଇଲ୍ ଷ୍ଟାଟସ୍କୁ ବଦଳାଇ ଦେଇଛନ୍ତି। ଉଭୟ ଏକ୍ସ ଓ ଇନଷ୍ଟାଗ୍ରାମରେ ନବୀନ ପଟ୍ଟନାୟକ ନିଜକୁ ବିଜୁ ଜନତା ଦଳ ସଭାପତି ବୋଲି ଲେଖିଛନ୍ତି ।