ଏସ୍‌ବିଆଇ ଲାଇଫ୍‌ର ନୂତନ ଅଭିଯାନ

ନୂଆଦିଲ୍ଲୀ,୧।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଜୀବନ ବୀମା କମ୍ପାନୀ ଏସ୍‌ବିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସ (ଏସ୍‌ବିଆଇ ଲାଇଫ୍‌)ର ନୂତନ ଅଭିଯାନ ନ୍ୟୁ ଡିଜିଟାଲ ଫିଲ୍ମର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ପ୍ୟାରିସ୍‌ଠାରେ ଆୟୋଜିତ ପ୍ୟାରିସ୍‌ ପାରାଲିମ୍ପିକ୍‌-୨୦୨୪ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍‌ଙ୍କୁ ସମର୍ଥନ କରିବା ତଥା ସେମାନଙ୍କ ଅସାଧାରଣ ପ୍ରତିଭାକୁ ସମ୍ମାନ ପ୍ରଦାନ କରିବାକୁ ଯାଇ ଏସ୍‌ବିଆଇ ଲାଇଫ୍‌ ପକ୍ଷରୁ ଏଭଳି ଏକ ଭିନ୍ନ ଧରଣର ସିନେମା କରାଯାଇଛି। ସେହିଭଳି ପାରା କ୍ରୀଡ଼ାବିତ (ଦୌଡ଼କୁଦ) ସିମ୍‌ରନ୍‌ […] The post ଏସ୍‌ବିଆଇ ଲାଇଫ୍‌ର ନୂତନ ଅଭିଯାନ appeared first on Dharitri Odia News.

ଏସ୍‌ବିଆଇ ଲାଇଫ୍‌ର ନୂତନ ଅଭିଯାନ

ନୂଆଦିଲ୍ଲୀ,୧।୯ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ଜୀବନ ବୀମା କମ୍ପାନୀ ଏସ୍‌ବିଆଇ ଲାଇଫ୍‌ ଇନ୍‌ସ୍ୟୁରାନ୍ସ (ଏସ୍‌ବିଆଇ ଲାଇଫ୍‌)ର ନୂତନ ଅଭିଯାନ ନ୍ୟୁ ଡିଜିଟାଲ ଫିଲ୍ମର ଶୁଭାରମ୍ଭ ନିକଟରେ ହୋଇଯାଇଛି। ବିଶେଷକରି ପ୍ୟାରିସ୍‌ଠାରେ ଆୟୋଜିତ ପ୍ୟାରିସ୍‌ ପାରାଲିମ୍ପିକ୍‌-୨୦୨୪ରେ ଅଂଶଗ୍ରହଣ କରିଥିବା ଭାରତୀୟ କ୍ରୀଡ଼ାବିତ୍‌ଙ୍କୁ ସମର୍ଥନ କରିବା ତଥା ସେମାନଙ୍କ ଅସାଧାରଣ ପ୍ରତିଭାକୁ ସମ୍ମାନ ପ୍ରଦାନ କରିବାକୁ ଯାଇ ଏସ୍‌ବିଆଇ ଲାଇଫ୍‌ ପକ୍ଷରୁ ଏଭଳି ଏକ ଭିନ୍ନ ଧରଣର ସିନେମା କରାଯାଇଛି। ସେହିଭଳି ପାରା କ୍ରୀଡ଼ାବିତ (ଦୌଡ଼କୁଦ) ସିମ୍‌ରନ୍‌ ଶର୍ମା, (ପାୱାର ଲିଫ୍‌ଟର) ଅଶୋକ ମଲ୍ଲିକ ଓ (ସୁଟର) ମୋନା ଅଗ୍ରୱାଲଙ୍କ ଭଳି ଅସାଧାରଣ କ୍ରୀଡ଼ାବିତ୍‌ଙ୍କ ଅଦମ୍ୟ ସଂକଳ୍ପକୁ ନେଇ ଏକ ପ୍ରେରଣାଦାୟୀ କାହାଣୀ ‘ଇରାଦେ’କୁ ଜୀବନ୍ତ କରିବାକୁ ଏହି ଅଭିଯାନ ବା ଡିଜିଟାଲ ସିନେମା ଜରିଆରେ ଲକ୍ଷ୍ୟ ରଖାଯାଇଛି।
ଏ ସମ୍ପର୍କରେ ଏସ୍‌ବିଆଇ ଲାଇଫ୍‌ର ବ୍ରାଣ୍ଡ୍‌, କର୍ପୋରେଟ୍‌ ଯୋଗାଯୋଗ ଓ ସିଏସ୍‌ଆର୍‌ ମୁଖ୍ୟ ରବୀନ୍ଦ୍ର ଶର୍ମା କହିଛନ୍ତି, ଆମେ ଏହି ନୂତନ ଅଭିଯାନର ଶୁଭାରମ୍ଭକରି ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଅନ୍ତର୍ଭୁକ୍ତୀକରଣ ଓ ସଫଳତା ହାସଲ କରିବାରେ ସହଯୋଗର ଗୁରୁତ୍ୱ ଜଣାଇବା ଲାଗି ନିର୍ଦ୍ଦିଷ୍ଟ ପାରା କ୍ରୀଡ଼ାବିତ୍‌ଙ୍କ କାହାଣୀକୁ ପ୍ରଚାରକରିବାକୁ ଆମେ ଲକ୍ଷ୍ୟ ରଖିଥିବାବେଳେ ଆମର ସେହି ବିଶ୍ୱାସ ହିଁ ଭାରତୀୟ ପାରାଲିମ୍ପିକ୍‌ କମିଟି ସହ ସହଭାଗିତାର ମୂଳରେ ରହିଛି। ବିଶେଷକରି ଏହା କେବଳ ମେଡାଲ ଜିତିବାର ଏକ ଯାତ୍ରା ନୁହେଁ ବରଂ ସ୍ବପ୍ନର ଶକ୍ତି ଓ ସେହି ସ୍ବପ୍ନକୁ ବାସ୍ତବତାରେ ପରିଣତ କରିବା ଲାଗି ପ୍ରିୟଜନଙ୍କ ଅତଟୁ ସମର୍ଥନକୁ ମଧ୍ୟ ଏହା ଦର୍ଶାଉଛି।

ଏପରିକି ସେମାନଙ୍କର ସେହି ଅତୁଟ ଭାବ ଏବଂ ପ୍ରିୟଜନଙ୍କ ଆବଶ୍ୟକତା ଓ ଅଭିଳାଷକୁ ସୁରକ୍ଷିତ ରଖି ସ୍ବପ୍ନ ପୂରଣ କରିବାରେ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆମ ବ୍ରାଣ୍ଡ୍‌ର ରହିଥିବା ଉଦ୍ଦେଶ୍ୟର ଏହା ହେଉଛି ସମ୍ପ୍ରସାରଣ। ସେମାନଙ୍କ ସ୍ବପ୍ନକୁ ସାମ୍ନାକୁ ଆଣି ବହୁ କୋଟି ଲୋକଙ୍କୁ ଅନୁପ୍ରାଣିତ କରିବାକୁ ଆମେ ଲକ୍ଷ୍ୟ ରଖିଛୁ।

The post ଏସ୍‌ବିଆଇ ଲାଇଫ୍‌ର ନୂତନ ଅଭିଯାନ appeared first on Dharitri Odia News.