ଜନ୍ମଦିନରେ ଝିଅର ପ୍ରେମିକଙ୍କୁ କୁରାଢିରେ ହାଣି ହତ୍ୟା କଲେ ମାତାପିତା
ହାଇଦଦ୍ରାବାଦ,୨୯।୩: ତେଲଙ୍ଗାନାର ପେଡ୍ଡାପାଲି ଜିଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଝିଅର ପ୍ରେମ ସମ୍ପର୍କରେ ବିରକ୍ତ ହୋଇ, ତାଙ୍କ ମାଆବାପା ତାଙ୍କ ୧୯ ବର୍ଷୀୟ ପ୍ରେମିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁହେଁ ତାଙ୍କୁ କୁରାଢ଼ିରେ ଆଘାତ କରି ହତ୍ୟା କରିଥିଲେ। ପୋଲିସ ଶୁକ୍ରବାର ଏହି ସୂଚନା ଦେଇଛି। ପୋଲିସ କହିଛି ଯେ ସାଇ କୁମାର ଦଶମ ଶ୍ରେଣୀ ପାସ କରିବା ପରେ ପାଠପଢ଼ା ଛାଡି ଚାଷ କରୁଥିଲେ। ପୋଲିସ କହିଛି ଯେ ସେ ତାଙ୍କ […] The post ଜନ୍ମଦିନରେ ଝିଅର ପ୍ରେମିକଙ୍କୁ କୁରାଢିରେ ହାଣି ହତ୍ୟା କଲେ ମାତାପିତା appeared first on Dharitri Odia News.
ହାଇଦଦ୍ରାବାଦ,୨୯।୩: ତେଲଙ୍ଗାନାର ପେଡ୍ଡାପାଲି ଜିଲାରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଝିଅର ପ୍ରେମ ସମ୍ପର୍କରେ ବିରକ୍ତ ହୋଇ, ତାଙ୍କ ମାଆବାପା ତାଙ୍କ ୧୯ ବର୍ଷୀୟ ପ୍ରେମିକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଦୁହେଁ ତାଙ୍କୁ କୁରାଢ଼ିରେ ଆଘାତ କରି ହତ୍ୟା କରିଥିଲେ। ପୋଲିସ ଶୁକ୍ରବାର ଏହି ସୂଚନା ଦେଇଛି। ପୋଲିସ କହିଛି ଯେ ସାଇ କୁମାର ଦଶମ ଶ୍ରେଣୀ ପାସ କରିବା ପରେ ପାଠପଢ଼ା ଛାଡି ଚାଷ କରୁଥିଲେ।
ପୋଲିସ କହିଛି ଯେ ସେ ତାଙ୍କ ନିଜ ଗାଁର ଜଣେ ଝିଅକୁ ଭଲ ପାଉଥିଲେ ଏବଂ ସେମାନେ ଦୁହେଁ ଭିନ୍ନ ଭିନ୍ନ ପଛୁଆ ବର୍ଗ ସମ୍ପ୍ରଦାୟର ଥିଲେ। କୁହାଯାଉଛି ଯେ ଯୁବକ ଜଣକ ଝିଅ ସହିତ ପ୍ରେମ ସମ୍ପର୍କ ରଖିଥିଲେ। ଏହାକୁ ନେଇ ଝିଅର ମାତା ପିତା ବିରୋଧ କରି ଆସୁଥିଲେ। କିଛି ଦିନ ପୂର୍ବରୁ ସେ ଯୁବକଙ୍କୁ ତାଙ୍କ ଝିଅଠାରୁ ଦୂରରେ ରହିବାକୁ ମଧ୍ୟ ବାରଣ କରିଥିଲେ, କିନ୍ତୁ ଏହା ପରେ ମଧ୍ୟ ଉଭୟ ପରସ୍ପରଠାରୁ ଦୂରରେ ରହୁ ନଥିଲେ। ଏହି କାରଣରୁ କ୍ରୋଧିତ ବାପା ଯୁବକଙ୍କୁ ହତ୍ୟା କରିଥିଲେ।
ପୋଲିସ କହିଛି ଯେ ଝିଅର ବାପାମାଆ ଏହି ସମ୍ପର୍କ ବିରୁଦ୍ଧରେ ଥିଲେ ଏବଂ କୁମାରଙ୍କୁ ତାଙ୍କ ଝିଅଠାରୁ ଦୂରେଇ ରହିବାକୁ ଚେତାବନୀ ଦେଇଥିଲେ, କିନ୍ତୁ ସେ ସେମାନଙ୍କ କଥା ଶୁଣି ନଥିଲେ। ପୋଲିସ କହିଛି ଯେ ଗୁରୁବାର ରାତିରେ କୁମାରଙ୍କ ଜନ୍ମଦିନରେ ଝିଅର ମାତାପିତା ତାଙ୍କୁ କୁରାଢ଼ିରେ ଆକ୍ରମଣ କରିଥିଲେ। ସେ କହିଛନ୍ତି ଯେ ଗୁରୁତର ଆହତ କୁମାରଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା କିନ୍ତୁ ରାସ୍ତାରେ ତାଙ୍କର ମୃତ୍ୟୁ ହୋଇଥିଲା। ପୋଲିସ ଝିଅଟିର ମାଆବାପାଙ୍କୁ ଗିରଫ କରିଛି। ପୋଲିସ କହିଛି ଯେ ଏହି ମାମଲାରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
The post ଜନ୍ମଦିନରେ ଝିଅର ପ୍ରେମିକଙ୍କୁ କୁରାଢିରେ ହାଣି ହତ୍ୟା କଲେ ମାତାପିତା appeared first on Dharitri Odia News.