ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଯାଉଛି ଅଧିକ ଜୀବନ, ଗତ ୫ ବର୍ଷରେ ଘଟିଛି ୧୭୦୦ ମୃତ୍ୟୁ

ଭୁବନେଶ୍ଵର: ଓଡ଼ିଶାରେ ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଅଧିକ ଲୋକଙ୍କ ଜୀବନ ଯାଉଛି।କାରଣ ଠିକରେ କାମ କରୁନି ଆଲର୍ଟ ମେସେଜ। ନଷ୍ଟ ହୋଇଯାଇଛି ଲାଇଟେନିଂ ସାଇରନ୍ ମେସିନ। ଗତ୫ ବର୍ଷ ମଧ୍ୟରେ ପାଖାପାଖି ୧୭୦୦ ଲୋକଙ୍କର ବିଜୁଳି ଘଡ଼ଘଡ଼ିରେ ମୃତ୍ୟୁ ହୋଇଛି। ଏହାକୁ ରୋକିବା ବର୍ତ୍ତମାନ ଏକ ବଡ଼ ଚ୍ୟାଲେଞ୍ଜ। ଏଥିପାଇଁ ଚଳିତ ବର୍ଷ ପାଞ୍ଚ ଛଅ କୋଟି ଟଙ୍କା ଖର୍ଚ୍ଚ କରି ତାଳ ଗଛ ଲଗାଯିବବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।ଠିକରେ କାମ କରୁନି ଲାଇଟେନିଂ ଆଲର୍ଟ ସିଷ୍ଟମ୍।ବିଜୁଳି ଘଡ଼ଘଡ଼ିରେ ଅକାଳରେ ଯାଉଛି ଅନେକ ଲୋକଙ୍କ ଜୀବନ।ବିଜୁଳି ଘଡ଼ଘଡ଼ିରେ ଗତ ଶୁକ୍ରବାର ୧୪ ଜଣଙ୍କ ପ୍ରାଣ ଯାଇଛି।କାରଣ ଫେଲ୍ ମାରିଛି ଲାଇଟେନିଂ ଆଲର୍ଟ ସିଷ୍ଟମ।ପାଣିପାଗ ବିଭାଗର ନାଓକାଷ୍ଟ ଛଡ଼ା ଆଉ କୌଣସି ସିଷ୍ଟମ୍ କାମ କରୁନି। ବିଜୁଳି ଘଡ଼ଘଡ଼ି ଆଲର୍ଟ ପାଇଁ ମେସେଜ ସିଷ୍ଟମ୍ ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ତାହା ବି କାମ କରୁନି। ସେହିପରି କାମ କରୁନି ୨୦୧୭ରେ ଆରମ୍ଭ ହୋଇଥିବା ଲାଇଟେନିଂ ଡିଟେକ୍ଟର ଓ ଲାଇଟନିଂ ସାଇରନ ମେସିନ। ଭୁବନେଶ୍ବର, ଖୋର୍ଦ୍ଧା, ନବରଙ୍ଗପୁର, ମୟୁରଭଞ୍ଜ, କେନ୍ଦୁଝର, ଟାଙ୍ଗି ଆଦି ୧୫ଟି ସ୍ଥାନରେ ଆର୍ଥ ନେଟୱାର୍କ ଦ୍ବାରା ଲାଇଟେନିଂ ସାଇରନ ଓ ୬ଟି ଲାଇଟେନିଂ ଡିଟେକ୍ଟର ମେସିନ ଲଗାଯାଇଥିଲା। ଏହି ପ୍ରକଳ୍ପ ମାଧ୍ୟମରେ ୧୫୦୦ ମେସିନ ବ୍ଲକ ସ୍ତରରେ ଲାଗିବାକୁ ଯୋଜନା ହୋଇଥିଲା। Also read: ଜିଲ୍ଲାପାଳ ଅଫିସର

ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଯାଉଛି ଅଧିକ ଜୀବନ, ଗତ ୫ ବର୍ଷରେ ଘଟିଛି ୧୭୦୦ ମୃତ୍ୟୁ

ଭୁବନେଶ୍ଵର: ଓଡ଼ିଶାରେ ବାତ୍ୟା ଅପେକ୍ଷା ବିଜୁଳି ଘଡ଼ଘଡ଼ିରେ ଅଧିକ ଲୋକଙ୍କ ଜୀବନ ଯାଉଛି।କାରଣ ଠିକରେ କାମ କରୁନି ଆଲର୍ଟ ମେସେଜ। ନଷ୍ଟ ହୋଇଯାଇଛି ଲାଇଟେନିଂ ସାଇରନ୍ ମେସିନ। ଗତ୫ ବର୍ଷ ମଧ୍ୟରେ ପାଖାପାଖି ୧୭୦୦ ଲୋକଙ୍କର ବିଜୁଳି ଘଡ଼ଘଡ଼ିରେ ମୃତ୍ୟୁ ହୋଇଛି। ଏହାକୁ ରୋକିବା ବର୍ତ୍ତମାନ ଏକ ବଡ଼ ଚ୍ୟାଲେଞ୍ଜ। ଏଥିପାଇଁ ଚଳିତ ବର୍ଷ ପାଞ୍ଚ ଛଅ କୋଟି ଟଙ୍କା ଖର୍ଚ୍ଚ କରି ତାଳ ଗଛ ଲଗାଯିବବୋଲି କହିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ।

ଠିକରେ କାମ କରୁନି ଲାଇଟେନିଂ ଆଲର୍ଟ ସିଷ୍ଟମ୍।ବିଜୁଳି ଘଡ଼ଘଡ଼ିରେ ଅକାଳରେ ଯାଉଛି ଅନେକ ଲୋକଙ୍କ ଜୀବନ।ବିଜୁଳି ଘଡ଼ଘଡ଼ିରେ ଗତ ଶୁକ୍ରବାର ୧୪ ଜଣଙ୍କ ପ୍ରାଣ ଯାଇଛି।କାରଣ ଫେଲ୍ ମାରିଛି ଲାଇଟେନିଂ ଆଲର୍ଟ ସିଷ୍ଟମ।ପାଣିପାଗ ବିଭାଗର ନାଓକାଷ୍ଟ ଛଡ଼ା ଆଉ କୌଣସି ସିଷ୍ଟମ୍ କାମ କରୁନି। ବିଜୁଳି ଘଡ଼ଘଡ଼ି ଆଲର୍ଟ ପାଇଁ ମେସେଜ ସିଷ୍ଟମ୍ ମଧ୍ୟ ଆରମ୍ଭ ହୋଇଥିଲା। ହେଲେ ତାହା ବି କାମ କରୁନି। ସେହିପରି କାମ କରୁନି ୨୦୧୭ରେ ଆରମ୍ଭ ହୋଇଥିବା ଲାଇଟେନିଂ ଡିଟେକ୍ଟର ଓ ଲାଇଟନିଂ ସାଇରନ ମେସିନ। ଭୁବନେଶ୍ବର, ଖୋର୍ଦ୍ଧା, ନବରଙ୍ଗପୁର, ମୟୁରଭଞ୍ଜ, କେନ୍ଦୁଝର, ଟାଙ୍ଗି ଆଦି ୧୫ଟି ସ୍ଥାନରେ ଆର୍ଥ ନେଟୱାର୍କ ଦ୍ବାରା ଲାଇଟେନିଂ ସାଇରନ ଓ ୬ଟି ଲାଇଟେନିଂ ଡିଟେକ୍ଟର ମେସିନ ଲଗାଯାଇଥିଲା। ଏହି ପ୍ରକଳ୍ପ ମାଧ୍ୟମରେ ୧୫୦୦ ମେସିନ ବ୍ଲକ ସ୍ତରରେ ଲାଗିବାକୁ ଯୋଜନା ହୋଇଥିଲା। 

Also read: ଜିଲ୍ଲାପାଳ ଅଫିସର କର୍ମଚାରୀ ପରିଚୟ ଦେଇ ଠକେଇ, ପୀଡ଼ିତାଙ୍କ ଠାରୁ ନେଇଗଲେ ଲକ୍ଷେ ଟଙ୍କା

ହେଲେ ତାହା କାର୍ଯ୍ୟକାରୀ ହୋଇପାରିନାହିଁ।ଭୁବନେଶ୍ବର ଜଗମୋହନ ନଗରରେ ସାଇରନ ଓ ଡିଟେକ୍ଟର ମେସିନ ଲାଗିଥିବା ବେଳେ ତାହା ଅଚଳ ହୋଇପଡିଛି।ସାଇରନ ଦ୍ବାରା ଲୋକେ ଜାଣିପାରୁଥିଲେ ବିଜୁଳି ଘଡ଼ଘଡ଼ି ଅଧଘଣ୍ଟା ମଧ୍ୟରେ ହେବ। ଆଉ ଏହା ପରେ ସେମାନେ ସଚେତନ ହେଉଥିଲେ।ଦେଶରେ ଓଡ଼ିଶାରେ ବିଜୁଳି ଓ ଘଡ଼ଘଡ଼ିରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହେଉଛି।ଗତ ପାଞ୍ଚ ବର୍ଷରେ ପାଖାପାଖି ୧୭୦୦ ଲୋକଙ୍କର ଏଥିରେ ଜୀବନ ଗଲାଣି। 

ଏବେ ଜାଣନ୍ତୁ ବିଜୁଳି ଓ ଘଡ଼ଘଡ଼ି ହେଲେ କଣ କରିବେ।

୧. ବିଜୁଳି ଘଡ଼ଘଡ଼ି ମାରିଲେ ଘରୁ ପଦାକୁ ବାହାରନ୍ତୁ ନାହିଁ।

୨.କୌଣସି ଗୋଟିକିଆ ଗଛ ତଳେ ରୁହନ୍ତୁ ନାହିଁ। ଅଧିକ ଗଛ ଥିଲେ ଆଶ୍ରୟ ନେଇ ପାରିବେ। 

୩. ଗୋଟିକିଆ ଘରେ ଯେଉଁଠି ପାଣି ପାଇପ୍ ବା ଆର୍ଥିଂ ନାହିଁ ସେଠାରେ ରୁହନ୍ତୁ ନାହିଁ।

୪. ବିଲ, ଖୋଲା ପଡ଼ିଆ, ନଇ କୂଳ ଓ ସମୁଦ୍ର କୂଳରୁ ଦୂରେଇ ରୁହନ୍ତୁ।

୫. ଯଦି ବିଲରେ ଅଛନ୍ତି, ବସିପଡ଼ି ମୁଣ୍ଡକୁ ତଳକୁ କଲେ ବିଜୁଳି ଦାଉରୁ ରକ୍ଷା ପାଇବା ସମ୍ଭାବନା ରହିଛି।

ରାଜ୍ୟରେ ଘଡ଼ଘଡ଼ି ଓ ବିଜୁଳି ଜନିତ ମୃତ୍ୟୁକୁ ରୋକିବା ପାଇଁ ଅଧିକ ତାଳ ଗଛ ଲଗାଯିବା ନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ। ଗତ ବର୍ଷ ୨୦ ଲକ୍ଷ ତାଳ ଗଛ ଲଗାଯାଇଥିବା ସେ ସୂଚନା ଦେଇଛନ୍ତି। ରାଜ୍ୟରେ ବିଜୁଳି ଘଡ଼ଘଡ଼ି ଜନିତ ମୃତ୍ୟୁ ରୋକିବା ବଡ଼ ଚ୍ୟାଲେଞ୍ଜ ହୋଇଛି।  ଏ ଦିଗରେ ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।