ବାଜିଲା ରାଜ୍ୟସଭା ଉପନିର୍ବଚନ ପାଇଁ ବିଗୁଲ୍, ବଢିଲା ରାଜନୈତିକ ଚର୍ଚ୍ଚା
ଡିସେମ୍ବର ୨୦ରେ ନିର୍ବାଚନ ହେବାକୁ ଥିବା ବେଳେ ସଂଖ୍ୟା ଦୃଷ୍ଟିରୁ ସିଟଟି ବିଜେପି ଖାତାକୁ ଯିବା ଥୟ ।
ବାଜିଲା ରାଜ୍ୟସଭା ଉପନିର୍ବଚନ ପାଇଁ ବିଗୁଲ୍, ବଢିଲା ରାଜନୈତିକ ଚର୍ଚ୍ଚା । କିଏ ଯିବେ ରାଜ୍ୟସଭା? ବିଜେପିରୁ ସୁଜିତ୍ କୁମାର ପ୍ରାର୍ଥୀ ହେବେ ନା ଆଉ କାହାକୁ ଟିକେଟ୍ ଦେବ ଦଳ? ମମତା ମହାନ୍ତଙ୍କ ଭଳି ସୁଜିତଙ୍କୁ ରାଜ୍ୟସଭା ପଠାଇ ବିଜେପି ଲିଙ୍କରେ ଥିବା ଅନ୍ୟ ସାଂସଦଙ୍କୁ ଆକର୍ଷଣ କରିବାକୁ ବିଜେପି ଷ୍ଟ୍ରାଟେଜି କରିଥିବା କୁହାଯାଉଛି । ଅନ୍ୟପଟେ ଡିସେମ୍ବର ୨୦ରେ ନିର୍ବାଚନ ହେବାକୁ ଥିବା ବେଳେ ସଂଖ୍ୟା ଦୃଷ୍ଟିରୁ ସିଟଟି ବିଜେପି ଖାତାକୁ ଯିବା ଥୟ ।