ବିଜିଆଇର ଶୀର୍ଷ ସ୍ଥାନରେ ମୁକେଶ

ନୂଆଦିଲ୍ଲୀ,୬।୨: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ରେଟିଂ ବ୍ରାଣ୍ଡ୍‌ ଫାଇନାନ୍ସ ଦ୍ୱାରା ସଂକଳିତ ବ୍ରାଣ୍ଡ୍‌ ଗାର୍ଡିଆନଶିିପ୍‌ ଇଣ୍ଡେକ୍ସ (ବିଜିଆଇ) -୨୦୨୪ର ଫଳାଫଳ ଘୋଷଣା କରାଯାଇଛି। ଉକ୍ତ ଇଣ୍ଡେକ୍ସ ( ବିଜିଆଇ-୨୪) ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସମସ୍ତ ଭାରତୀୟଙ୍କ ମଧ୍ୟରେ ପ୍ରଥମ ଏବଂ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ମାଇକ୍ରୋସଫ୍ଟର ସତ୍ୟ ନାଡେଲା, ଗୁଗଲର ସୁନ୍ଦର ପିଚାଇ, ଆପଲ୍‌ର ଟିମ୍‌ କୁକ୍‌ ଏବଂ ଟେସଲାର ଏଲନ୍‌ ମସ୍କଙ୍କୁ ଅମ୍ବାନୀ ଅତିକ୍ରମ […] The post ବିଜିଆଇର ଶୀର୍ଷ ସ୍ଥାନରେ ମୁକେଶ appeared first on Dharitri Odia News.

ବିଜିଆଇର ଶୀର୍ଷ ସ୍ଥାନରେ ମୁକେଶ

ନୂଆଦିଲ୍ଲୀ,୬।୨: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଅନ୍ତଃରାଷ୍ଟ୍ରୀୟ ରେଟିଂ ବ୍ରାଣ୍ଡ୍‌ ଫାଇନାନ୍ସ ଦ୍ୱାରା ସଂକଳିତ ବ୍ରାଣ୍ଡ୍‌ ଗାର୍ଡିଆନଶିିପ୍‌ ଇଣ୍ଡେକ୍ସ (ବିଜିଆଇ) -୨୦୨୪ର ଫଳାଫଳ ଘୋଷଣା କରାଯାଇଛି। ଉକ୍ତ ଇଣ୍ଡେକ୍ସ ( ବିଜିଆଇ-୨୪) ରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସମସ୍ତ ଭାରତୀୟଙ୍କ ମଧ୍ୟରେ ପ୍ରଥମ ଏବଂ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ମାଇକ୍ରୋସଫ୍ଟର ସତ୍ୟ ନାଡେଲା, ଗୁଗଲର ସୁନ୍ଦର ପିଚାଇ, ଆପଲ୍‌ର ଟିମ୍‌ କୁକ୍‌ ଏବଂ ଟେସଲାର ଏଲନ୍‌ ମସ୍କଙ୍କୁ ଅମ୍ବାନୀ ଅତିକ୍ରମ କରି ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଟେନ୍ସେଣ୍ଟର ହୁଆଟେଙ୍ଗ ମା ପ୍ରଥମ ସ୍ଥାନରେ ରହିଛନ୍ତି। ଅପରପକ୍ଷରେ ଟାଟା ସନ୍ସ ଚେୟାରମ୍ୟାନ୍‌ ଏନ.ଚନ୍ଦ୍ରଶେଖରନ୍‌ ଉକ୍ତ ର଼୍ୟାଙ୍କିଙ୍ଗରେ ୫ମ ସ୍ଥାନରେ ରହିଥିବାବେଳେ ମହିନ୍ଦ୍ରା ଏବଂ ମହିନ୍ଦ୍ରାର ଅନିଶ ଶାହା ୬ଷ୍ଠ ଏବଂ ଇନ୍‌ଫୋସିସର ସଲିଲ ପାରେଖ ୧୬ନମ୍ବର ସ୍ଥାନରେ ଅଛନ୍ତି। ସେହିଭଳି ୨୦୨୩ ର଼୍ୟାଙ୍କିଙ୍ଗରେ ମଧ୍ୟ ମୁକେଶ ଅମ୍ବାନୀ ବିଶ୍ୱର ୨ୟ ସ୍ଥାନରେ ସ୍ଥାନିତ ହୋଇଥିଲେ। ଚଳିତ ବର୍ଷ ସେ ଡାଇଭର୍ସିଫାଏଡ୍‌ କନଗ୍ଲୋମରେଟ୍ସ ମଧ୍ୟରେ ବ୍ରାଣ୍ଡ୍‌ ଗାର୍ଡିଆନଶିପ୍‌ ଇଣ୍ଡେକ୍ସ-୨୦୨୪ରେ ୧ନଂ ନମ୍ବର ସ୍ଥାନରେ ସ୍ଥାନିତ ହୋଇଛନ୍ତି। ଉଲ୍ଲେଖଯୋଗ୍ୟ, ବ୍ରାଣ୍ଡ୍‌ ଫାଇନାନ୍ସ ଅନୁଯାୟୀ ବ୍ରାଣ୍ଡ୍‌ ଗାର୍ଡିଆନଶିପ୍‌ ଇଣ୍ଡେକ୍ସ ହେଉଛି, କମ୍ପାନୀ ସିଇଓମାନଙ୍କର ଏକ ବିଶ୍ୱସ୍ତରୀୟ ସ୍ବୀକୃତି, ଯେଉଁମାନେ ସମସ୍ତ ହିତାଧିକାରୀ ଓ କର୍ମଚାରୀ, ନିବେଶକ ଏବଂ ବ୍ୟାପକ ସମାଜର ଆବଶ୍ୟକତାକୁ ସନ୍ତୁଳିତ କରି ଦୀର୍ଘସ୍ଥାୟୀ ଭାବେ ବ୍ୟବସାୟ ଗଢୁଛନ୍ତି।
ସେହିପରି ଚଳିତ ବର୍ଷର ବିଶ୍ଳେଷଣରୁ ଜଣାପଡିଛି, ସିଇଓମାନଙ୍କ ପ୍ରତିଷ୍ଠା ନିର୍ଣ୍ଣୟ କରିବାରେ ଇଏସ୍‌ଜି ଏକକ ଗୁରୁତ୍ୱପୂର୍ଣ୍ଣ ଡ୍ରାଇଭିଙ୍ଗ୍‌ ଫୋର୍ସ ହୋଇପାରିଛି। ଏପରିକି ବ୍ରାଣ୍ଡ୍‌ ଫାଇନାନ୍ସ ଅନୁଯାୟୀ ବ୍ରାଣ୍ଡ୍‌ ଏବଂ ବ୍ୟବସାୟ ମୂଲ୍ୟ ଗଠନ କରିବା ପାଇଁ ଏକ ବ୍ରାଣ୍ଡ୍‌ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବ୍ରାଣ୍ଡ୍‌ ଗାର୍ଡିଆନଶିପ୍‌ ଇଣ୍ଡେକ୍ସ ସେହି ସିଇଓମାନଙ୍କୁ ସମ୍ମାନିତ କରିଥାଏ,ଯେଉଁମାନେ ବ୍ୟବସାୟିକ ସଫଳତା, ଦୀର୍ଘକାଳୀନ ବ୍ରାଣ୍ଡ୍‌ ନିର୍ମାଣ ଏବଂ ବ୍ୟକ୍ତିଗତ ପ୍ରତିଷ୍ଠା ପରିଚାଳନା ଆବଶ୍ୟକତାକୁ ସନ୍ତୁଳିତ ରଖିଥାନ୍ତି। ବ୍ରାଣ୍ଡ୍‌ ଫାଇନାନ୍ସ ଏକ ସନ୍ତୁଳିତ ସ୍କୋରକାର୍ଡ ଅନୁସରଣ କରିଥାଏ। ଜଣେ ସିଇଓ ନିଜ ବ୍ରାଣ୍ଡ୍‌ର ଅଭିଭାବକ ଏବଂ ଦୀର୍ଘମିଆଦୀ ଶେୟାରହୋଲ୍ଡର ମୂଲ୍ୟର ଷ୍ଟିୱାର୍ଡ ଭାବେ କାର୍ଯ୍ୟ କରିବାର କ୍ଷମତାକୁ ଆକଳନ କରିଥାଏ।

The post ବିଜିଆଇର ଶୀର୍ଷ ସ୍ଥାନରେ ମୁକେଶ appeared first on Dharitri Odia News.