‘କିଙ୍ଗ୍‌’ ଶୁଟିଂ ବେଳେ ଶାହରୁଖ ଖାନ୍‌ ଆହତ

ମୁମ୍ବାଇ: ମୁମ୍ବାଇରେ ଚଳଚ୍ଚିତ୍ର ‘କିଙ୍ଗ୍‌’ର ଶୁଟିଂ ବେଳେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପିଠିରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ସେ ଆମେରିକା ଯାଉଥିବାବେଳେ ଏବେ ବ୍ରିଟେନରେ ଅବସ୍ଥାନ କରିଛନ୍ତି ଓ ସୁସ୍ଥ ହେଉଥିବା ଜଣାପଡ଼ିଛି। ତାଙ୍କ ସହ ତାଙ୍କ ପରିବାର ସଦସ୍ୟ ରହିଛନ୍ତି। ଆଘାତ ସାମାନ୍ୟ ହୋଇଥିବାରୁ ସେ ସୁସ୍ଥ ହେଉଥିବା ଏକ ସୂତ୍ରରୁ କୁହାଯାଇଛି। ତେବେ ଫିଲ୍ମ ଶୁଟିଂ ବନ୍ଦ ରହିଥିଲାବେଳେ ଏହା ସେପ୍ଟେମ୍ବରରୁ ପୁଣି ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଆହତ କାରଣରୁ […] The post ‘କିଙ୍ଗ୍‌’ ଶୁଟିଂ ବେଳେ ଶାହରୁଖ ଖାନ୍‌ ଆହତ appeared first on Dharitri Odia News.

‘କିଙ୍ଗ୍‌’ ଶୁଟିଂ ବେଳେ ଶାହରୁଖ ଖାନ୍‌ ଆହତ

ମୁମ୍ବାଇ: ମୁମ୍ବାଇରେ ଚଳଚ୍ଚିତ୍ର ‘କିଙ୍ଗ୍‌’ର ଶୁଟିଂ ବେଳେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ୍‌ ଖାନ୍‌ଙ୍କ ପିଠିରେ ଆଘାତ ଲାଗିଛି। ଚିକିତ୍ସା ପାଇଁ ସେ ଆମେରିକା ଯାଉଥିବାବେଳେ ଏବେ ବ୍ରିଟେନରେ ଅବସ୍ଥାନ କରିଛନ୍ତି ଓ ସୁସ୍ଥ ହେଉଥିବା ଜଣାପଡ଼ିଛି। ତାଙ୍କ ସହ ତାଙ୍କ ପରିବାର ସଦସ୍ୟ ରହିଛନ୍ତି। ଆଘାତ ସାମାନ୍ୟ ହୋଇଥିବାରୁ ସେ ସୁସ୍ଥ ହେଉଥିବା ଏକ ସୂତ୍ରରୁ କୁହାଯାଇଛି। ତେବେ ଫିଲ୍ମ ଶୁଟିଂ ବନ୍ଦ ରହିଥିଲାବେଳେ ଏହା ସେପ୍ଟେମ୍ବରରୁ ପୁଣି ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଆହତ କାରଣରୁ ଶାହରୁଖ୍‌ ତାଙ୍କ ଶ୍ରୀଲଙ୍କା ଗସ୍ତ ଯୋଜନାକୁ ସ୍ଥଗିତ ରଖିଛନ୍ତି। ସୂଚନାଯୋଗ୍ୟ, ୨୦୦୨ରେ ବୋନି କପୁରଙ୍କ ଚଳଚ୍ଚିତ୍ର ‘ଶକ୍ତି’ର ଶୁଟିଂ ବେଳେ ଶାହରୁଖ ଆହତ ହୋଇଥିଲେ। ସେତେବେଳେ ବ୍ରିଟେନରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ କିଙ୍ଗ୍‌ ଚଳଚ୍ଚିତ୍ର ଜରିଆରେ ଶାହରୁଖଙ୍କ ଝିଅ ସୁହାନା ଖାନ୍‌ ବଡ଼ ପରଦାରେ ଡେବ୍ୟୁ କରିବାକୁ ଯାଉଛନ୍ତି। ପୂର୍ବରୁ ସେ ନେଟ୍‌ଫ୍ଲିକ୍ସର ‘ଦି ଆର୍ଚିସ୍‌’ରେ ଅଭିନୟ କରିଥିଲେ। କିଙ୍ଗ୍‌ରେ ଅନ୍ୟମାନଙ୍କ ମଧ୍ୟରେ ଦୀପିକା ପାଦୁକୋନ୍‌, ଅଭିଷେକ ବଚ୍ଚନ, ଜୟଦୀପ୍‌ ଆହଲାଓ୍ବତ୍‌, ଅନିଲ କପୁର ଏବଂ ଅଭୟ ବର୍ମା ଅଭିନୟ କରୁଛନ୍ତି।

The post ‘କିଙ୍ଗ୍‌’ ଶୁଟିଂ ବେଳେ ଶାହରୁଖ ଖାନ୍‌ ଆହତ appeared first on Dharitri Odia News.