କାନାଡ଼ା ନା ଆମେରିକା; କେଉଁ ଦେଶ ଭାରତ ପାଇଁ ‘ସବୁଠୁ ସମସ୍ୟା’: ଜୟଶଙ୍କର କଲେ ଖୁଲାସା
ନୂଆଦିଲ୍ଲୀ,୨୧।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କାନାଡା ଏବଂ ଆମେରିକା ବିଷୟରେ ଖୋଲାଖୋଲି ନିଜ ମନପୋଷଣ କରିଛନ୍ତି। ଏହି ଦୁଇ ଦେଶ ମଧ୍ୟରୁ କେଉଁଟି ଭାରତ ପାଇଁ ସମସ୍ୟା ବା ଆହ୍ବାନ ବୋଲି ସେ କହିଛନ୍ତି। ଜୟଶଙ୍କର କହିଛନ୍ତି, ମୁଁ କହିବି ନାହିଁ ଯେ ସମଗ୍ର ପାଶ୍ଚାତ୍ୟ ଭାଗ କୌଣସି ଜିନିଷକୁ ବୁଝିପାରନ୍ତି ନାହିଁ। ସେମାନେ ବୁଝନ୍ତି, ଆଡଜଷ୍ଟ ମଧ୍ୟ କରନ୍ତି। କିଛି ଦେଶ କମ କରନ୍ତି କିନ୍ତୁ ମୁଁ କହିବି ଯେ କାନାଡା ଏସବୁଥିରୁ […] The post କାନାଡ଼ା ନା ଆମେରିକା; କେଉଁ ଦେଶ ଭାରତ ପାଇଁ ‘ସବୁଠୁ ସମସ୍ୟା’: ଜୟଶଙ୍କର କଲେ ଖୁଲାସା appeared first on Dharitri Odia News.
ନୂଆଦିଲ୍ଲୀ,୨୧।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର କାନାଡା ଏବଂ ଆମେରିକା ବିଷୟରେ ଖୋଲାଖୋଲି ନିଜ ମନପୋଷଣ କରିଛନ୍ତି। ଏହି ଦୁଇ ଦେଶ ମଧ୍ୟରୁ କେଉଁଟି ଭାରତ ପାଇଁ ସମସ୍ୟା ବା ଆହ୍ବାନ ବୋଲି ସେ କହିଛନ୍ତି।
ଜୟଶଙ୍କର କହିଛନ୍ତି, ମୁଁ କହିବି ନାହିଁ ଯେ ସମଗ୍ର ପାଶ୍ଚାତ୍ୟ ଭାଗ କୌଣସି ଜିନିଷକୁ ବୁଝିପାରନ୍ତି ନାହିଁ। ସେମାନେ ବୁଝନ୍ତି, ଆଡଜଷ୍ଟ ମଧ୍ୟ କରନ୍ତି। କିଛି ଦେଶ କମ କରନ୍ତି କିନ୍ତୁ ମୁଁ କହିବି ଯେ କାନାଡା ଏସବୁଥିରୁ ସବୁଠୁ ପଛରେ ଅଛି। କାନାଡା ସହ ସମ୍ପର୍କ ବିଷୟରେ ବୈଦେଶିକ ମନ୍ତ୍ରୀ କହିଛନ୍ତି, ବର୍ତ୍ତମାନର ସମ୍ପର୍କର ସ୍ଥିତି କଳ୍ପନା କରିବା କଷ୍ଟକର।
ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କ ସମ୍ପର୍କରେ ଜୟଶଙ୍କର କହିଛନ୍ତି, ଆମେ ପଡୋଶୀ କିନ୍ତୁ ଆମର ସୀମାର ସମସ୍ୟାର ସମାଧାନ ହୋଇ ନାହିଁ। ଯଦି ଦୁଇ ଦେଶ ସମାନ ସମୟ ମଧ୍ୟରେ ଅଗ୍ରଗତି କରୁଛନ୍ତି ତେବେ ପରିସ୍ଥିତି ସହଜ ନୁହେଁ। ମୁଁ ଭାବୁଛି, କୂଟନୀତି ଏକ ଆବଶ୍ୟକତା ହେବ। ଆମେ କିପରି ସନ୍ତୁଳନ ହାସଲ କରିବୁ, ମୁଁ ଭାବୁଛି ଏହା ଏକ ବଡ ଆହ୍ବନ।
The post କାନାଡ଼ା ନା ଆମେରିକା; କେଉଁ ଦେଶ ଭାରତ ପାଇଁ ‘ସବୁଠୁ ସମସ୍ୟା’: ଜୟଶଙ୍କର କଲେ ଖୁଲାସା appeared first on Dharitri Odia News.