ଫୋନ୍‌ପେର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୦।୮: ଦେଶର ପ୍ରମୁଖ ଡିଜିଟାଲ ଫାଇନାନ୍ସ ପ୍ଲାଟ୍‌ଫର୍ମ ‘ଫୋନ୍‌ପେ’ର ନୂତନ ଉତ୍ପାଦ ‘ଜୀବନ ବୀମା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପ୍ଲାଟ୍‌ଫର୍ମରେ ପୂର୍ବ-ଅନୁମୋଦିତ ଟର୍ମ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ଫିଚରକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ (ଅନାବରଣ) କରାଯାଇଛି। ସେହିଭଳି ପଲିସି କ୍ରୟ ସମୟରେ ଆୟ ପ୍ରମାଣର ଆବଶ୍ୟକତାକୁ ଛାଡ଼କରି ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ବୀମା କଭରେଜକୁ ଅଧିକ ସହଜ ଏବଂ ସୁଲଭ କରିବା ଏହି ଫିଚରର ଲକ୍ଷ୍ୟ ରହିଛି। ଏହି ନୂତନ ଉତ୍ପାଦ ଶୁଭାରମ୍ଭ ସହ […] The post ଫୋନ୍‌ପେର ନୂତନ ଉତ୍ପାଦ appeared first on Dharitri Odia News.

ଫୋନ୍‌ପେର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୧୦।୮: ଦେଶର ପ୍ରମୁଖ ଡିଜିଟାଲ ଫାଇନାନ୍ସ ପ୍ଲାଟ୍‌ଫର୍ମ ‘ଫୋନ୍‌ପେ’ର ନୂତନ ଉତ୍ପାଦ ‘ଜୀବନ ବୀମା’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ପ୍ଲାଟ୍‌ଫର୍ମରେ ପୂର୍ବ-ଅନୁମୋଦିତ ଟର୍ମ ଲାଇଫ୍‌ ଇନ୍‌ସ୍ୟୁରାନ୍ସ ଫିଚରକୁ ସର୍ବଭାରତୀୟ ସ୍ତରରେ ଉନ୍ମୋଚନ (ଅନାବରଣ) କରାଯାଇଛି। ସେହିଭଳି ପଲିସି କ୍ରୟ ସମୟରେ ଆୟ ପ୍ରମାଣର ଆବଶ୍ୟକତାକୁ ଛାଡ଼କରି ଲକ୍ଷ ଲକ୍ଷ ଭାରତୀୟଙ୍କ ପାଇଁ ବୀମା କଭରେଜକୁ ଅଧିକ ସହଜ ଏବଂ ସୁଲଭ କରିବା ଏହି ଫିଚରର ଲକ୍ଷ୍ୟ ରହିଛି। ଏହି ନୂତନ ଉତ୍ପାଦ ଶୁଭାରମ୍ଭ ସହ ଫୋନ୍‌ପେ ଭାରତରେ ଆର୍ଥତ୍କ ଅନ୍ତର୍ଭୁକ୍ତୀକରଣର ଏକ ନୂତନ ଯୁଗ ଆରମ୍ଭ କରିଛି; ଯେଉଁଥିରେ ବ୍ୟାପକ ଆୟ ଯାଞ୍ଚର ଆବଶ୍ୟକତା ବିନା ଜୀବନ ବୀମା କଭରେଜ୍‌ରେ ଶୀଘ୍ର ଏବଂ ସୁବିଧାଜନକ ପହଞ୍ଚତ୍ର ଅତିରିକ୍ତ ଲାଭ ଅନ୍ତର୍ଭୁକ୍ତ କରାଯାଇଛି। ଏ ସମ୍ପର୍କରେ ଫୋନ୍‌ ପେ ଇନ୍‌ସ୍ୟୁରାନ୍ସ ବ୍ରୋକିଂ ସର୍ଭିସେସ୍‌ର ସିଇଓ ବିଶାଲ ଗୁପ୍ତା କହିଛନ୍ତି, ଆମ ପ୍ଲାଟ୍‌ଫର୍ମରେ ପୂର୍ବ ଅନୁମୋଦିତ ସମ୍‌ ଆସ୍ୟୁରାନ୍ସ (ପିଏଏସ୍‌ଏ) ଫିଚରର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ବିଭିନ୍ନ ସାମାଜିକ-ଅର୍ଥନୈତିକ ସ୍ତରରେ ଭାରତୀୟମାନଙ୍କ ପାଇଁ ଉତ୍ପାଦଗୁଡ଼ିକୁ ଅଧିକ ସୁଲଭ ଏବଂ ସୁଗମ କରି ପୂର୍ବରୁ କମ୍‌ ସେବା ପାଇଥିବା ଗ୍ରାହକମାନଙ୍କୁ ଜୀବନ ବୀମା କ୍ଷେତ୍ରରେ ଆଣିବା ଉଦ୍ଦେଶ୍ୟରେ ଏହାକୁ ଶୁଭାରମ୍ଭ କରାଯାଇଛି।

The post ଫୋନ୍‌ପେର ନୂତନ ଉତ୍ପାଦ appeared first on Dharitri Odia News.