Video: ମାତ୍ର ୧୯ ବର୍ଷରେ ୯୦ ମିଟର ଜାଭେଲିନ ଫିଙ୍ଗିଲେ ଏହି ଖେଳାଳି, ଅଲମ୍ପିକ୍ସ ପୂର୍ବରୁ ଚିନ୍ତାରେ ନୀରଜ
ନୂଆଦିଲ୍ଲୀ,୨୬।୨: ଚଳିତ ବର୍ଷର ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ନୀରାଜ ଚୋପ୍ରାଙ୍କ ଚିନ୍ତା ବଢିଯାଇଛି। ଜର୍ମାନୀର ୧୯ ବର୍ଷୀୟ ମ୍ୟାକ୍ସ ଡିହନିଙ୍ଗ ୨୫ ଫେବୃଆରୀ ରବିବାର ହାଲରେ ଚାଲିଥିବା ଜର୍ମାନ ଶୀତକାଳୀନ ଥ୍ରୋ ଚାମ୍ପିଅନସିପରେ ୯୦.୨୦ ମିଟର ଜାଭେଲିନ ଫିଙ୍ଗିଛନ୍ତି। ପୁରୁଷ ଜାଭେଲିନ୍ ଥ୍ରୋ ଇତିହାସରେ ୯୦ ମିଟର ରେକର୍ଡ ଅର୍ଜନ କରିବା ଏବଂ ଅଲିମ୍ପିକ୍ସ ବର୍ଷରେ ଏହି ମାର୍କ ଅତିକ୍ରମ କରିବାରେ ଡିହନିଙ୍ଗ ସର୍ବକନିଷ୍ଠ ଭାବେ ଏହି ସଫଳତା ପାଇଛନ୍ତି। ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ […] The post Video: ମାତ୍ର ୧୯ ବର୍ଷରେ ୯୦ ମିଟର ଜାଭେଲିନ ଫିଙ୍ଗିଲେ ଏହି ଖେଳାଳି, ଅଲମ୍ପିକ୍ସ ପୂର୍ବରୁ ଚିନ୍ତାରେ ନୀରଜ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୨: ଚଳିତ ବର୍ଷର ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ନୀରାଜ ଚୋପ୍ରାଙ୍କ ଚିନ୍ତା ବଢିଯାଇଛି। ଜର୍ମାନୀର ୧୯ ବର୍ଷୀୟ ମ୍ୟାକ୍ସ ଡିହନିଙ୍ଗ ୨୫ ଫେବୃଆରୀ ରବିବାର ହାଲରେ ଚାଲିଥିବା ଜର୍ମାନ ଶୀତକାଳୀନ ଥ୍ରୋ ଚାମ୍ପିଅନସିପରେ ୯୦.୨୦ ମିଟର ଜାଭେଲିନ ଫିଙ୍ଗିଛନ୍ତି। ପୁରୁଷ ଜାଭେଲିନ୍ ଥ୍ରୋ ଇତିହାସରେ ୯୦ ମିଟର ରେକର୍ଡ ଅର୍ଜନ କରିବା ଏବଂ ଅଲିମ୍ପିକ୍ସ ବର୍ଷରେ ଏହି ମାର୍କ ଅତିକ୍ରମ କରିବାରେ ଡିହନିଙ୍ଗ ସର୍ବକନିଷ୍ଠ ଭାବେ ଏହି ସଫଳତା ପାଇଛନ୍ତି।
ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହିତ ଟ୍ରାକ୍ ଏବଂ ଫିଲ୍ଡ ଜଗତରେ ବରିଷ୍ଠ ଖେଳାଳି ମାନଙ୍କର ଚିନ୍ତା ବଢ଼ାଇ ଦେଇଛନ୍ତି ମ୍ୟାକ୍ସ ଡିହନିଙ୍ଗ, ଯାହା ଶନିବାର ପର୍ଯ୍ୟନ୍ତ ୭୮.୦୭ ମିଟର ଥିଲା। ଦୁଇଥର ୨୦ ବର୍ଷରୁ କମ୍ ବିଶ୍ୱ ଚାମ୍ପିଅନସିପ୍ ରୌପ୍ୟ ପଦକ ବିଜେତା ଡିହନିଙ୍ଗ ରବିବାର ଦିନ ଜର୍ମାନ ଶୀତଳ ଥ୍ରୋ ଚାମ୍ପିଅନସିପ୍ ରେ ତାଙ୍କର ପ୍ରଥମ ପ୍ରୟାସରେ ନିଜର ପୂର୍ବର ଶ୍ୱର୍ସ୍ଥ ପ୍ରଦର୍ଶନ ଠାରୁ ୧୨ ମିଟରରୁ ଆଗକୁ ବଢି ବିରାଟ ଥ୍ରୋ କରିଥିଲେ।
Da ist das Ding! Der Trainer weiß gleich Bescheid
Read More