ସୌଜନ୍ୟ ବଦଳରେ ସ୍ବଜନ୍ୟ ଲେଖାକୁ ନେଇ ଉଦବେଗ ପ୍ରକାଶ କଲେ ପର୍ଯ୍ୟଟକ
ଦାରିଙ୍ଗବାଡି, ୨୯।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶାର କାଶ୍ମୀର ଭାବେ ବହୁ ପରିଚିତ। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଛନ୍ତି କେତେବେଳେ ଅଳିଆ ଆବର୍ଜନା ଓ କୁଢ଼ କୁଢ଼ ପ୍ଲାଷ୍ଟିକ ପର୍ଯ୍ୟଟନ କ୍ଷେତ୍ରରେ ପଡିଥିବା ଦେଖି ଉଦବେଗ ପ୍ରକାଶ କରିବା ନଜିର ରହିଥିବା ବେଳେ ଏବେ ଆଉ ଏକ ଘଟଣାକୁ ନେଇ ପର୍ଯ୍ୟଟକ ନିନ୍ଦା କରିବା ସହ ତ୍ରୁଟିକୁ ସଂଶୋଧନ କରିବାକୁ ଦାବି ହୋଇଛି। ପ୍ରକାଶ ଯେ, ସ୍ଥାନୀୟ ପଞ୍ଚାୟତ ଓ […] The post ସୌଜନ୍ୟ ବଦଳରେ ସ୍ବଜନ୍ୟ ଲେଖାକୁ ନେଇ ଉଦବେଗ ପ୍ରକାଶ କଲେ ପର୍ଯ୍ୟଟକ appeared first on Dharitri Odia News.
ଦାରିଙ୍ଗବାଡି, ୨୯।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଓଡିଶାର କାଶ୍ମୀର ଭାବେ ବହୁ ପରିଚିତ। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡିକୁ ବୁଲିବାକୁ ଆସୁଛନ୍ତି କେତେବେଳେ ଅଳିଆ ଆବର୍ଜନା ଓ କୁଢ଼ କୁଢ଼ ପ୍ଲାଷ୍ଟିକ ପର୍ଯ୍ୟଟନ କ୍ଷେତ୍ରରେ ପଡିଥିବା ଦେଖି ଉଦବେଗ ପ୍ରକାଶ କରିବା ନଜିର ରହିଥିବା ବେଳେ ଏବେ ଆଉ ଏକ ଘଟଣାକୁ ନେଇ ପର୍ଯ୍ୟଟକ ନିନ୍ଦା କରିବା ସହ ତ୍ରୁଟିକୁ ସଂଶୋଧନ କରିବାକୁ ଦାବି ହୋଇଛି।
ପ୍ରକାଶ ଯେ, ସ୍ଥାନୀୟ ପଞ୍ଚାୟତ ଓ ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିର ପର୍ଯ୍ୟଟନ କ୍ଷେତ୍ରରେ ସିମେଣ୍ଟରେ ନିର୍ମିତ ବ୍ୟାଞ୍ଚ ପକାଯାଇଛି ଏବଂ ସେଥିରେ ସ୍ବଜନ୍ୟ ପଞ୍ଚାୟତ ସମିତି ଦାରିଙ୍ଗବାଡି ଉଲ୍ଲେଖ ରହିଛି। ଯାହାକି ସୌଜନ୍ୟ ବଦଳରେ ସ୍ବଜନ୍ୟ ରହିଥିବାରୁ ଏହାକୁ ପର୍ଯ୍ୟଟକ ଓଡ଼ିଆ ଭାଷାକୁ କଦର୍ଯ୍ୟ କରାଯାଉଥିବା ଅଭିଯୋଗ କରିବା ସହ ଓଡ଼ିଆ ଅସ୍ମିତା କଥା ସରକାର କହୁଥିବା ବେଳେ ଇଏ କୋଉ ଓଡ଼ିଆ ଅସ୍ମିତା ବୋଲି ଜଣେ ପର୍ଯ୍ୟଟକ ନିଜ ସୋସିଆଲ ମିଡ଼ିଆ ରେ ପ୍ରଶ୍ନ କରିଛନ୍ତି। ସେ ଆହୁରି ଅଭିଯୋଗ କରିଛନ୍ତି, ଇଏ ଗୋଟିଏ ବେଞ୍ଚ ନୁହେଁ ସାରା ପର୍ଯ୍ୟଟନକ୍ଷେତ୍ରରେ ପକାଯାଇଥିବା ବେଞ୍ଚ ଗୁଡିକରେ ତ୍ରୁଟିପୂର୍ଣ୍ଣ ଲେଖା ରହିଥିବା ସେ ଅଭିଯୋଗ କରିଛନ୍ତି।
The post ସୌଜନ୍ୟ ବଦଳରେ ସ୍ବଜନ୍ୟ ଲେଖାକୁ ନେଇ ଉଦବେଗ ପ୍ରକାଶ କଲେ ପର୍ଯ୍ୟଟକ appeared first on Dharitri Odia News.