ନରମ ହାତରେ ତିଆରି ହେଉଛି ଘରକରଣା ସାମଗ୍ରୀ
ମହାକାଳପଡ଼ା,୨୦ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ପଢ଼ିବି ବଢ଼ିବି ଶ୍ରେଷ୍ଠ ହେବି, ଭବିଷ୍ୟତର ଅସୁମାରୀ ସୁନେଲି ସ୍ବପ୍ନକୁ ମନ ଭିତରେ ଜାବୁଡ଼ି ଧରି ଭାଗ୍ୟ ଓ ଭବିଷ୍ୟତର ସ୍ବପ୍ନ ଦେଖୁଛନ୍ତି ବାପାର କମାରଶାଳରେ ୨ ଭଉଣୀ। ଦୃଢ଼ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ଆଗରେ ସତେ ଯେମିତି ବୟସ ହାର ମାନୁଛି। ଦାରିଦ୍ର୍ୟ କଷାଘାତ ମଧ୍ୟରେ ଥାଇ ମଧ୍ୟ ପାଠପଢ଼ାକୁ ପଛରେ ପକାଇନାହାନ୍ତି ୨ ଭଉଣୀ। ଏଭଳି ଦେଖିବକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପଞ୍ଚତ୍ମ ସୁନିତି ଗ୍ରାମରେ। […] The post ନରମ ହାତରେ ତିଆରି ହେଉଛି ଘରକରଣା ସାମଗ୍ରୀ appeared first on Dharitri Odia News.
ମହାକାଳପଡ଼ା,୨୦ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ):ପଢ଼ିବି ବଢ଼ିବି ଶ୍ରେଷ୍ଠ ହେବି, ଭବିଷ୍ୟତର ଅସୁମାରୀ ସୁନେଲି ସ୍ବପ୍ନକୁ ମନ ଭିତରେ ଜାବୁଡ଼ି ଧରି ଭାଗ୍ୟ ଓ ଭବିଷ୍ୟତର ସ୍ବପ୍ନ ଦେଖୁଛନ୍ତି ବାପାର କମାରଶାଳରେ ୨ ଭଉଣୀ। ଦୃଢ଼ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ଆଗରେ ସତେ ଯେମିତି ବୟସ ହାର ମାନୁଛି। ଦାରିଦ୍ର୍ୟ କଷାଘାତ ମଧ୍ୟରେ ଥାଇ ମଧ୍ୟ ପାଠପଢ଼ାକୁ ପଛରେ ପକାଇନାହାନ୍ତି ୨ ଭଉଣୀ। ଏଭଳି ଦେଖିବକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପଞ୍ଚତ୍ମ ସୁନିତି ଗ୍ରାମରେ। ଏହି ଗ୍ରାମର ତପନ ସାହୁ (୫୦)। ଗାଁ ପାଖ ଜଗରିଜୋର ସାପ୍ତାହିକ ହାଟରେ ଏକ କମାରଶାଳ କରି ନିଜର ଅଭାବ ପରିବାରର ପ୍ରତିପୋଷଣ କରିଥାନ୍ତି। ଏହି ଶାଳରୁ ଯାହା ଦୁଇପଇସା ରୋଜଗାର ହୁଏ ସେଥିରେ କଷ୍ଟେ ମଷ୍ଟେ ୪ ଝିଅଙ୍କ ପାଠ ପଢ଼ାଇବା ସହ ପରିବାର, ଭଲମନ୍ଦ ବୁଝନ୍ତି। ନିଜର ଜମି ବାଡି ଗୁଣ୍ଠେ ନ ଥିବାରୁ ଏହି କମାରଶାଳ ହିଁ ଭରସା। ଶାଳରୁ ରୋଜଗାର କରି ବଡ଼ ଝିଅକୁ ବିବାହ କରିଛନ୍ତି। ଏବେ ୨ ଝିଅ କବିତା ଓ ପ୍ରିୟଙ୍କା ଶାଳ କାମରେ ସାହାଯ୍ୟ କରୁଛନ୍ତି। କବିତା ସ୍ଥାନୀୟ ବିଦ୍ୟାଳୟରେ ନବମ ଶ୍ରେଣୀର ଛାତ୍ରୀ। ପ୍ରିୟଙ୍କା ଷଷ୍ଠ ଶ୍ରେଣୀରେ ପଢୁଛନ୍ତି। ସପ୍ତାହରେ ୨ ଦିନ ହାଟ ବାରିରେ ବାପାକୁ କମାରଶାଳରେ ୨ ଭଉଣୀ ସହାୟତା କରନ୍ତି। ବୟସ ଛୋଟ ହେଲେ ମଧ୍ୟ ଏମାନେ ଶାଳର ରଡ ନିଆଁ ପାଖରେ ବସି ଘର କରଣା ଜିନିଷ ପ୍ରସ୍ତୁତ କରିଥାନ୍ତି। ପନିକି, ଦା, ଶାବଳ, କୋଦାଳ ଓ ଅନ୍ୟ ଲୁହାରେ ନିର୍ମିତ ଘରକରଣା ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି। ସେଥିରୁ ଯାହା ରୋଜଗାର ହୁଏ ପରିବାର ଚଳିବା ସହ ନିଜର ପାଠ ପଢାରେ ଖର୍ଚ୍ଚରେ ଲାଗିଥାଏ ବୋଲି କବିତା କହିଛନ୍ତି। କବିତାଙ୍କ କହିବା କଥା ଅଭାବୀ ପରିବାରରେ ପାଠ ପଢିବା ସହ ବାପାଙ୍କୁ ସପ୍ତାହରେ ୨ ଦିନ ସହାୟତା କରିଥାଉ। ପାଠ ପଡ଼ିବା ପାଇଁ ଘରର ଆର୍ଥିକ ଅଭାବ ଅନାଟନ କେବେ ବାଧା ଉପୁଜି ନାହିଁ। ଇଚ୍ଛା ଥିଲେ ମଧ୍ୟ ଭଲ ପୋଷାକ ପତ୍ର, ସାଧାରଣ ଜ୍ଞାନବିଜ୍ଞାନ ବହିପତ୍ର କିଣିବା ପାଇଁ ପାଖରେ ପଇସା ଅଭାବ ରହିଛି। ତଥାପି ପାଠ ପଢି ସମାଜରେ ଭଲ ମଣିଷ ହେବା ପାଇଁ ଦୃଢ଼ ଇଚ୍ଛା ଅଛି ବୋଲି ୨ ଭଉଣୀ କହିଛନ୍ତି। ବାପା ତପନ କହିଛନ୍ତି, ଦୁଇ ଝିଅ ୨ଟି ସୁନା ମୁଣ୍ଡା ପରି। କମ୍ ବୟସରେ ସେମାନଙ୍କ ନରମ ହାତରେ ଲୁହାରୁ ନିର୍ମାଣ କରନ୍ତି ଭଳିକି ଭଳି ଘରକରଣା ସାମଗ୍ରୀ। ଯଦି ସରକାରଙ୍କ ପକ୍ଷରୁ ବିଶ୍ୱକର୍ମା ଯୋଜନାରେ ଆର୍ଥିକ ସହାୟତା ମିଳେ, ୨ ଝିଅଙ୍କ ପାଠ ପଢିବା ଦାୟିତ୍ୱ ସରକାରୀ ଓ ବେସରକାରୀ ଅନୁଷ୍ଠାନ ନୟନ୍ତି ଦେବେ ଦୁଃଖ ଦୂର ହୁଅନ୍ତା। ସାମାଜିକ କର୍ମୀ ସୁବାସ ସ୍ବାଇଁ କହିଛନ୍ତି, ସରକାରଙ୍କ ଜନ କଲ୍ୟାଣମୂଳକ ଯୋଜନା ତପନଙ୍କ ପାଖରେ ସ୍ଥାନୀୟ ପ୍ରଶାସନଙ୍କ ଅବହେଳା ପାଇଁ ପହଞ୍ଚତ୍ ପାରୁନାହିଁ। ତୁରନ୍ତ ଏହି ଅଭାବୀ ପରିବାରକୁ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ଦାବି କରିଛନ୍ତି।
The post ନରମ ହାତରେ ତିଆରି ହେଉଛି ଘରକରଣା ସାମଗ୍ରୀ appeared first on Dharitri Odia News.