ସଂଗ୍ରାମ ଦାସ କଂଗ୍ରେସର ଦେବଗଡ଼ ଜିଲା ପର୍ଯ୍ୟବେକ୍ଷକ
କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ଭକ୍ତଚରଣ ଦାସ ପିସିସି ସଭାପତି ଦାୟିତ୍ୱ ନେବା ପରେ କଂଗ୍ରେସ କର୍ମୀମାନେ ସକ୍ରିୟ ହୋଇପଡିଛନ୍ତି। ଆଗାମୀ ଦିନରେ ରାଜ୍ୟ କଂଗ୍ରେସର ସଂଗଠନ, ବିକ୍ଷୋଭ ଓ ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ୩୫ଟି ସାଙ୍ଗଠନିକ ଜିଲା ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଏହି ପର୍ଯ୍ୟବେକ୍ଷକ ତାଲିକାରେ କଂଗ୍ରେସ ଦଳର ବିଧାୟକ, ପୂର୍ବତନ ଏମ୍ପି ଏବଂ ବିଧାୟକ, ବରିଷ୍ଠ କଂଗ୍ରେସ ନେତାଙ୍କୁ ସ୍ଥାନ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲାର କଂଗ୍ରେସ ନେତା ତଥା […] The post ସଂଗ୍ରାମ ଦାସ କଂଗ୍ରେସର ଦେବଗଡ଼ ଜିଲା ପର୍ଯ୍ୟବେକ୍ଷକ appeared first on Dharitri Odia News.
କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟରେ ଭକ୍ତଚରଣ ଦାସ ପିସିସି ସଭାପତି ଦାୟିତ୍ୱ ନେବା ପରେ କଂଗ୍ରେସ କର୍ମୀମାନେ ସକ୍ରିୟ ହୋଇପଡିଛନ୍ତି। ଆଗାମୀ ଦିନରେ ରାଜ୍ୟ କଂଗ୍ରେସର ସଂଗଠନ, ବିକ୍ଷୋଭ ଓ ଶୋଭାଯାତ୍ରା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ୩୫ଟି ସାଙ୍ଗଠନିକ ଜିଲା ପର୍ଯ୍ୟବେକ୍ଷକ ନିଯୁକ୍ତି କରାଯାଇଛି। ଏହି ପର୍ଯ୍ୟବେକ୍ଷକ ତାଲିକାରେ କଂଗ୍ରେସ ଦଳର ବିଧାୟକ, ପୂର୍ବତନ ଏମ୍ପି ଏବଂ ବିଧାୟକ, ବରିଷ୍ଠ କଂଗ୍ରେସ ନେତାଙ୍କୁ ସ୍ଥାନ ଦିଆଯାଇଛି।
ଏହି ପରିପ୍ରେକ୍ଷୀରେ କେନ୍ଦୁଝର ଜିଲାର କଂଗ୍ରେସ ନେତା ତଥା ପୂର୍ବତନ ପିସିସି ସମ୍ପାଦକ ସଂଗ୍ରାମ ଦାସଙ୍କୁ କଂଗ୍ରେସ ଦଳର ଦେବଗଡ଼ ଜିଲା ପାଇଁ ଜିଲା ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି।
ସେହିପରି କେନ୍ଦୁଝର ଜିଲା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୂର୍ବତନ ପିସିସି ସାଧାରଣ ସମ୍ପାଦକ ପୃଥିବଲ୍ଲଭ ପଟ୍ଟନାୟକ ଓ ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ତଥା ଅଖିଳ ଭାରତୀୟ ମହିଳା କଂଗ୍ରେସ ସମ୍ପାଦିକା ସସ୍ମିତା ବେହେରାଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି l
ନିଯୁକ୍ତି ପରେ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, କଂଗ୍ରେସ ଦଳର ଓଡିଶା ପ୍ରଭାରୀ ଅଜୟ କୁମାର ଲଲ୍ଲୁ, ପିସିସି ସଭାପତି ଭକ୍ତଚରଣ ଦାସ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଏବଂ ବରିଷ୍ଠ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।
The post ସଂଗ୍ରାମ ଦାସ କଂଗ୍ରେସର ଦେବଗଡ଼ ଜିଲା ପର୍ଯ୍ୟବେକ୍ଷକ appeared first on Dharitri Odia News.