କାଳବୈଶାଖୀ ପ୍ରଭାବରେ ବର୍ଷା: ଲିଭିଲା ଜଙ୍ଗଲ ନିଆଁ

ମାଲକାନଗିରି,୧୧।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କକାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ବନାଞ୍ଚଳରେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିଯାଇଛି । ଫଳରେ ବନ କର୍ମଚାରୀ ଏବଂ କ୍ଷେତ୍ର କର୍ମଚାରୀ ମାନେ ଆଶ୍ୱସ୍ତ ଲାଭ କରିଛନ୍ତି। ସାଧାରଣତଃ ଗ୍ରୀଷ୍ମ ଋତୁରେ ବିଶେଷକରି ମାର୍ଚ୍ଚ ମାସରେ ବିଭିନ୍ନ କାରଣରୁ ଜଙ୍ଗଲରେ ନିଆଁ ଲାଗିଥାଏା ଏହି ନିଆଁକୁ ଆୟତ୍ତ କରିବା ପାଇଁ ସ୍ବଳ୍ପ ସଂ୍ଯଯକ ବନ କର୍ମଚାରୀଙ୍କ ପକ୍ଷେ ସମ୍ଭବପର ହୋଇ ନ ଥାଏ। […] The post କାଳବୈଶାଖୀ ପ୍ରଭାବରେ ବର୍ଷା: ଲିଭିଲା ଜଙ୍ଗଲ ନିଆଁ appeared first on Dharitri Odia News.

କାଳବୈଶାଖୀ ପ୍ରଭାବରେ ବର୍ଷା: ଲିଭିଲା ଜଙ୍ଗଲ ନିଆଁ

ମାଲକାନଗିରି,୧୧।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାର ବିଭିନ୍ନ ଅଞ୍ଚଳରେ ଗୁରୁବାର କକାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ବନାଞ୍ଚଳରେ ଜଙ୍ଗଲରେ ଲାଗିଥିବା ନିଆଁ ଲିଭିଯାଇଛି । ଫଳରେ ବନ କର୍ମଚାରୀ ଏବଂ କ୍ଷେତ୍ର କର୍ମଚାରୀ ମାନେ ଆଶ୍ୱସ୍ତ ଲାଭ କରିଛନ୍ତି।

ସାଧାରଣତଃ ଗ୍ରୀଷ୍ମ ଋତୁରେ ବିଶେଷକରି ମାର୍ଚ୍ଚ ମାସରେ ବିଭିନ୍ନ କାରଣରୁ ଜଙ୍ଗଲରେ ନିଆଁ ଲାଗିଥାଏା ଏହି ନିଆଁକୁ ଆୟତ୍ତ କରିବା ପାଇଁ ସ୍ବଳ୍ପ ସଂ୍ଯଯକ ବନ କର୍ମଚାରୀଙ୍କ ପକ୍ଷେ ସମ୍ଭବପର ହୋଇ ନ ଥାଏ। ଫଳରେ ଜଙ୍ଗଲରେ ନିଆଁ ବ୍ୟାପି ଅନେକ କ୍ଷୟକ୍ଷତି ଘଟିଥାଏ ା ଏଥିପାଇଁ ସାଧାରଣ ଲୋକ ଯେତିକି ଦାୟୀ, ବନ କର୍ମଚାରୀ ମଧ୍ୟ ସେତିକି ଦାୟୀ। କିନ୍ତୁ ବନ କ୍ଷେତ୍ର କର୍ମଚାରୀମାନେ ନିଜ ଚାକିରିକୁ ବଞ୍ଚାଇବା ପାଇଁ ଦିବାରାତ୍ର ଯଥାସାଧ୍ୟ ନିଆଁକୁ ଆୟତ କରିବା ପାଇଁ ଚେଷ୍ଟା କରିଥାନ୍ତି।

୨୦୨୪ ମସିହାରେ ମାଲକାନଗିରି ଜିଲାରେ ୨୮୨୬ଟି ସ୍ଥାନରେ ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ଏଥିରେ ୩୩୨.୪୭୦ ହେକ୍ଟର ଜଙ୍ଗଲ କ୍ଷୟକ୍ଷତି ହୋଇଥିଲାା ସେହିପରି ୨୦୨୫ ମସିହାରେ ଗୁରୁବାର ପର୍ଯ୍ୟନ୍ତ ୮୭୦ଟି ସ୍ଥାନରେ ୧୪୧.୧୩ ହେକ୍ଟର ଜଙ୍ଗଲରେ ନିଆଁ ଲାଗିଥିଲା। ଗତବର୍ଷ ଅପେକ୍ଷା ଚଳିତ ବର୍ଷ କର୍ମଚାରୀମାନେ ପରିଶ୍ରମ କରି ଜଙ୍ଗଲ ନିଆଁକୁ ଆୟତ କରିପାରିଛନ୍ତି।

The post କାଳବୈଶାଖୀ ପ୍ରଭାବରେ ବର୍ଷା: ଲିଭିଲା ଜଙ୍ଗଲ ନିଆଁ appeared first on Dharitri Odia News.