ତୁମେ ଜଣେ ମହିଳା, କିଛି ଜାଣିନାହଁ: ବିଧାନସଭାରେ ମହିଳା ବିଧାୟକଙ୍କୁ ଗାଳି କଲେ ମୁଖ୍ୟମନ୍ତ୍ରୀ

ପାଟନା,୨୪।୭: ବିହାର ବିଧାନସଭାରେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳାଙ୍କ ବିଷୟରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ବିହାର ବିଧାନସଭାରେ ନୀତୀଶ କୁମାର ଭାଷଣ ଦେଇଥିଲେ। ସେ ଅଭିଯୋଗ କରିଥିଲେ, ୨୦୦୫ ପରେ ଆରଜେଡି ମହିଳାମାନଙ୍କୁ ଆଗକୁ ବଢିବାକୁ ଦେଇନାହିଁ। ଏହି ସମୟରେ ଆରଜେଡି ବିଧାୟକ ରେଖା ଦେବୀ ତାଙ୍କ ପ୍ରତିକ୍ରିୟା ଦେବାକୁ ଚାହୁଁଥିଲେ। ଏହି ସମୟରେ ନୀତୀଶ କୁମାର ତାଙ୍କୁ କହିଥିଲେ, ଆରେ ତୁମେ ଜଣେ ମହିଳା, କିଛି ଜାଣ ନାହିଁ। […] The post ତୁମେ ଜଣେ ମହିଳା, କିଛି ଜାଣିନାହଁ: ବିଧାନସଭାରେ ମହିଳା ବିଧାୟକଙ୍କୁ ଗାଳି କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.

ତୁମେ ଜଣେ ମହିଳା, କିଛି ଜାଣିନାହଁ: ବିଧାନସଭାରେ ମହିଳା ବିଧାୟକଙ୍କୁ ଗାଳି କଲେ ମୁଖ୍ୟମନ୍ତ୍ରୀ

ପାଟନା,୨୪।୭: ବିହାର ବିଧାନସଭାରେ ଜେଡିୟୁ ମୁଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳାଙ୍କ ବିଷୟରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ବିହାର ବିଧାନସଭାରେ ନୀତୀଶ କୁମାର ଭାଷଣ ଦେଇଥିଲେ। ସେ ଅଭିଯୋଗ କରିଥିଲେ, ୨୦୦୫ ପରେ ଆରଜେଡି ମହିଳାମାନଙ୍କୁ ଆଗକୁ ବଢିବାକୁ ଦେଇନାହିଁ। ଏହି ସମୟରେ ଆରଜେଡି ବିଧାୟକ ରେଖା ଦେବୀ ତାଙ୍କ ପ୍ରତିକ୍ରିୟା ଦେବାକୁ ଚାହୁଁଥିଲେ। ଏହି ସମୟରେ ନୀତୀଶ କୁମାର ତାଙ୍କୁ କହିଥିଲେ, ଆରେ ତୁମେ ଜଣେ ମହିଳା, କିଛି ଜାଣ ନାହିଁ। ଆମେ କହୁଛୁ ଚୁପଚାପ ଶୁଣ। ଏନେଇ ରେଖା ଦେବୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମହିଳା ମାନଙ୍କ ସହ କେଉଁ ଭଳି ଭାବରେ ବ୍ୟବହାର କରାଯାଏ ତାହା ଭୁଲି ଯାଇଛନ୍ତି।

ଏହା ସହିତ ଜେଡିୟୁ ନେତା ଲଲନ ସିଂ ରାବ୍ରି ଦେବୀଙ୍କ ଉପରେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି, ବଜେଟ ଭଳି ଜିନିଷ ରାବ୍ରି ଦେବୀ ବୁଝିପାରନ୍ତି ନାହିଁ। ସେ କିପରି ସାଇନ କରିବେ ଜାଣନ୍ତି ନାହିଁ, ବଜେଟ ଉପରେ ସେ କ’ଣ କହିବେ।

The post ତୁମେ ଜଣେ ମହିଳା, କିଛି ଜାଣିନାହଁ: ବିଧାନସଭାରେ ମହିଳା ବିଧାୟକଙ୍କୁ ଗାଳି କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.