ମର୍ମନ୍ତୁଦ ଦୁର୍ଘଟଣା: ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ୍‌

ଟେନସା,୧୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ରେଙ୍ଗାଲବେଢା ଠାରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି। ଗୁରୁତରଙ୍କୁ ପ୍ରଥମେ କୋଇଡା ଡାକ୍ତରଖାନା ଏବଂ ପରେ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି। ଖବରପାଇ କୋଇଡା ଆଇଆଇସି ମନୋରଞ୍ଜନ କୁମ୍ବାରଙ୍କ ସମେତ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମଙ୍ଗଳବାର କୋଇଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ […] The post ମର୍ମନ୍ତୁଦ ଦୁର୍ଘଟଣା: ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ୍‌ appeared first on Dharitri Odia News.

ମର୍ମନ୍ତୁଦ ଦୁର୍ଘଟଣା: ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ୍‌

ଟେନସା,୧୦।୭(ସମୀର କୁମାର ପାଢୀ): ସୁନ୍ଦରଗଡ ଜିଲା କୋଇଡା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ରେଙ୍ଗାଲବେଢା ଠାରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଥିବା ଜଣାପଡିଛି। ଗୁରୁତରଙ୍କୁ ପ୍ରଥମେ କୋଇଡା ଡାକ୍ତରଖାନା ଏବଂ ପରେ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି। ଖବରପାଇ କୋଇଡା ଆଇଆଇସି ମନୋରଞ୍ଜନ କୁମ୍ବାରଙ୍କ ସମେତ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମଙ୍ଗଳବାର କୋଇଡା ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସନ୍ଧ୍ୟାରାଣୀ ନାଏକଙ୍କ ପରିବାର ୫ଜଣ ଏକ ସ୍କରପିଓ ଗାଡ଼ିରେ କେନ୍ଦୁଝର ଜିଲାକୁ ବିବାହ ଭୋଜି ଖାଇବାକୁ ଯାଇଥିଲେ। ରାତିରେ କୋଇଡା ଫେରୁଥିଲେ । ସେହି ସମୟରେ ଏକ ହାଇଓ୍ବା ଟ୍ରକ୍‌ ସ୍କରପିଓ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଦୁଇ ଶିଶୁ ସମେତ ଏକ ଯୁବତୀଙ୍କ ମୃତ୍ୟୁ ହୋଇଛି।

The post ମର୍ମନ୍ତୁଦ ଦୁର୍ଘଟଣା: ଭୋଜି ଖାଇ ଘରକୁ ଫେରୁଥିବା ବେଳେ ଧକ୍କା ଦେଲା ଟ୍ରକ୍‌ appeared first on Dharitri Odia News.