୮ ଲୋକସଭା ପ୍ରାର୍ଥୀଙ୍କ ତାଲିକା ଜାରି କଲା ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା

ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଦଳ ଆଗାମୀ ଲୋକସଭା ନିର୍ବାଚନ ପାଇଁ ୮ ପ୍ରାର୍ଥୀଙ୍କର ଏକ ତାଲିକା ଜାରି କରିଛି। ମୁମ୍ବାଇ ସାଉଥ ସେଣ୍ଟ୍ରାଲ, କୋହ୍ଲାପୁର, ଶିରିଡି (ଏସସି), ବୁଲଧନା, ହିଙ୍ଗୋଳି, ମାଭଲ, ହଟକନଙ୍ଗଲେ ଏବଂ ରାମଟେକ (ଏସସି) ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ରାହୁଲ ସେୱଲେଙ୍କୁ ମୁମ୍ବାଇ ସାଉଥ ସେଣ୍ଟ୍ରାଲରୁ ପ୍ରାର୍ଥୀ କରାଯାଇଛି। ସଞ୍ଜୟ ମନ୍ଦଲିକଙ୍କୁ କୋହ୍ଲାପୁରରୁ, ସଦାଶିବ ଲୋଖାଣ୍ଡେଙ୍କୁ ଶିରିଡି, ପ୍ରତାପରାଓ ଜାଦବଙ୍କୁ ବୁଲଧନା, ହେମନ୍ତ ପାଟିଲଙ୍କୁ […]

୮ ଲୋକସଭା ପ୍ରାର୍ଥୀଙ୍କ ତାଲିକା ଜାରି କଲା ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା

ନୂଆଦିଲ୍ଲୀ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଦଳ ଆଗାମୀ ଲୋକସଭା ନିର୍ବାଚନ ପାଇଁ ୮ ପ୍ରାର୍ଥୀଙ୍କର ଏକ ତାଲିକା ଜାରି କରିଛି। ମୁମ୍ବାଇ ସାଉଥ ସେଣ୍ଟ୍ରାଲ, କୋହ୍ଲାପୁର, ଶିରିଡି (ଏସସି), ବୁଲଧନା, ହିଙ୍ଗୋଳି, ମାଭଲ, ହଟକନଙ୍ଗଲେ ଏବଂ ରାମଟେକ (ଏସସି) ଆସନରେ ପ୍ରାର୍ଥୀଙ୍କ ନାମ ଘୋଷଣା ହୋଇଛି। ରାହୁଲ ସେୱଲେଙ୍କୁ ମୁମ୍ବାଇ ସାଉଥ ସେଣ୍ଟ୍ରାଲରୁ ପ୍ରାର୍ଥୀ କରାଯାଇଛି। ସଞ୍ଜୟ ମନ୍ଦଲିକଙ୍କୁ କୋହ୍ଲାପୁରରୁ, ସଦାଶିବ ଲୋଖାଣ୍ଡେଙ୍କୁ ଶିରିଡି, ପ୍ରତାପରାଓ ଜାଦବଙ୍କୁ ବୁଲଧନା, ହେମନ୍ତ ପାଟିଲଙ୍କୁ ହିଙ୍ଗୋଳି ଏବଂ ଶ୍ରୀରାଙ୍ଗ ବର୍ନେଙ୍କୁ ମାବଲରୁ ପ୍ରାର୍ଥୀ କରାଯାଇଛି। ପୂର୍ବତନ କଂଗ୍ରେସ ବିଧାୟକ ରାଜୁ ପର୍ବେଙ୍କୁ ରାମଟେକ ଆସନରୁ ପ୍ରାର୍ଥୀ କରାଯାଇଛି । ସେ ନିକଟରେ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନା ଦଳରେ ଯୋଗ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ମହାରାଷ୍ଟ୍ରରେ ୫ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ମହାରାଷ୍ଟ୍ରରେ ଏପ୍ରିଲ ୧୯, ଏପ୍ରିଲ ୨୬, ମେ’ ୭, ମେ’ ୧୩, ଏବଂ ମେ’ ୨୦ ତାରିଖରେ ନିର୍ବାଚନ ଥିବାବେଳେ ଜୁନ୍ ୪ ତାରିଖରେ ଫଳ ଆସିବ।