କଂଗ୍ରେସରୁ ସବୁ ନିଲମ୍ବନ, ବହିଷ୍କାର ପ୍ରତ୍ୟାହାର: ପିସିସି ସଭାପତିଙ୍କ ମାଷ୍ଟର ଷ୍ଟ୍ରୋକ
ଭୁବନେଶ୍ୱର:ରାଜ୍ୟ କଂଗ୍ରେସର ମୁଖିଆ ଭାବେ ଦାୟିତ୍ୱ ନେଉନେଉ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି ଭକ୍ତ ଦାସ।ରାଜ୍ୟ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର ନିର୍ଦ୍ଧେଶ ଦେଇଛନ୍ତି। ପୁରୁଣା ନେତାଙ୍କୁ କଂଗ୍ରେସକୁ ଫେରାଇ ଆଣିବାକୁ ଅଣ୍ଟା ଭିଡିଛନ୍ତି ଭକ୍ତ ଦାସ। ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର କରିଦିଆଯିବା ଘୋଷଣା ପରେ ଏଵେ କଂଗ୍ରେସ ଶିବିର ଚଳ ଚଞ୍ଚଳ। ପ୍ରେସ ବିଜ୍ଞପ୍ତି ଜରିଆରେ ଘୋଷଣା କଲେ ପିସିସି ସଭାପତି ଭକ୍ତ ଦାସ। ଯେଉଁମାନେ କଂଗ୍ରେସ ଛାଡ଼ିଛନ୍ତି, ସେମାନଙ୍କୁ ଫେରିବାକୁ […]

ଭୁବନେଶ୍ୱର:ରାଜ୍ୟ କଂଗ୍ରେସର ମୁଖିଆ ଭାବେ ଦାୟିତ୍ୱ ନେଉନେଉ ମାଷ୍ଟର ଷ୍ଟ୍ରୋକ ଖେଳିଛନ୍ତି ଭକ୍ତ ଦାସ।ରାଜ୍ୟ କଂଗ୍ରେସରୁ ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର ନିର୍ଦ୍ଧେଶ ଦେଇଛନ୍ତି। ପୁରୁଣା ନେତାଙ୍କୁ କଂଗ୍ରେସକୁ ଫେରାଇ ଆଣିବାକୁ ଅଣ୍ଟା ଭିଡିଛନ୍ତି ଭକ୍ତ ଦାସ। ସମସ୍ତ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର କରିଦିଆଯିବା ଘୋଷଣା ପରେ ଏଵେ କଂଗ୍ରେସ ଶିବିର ଚଳ ଚଞ୍ଚଳ। ପ୍ରେସ ବିଜ୍ଞପ୍ତି ଜରିଆରେ ଘୋଷଣା କଲେ ପିସିସି ସଭାପତି ଭକ୍ତ ଦାସ। ଯେଉଁମାନେ କଂଗ୍ରେସ ଛାଡ଼ିଛନ୍ତି, ସେମାନଙ୍କୁ ଫେରିବାକୁ କହିଲେ ଭକ୍ତ ଦାସ। ଆଗକୁ ରାଜ୍ୟରେ ପଂଚାୟତ ନିର୍ବାଚନ। ତେଣୁ ତାକୁ ଆଖି ଆଗରେ ରଖି ମୁଖିଆ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।