ଇଗ୍ନୋରେ ଓଡ଼ିଆ ଭାଷାରେ ହେବ ଶିକ୍ଷା ପ୍ରଦାନ,ବୁଝାମଣା ପତ୍ର ସ୍ୱାକ୍ଷରିତ
ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ, ନୂଆଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ପଢ଼ାଯାଉଥିବା ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ ହେବ । ୫୦ରୁ ଅଧିକ ଡିପ୍ଲୋମା ଓ ସାର୍ଟିଫିକେଟ୍ ପାଠ୍ୟକ୍ରମର ପୁସ୍ତକ, ୪୦୦ରୁ ଅଧିକ ସ୍ନାତକସ୍ତରର ବହି ଓ ୨୦୦ରୁ ଅଧିକ ସ୍ନାତକୋତ୍ତର ପୁସ୍ତକକୁ ଓଡ଼ିଆରେ ଅନୁବାଦ କରାଯିବ । ୬୫୦ ରୁ ଅଧିକ […]

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ୱ ବିଦ୍ୟାଳୟ, ନୂଆଦିଲ୍ଲୀ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ଵାକ୍ଷରିତ ହୋଇଯାଇଛି। ଇନ୍ଦିରା ଗାନ୍ଧି ଜାତୀୟ ମୁକ୍ତ ବିଶ୍ୱବିଦ୍ୟାଳୟ (ଇଗ୍ନୋ)ରେ ପଢ଼ାଯାଉଥିବା ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ ହେବ । ୫୦ରୁ ଅଧିକ ଡିପ୍ଲୋମା ଓ ସାର୍ଟିଫିକେଟ୍ ପାଠ୍ୟକ୍ରମର ପୁସ୍ତକ, ୪୦୦ରୁ ଅଧିକ ସ୍ନାତକସ୍ତରର ବହି ଓ ୨୦୦ରୁ ଅଧିକ ସ୍ନାତକୋତ୍ତର ପୁସ୍ତକକୁ ଓଡ଼ିଆରେ ଅନୁବାଦ କରାଯିବ । ୬୫୦ ରୁ ଅଧିକ ପୁସ୍ତକ ଓଡ଼ିଆରେ ଅନୁବାଦ ହେବ ।
ଏହି ବୁଝାମଣା ପତ୍ର ଅନୁଯାୟୀ ସ୍ନାତକ, ସ୍ନାତକୋତ୍ତର ପାଠ୍ୟକ୍ରମ ସହିତ ସ୍ନାତକୋତ୍ତର ଡିପ୍ଲୋମା, ଓ ସାର୍ଟିଫିକେଟ ପାଠ୍ୟକ୍ରମ, ସ୍ନାତକ (ଭୋକେସ୍ନାଲ୍ ଷ୍ଟଡ଼ିଜ), ଆଦି ବିଭିନ୍ନ ପାଠ୍ୟକ୍ରମକୁ ଓଡ଼ିଆ ଭାଷାରେ ପ୍ରଦାନ କରାଯିବ। ଏହି ବୁଝାମଣା ପତ୍ର ସ୍ଵାକ୍ଷର ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ କହିଥିଲେ ଯେ,ଏହା ଏକ ଐତିହାସିକ ପଦକ୍ଷେପ। ଏହି ବୁଝାମଣା ପତ୍ର ସ୍ଵାକ୍ଷର ମାଧ୍ୟମରେ ଆମ ଛାତ୍ରଛାତ୍ରୀମାନେ ଓଡ଼ିଆ ଭାଷାରେ ଉଚ୍ଚଶିକ୍ଷା ଲାଭ କରିପାରିବେ। ଉଚ୍ଚଶିକ୍ଷା ଲାଭ କରିବାରେ ପାଠ୍ୟକ୍ରମର ଭାଷା ବା ମାଧ୍ୟମ ଆଉ ବାଧକ ସାଜିବ ନାହିଁ। “ସମସ୍ତଙ୍କ ପାଇଁ ଶିକ୍ଷା ଓ ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷା” ଏହାକୁ ସୁନିଶ୍ଚିତ କରାଯାଇପାରିବ। ଏଥିସହିତ ଜାତୀୟ ଶିକ୍ଷା ନୀତି-୨୦୨୦ ଅନୁଯାୟୀ ଶିକ୍ଷାଦାନର ମାଧ୍ୟମ ଓ ପାଠ୍ୟକ୍ରମକୁ ମାତୃଭାଷାରେ ପ୍ରଦାନ କରିବା ନିମନ୍ତେ ପ୍ରାଧାନ୍ୟ ଦିଆଯାଇଛି।