ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ କାର୍ଯ୍ୟକାରୀ ହେବ : ଶାହ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି କହିଛନ୍ତି, ସିଏଏ (ନାଗରିତକା (ସଂଶୋଧନ) ଆଇନ ସିଏଏ ଚଳିତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀ ହେବ। ଶାହ କହିଛନ୍ତି, ଆମ ମୁସଲିମ ଭାଇମାନଙ୍କୁ ସିଏଏକୁ ବିରୋଧ କରିବାପାଇଁ ମତାଯାଇଛି। ତେବେ ସିଏଏ କେବଳ ନାଗରିକତା ପ୍ରଦାନ ପାଇଁ ଉଦ୍ଦିଷ୍ଟ। ପାକିସ୍ତାନ, ଆଫଗାନିସ୍ତାନ, ଏବଂ ବାଂଲାଦେଶରେ ଅତ୍ୟାଚାର ସାମ୍ନା କରି ଭାରତ ଆସିଥିବା ନାଗରିକଙ୍କୁ ନାଗରିକତା ପ୍ରଦାନ କରିବାପାଇଁ ଏହା ଉଦ୍ଦିଷ୍ଟ। ଏହା କୌଣସି ଭାରତୀୟଙ୍କ […]

ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ କାର୍ଯ୍ୟକାରୀ ହେବ : ଶାହ

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଆଜି କହିଛନ୍ତି, ସିଏଏ (ନାଗରିତକା (ସଂଶୋଧନ) ଆଇନ ସିଏଏ ଚଳିତ ବର୍ଷ ଲୋକସଭା ନିର୍ବାଚନ ପୂର୍ବରୁ କାର୍ଯ୍ୟକାରୀ ହେବ। ଶାହ କହିଛନ୍ତି, ଆମ ମୁସଲିମ ଭାଇମାନଙ୍କୁ ସିଏଏକୁ ବିରୋଧ କରିବାପାଇଁ ମତାଯାଇଛି। ତେବେ ସିଏଏ କେବଳ ନାଗରିକତା ପ୍ରଦାନ ପାଇଁ ଉଦ୍ଦିଷ୍ଟ। ପାକିସ୍ତାନ, ଆଫଗାନିସ୍ତାନ, ଏବଂ ବାଂଲାଦେଶରେ ଅତ୍ୟାଚାର ସାମ୍ନା କରି ଭାରତ ଆସିଥିବା ନାଗରିକଙ୍କୁ ନାଗରିକତା ପ୍ରଦାନ କରିବାପାଇଁ ଏହା ଉଦ୍ଦିଷ୍ଟ। ଏହା କୌଣସି ଭାରତୀୟଙ୍କ ନାଗରିକତା ଛଡ଼ାଇବାପାଇଁ ଉଦ୍ଦିଷ୍ଟ ନୁହେଁ। ଲୋକସଭା ନିର୍ବାଚନ ସଂକ୍ରାନ୍ତରେ ଟିପ୍ପଣୀ ରଖି କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ବିଜେପି ଆସନ୍ତା ଲୋକସଭା ନିର୍ବାଚନରେ ୩୭୦ ଆସନ ପାଇବ ଏବଂ ଏନଡିଏ ୪୦୦ରୁ ଅଧିକ ଆସନରେ ଜିତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବ। ଶାହ କହିଛନ୍ତି, ଲୋକସଭା ନିର୍ବାଚନ ଫଳକୁ ନେଇ କୌଣସି ପ୍ରକାର ସସପେନ୍ସ ନାହିଁ। ଏପରିକି କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳ ମଧ୍ୟ ଏହା ହୃଦୟଙ୍ଗମ କରି ସାରିଛନ୍ତି ଯେ ସେମାନେ ବିରୋଧୀ ବେଞ୍ଚରେ ବସିବେ।