ITDA ପି.ଏ ଗିରଫ
ବଣାଇ : ବଣାଇ ITDA ପି.ଏ ବିଶ୍ୱଦର୍ଶୀ ସାହୁ ଗିରଫ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତ କାଲି ତାଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ତାଙ୍କର ୯ ଟି ପ୍ଲଟ ଶହ ୧୬୦ ଗ୍ରାମ ସୁନା ଏବଂ ୪.୫ ଲକ୍ଷ ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ଯାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପରି ନଥିଲେ ବିଶ୍ୱଦର୍ଶୀ ସାହୁ । ଗତକାଲି ଭିଜିଲାନ୍ସ ଟିମ […]

ବଣାଇ : ବଣାଇ ITDA ପି.ଏ ବିଶ୍ୱଦର୍ଶୀ ସାହୁ ଗିରଫ । ଆୟବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଗତ କାଲି ତାଙ୍କ ଘର ସମେତ ୭ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ତାଙ୍କର ୯ ଟି ପ୍ଲଟ ଶହ ୧୬୦ ଗ୍ରାମ ସୁନା ଏବଂ ୪.୫ ଲକ୍ଷ ଟଙ୍କା ଠାବ କରିଥିଲା ଭିଜିଲାନ୍ସ । ଯାହାର କୌଣସି ସନ୍ତୋଷଜନକ ଉତ୍ତର ଦେଇ ପରି ନଥିଲେ ବିଶ୍ୱଦର୍ଶୀ ସାହୁ ।
ଗତକାଲି ଭିଜିଲାନ୍ସ ଟିମ ଯାଞ୍ଚ ସମୟରେ ଭୁବନେଶ୍ୱରରେ ଗୋଟିଏ ଦୁଇ ମହଲା କୋଠା ସହ ଗୋଟିଏ ଫ୍ଲାଟ, ଅର୍ଦ୍ଧ ନିର୍ମିତ ଦୁଇଟି ଫ୍ଲାଟ, ଭୁବନେଶ୍ୱର ଓ ପୁରୀରେ ୯ଟି ଦାମୀକିଆ ପ୍ଲଟ,୧୫୯ ଗ୍ରାମ ସୁନା ଗହଣା,ବିଭିନ୍ନ ବ୍ୟାଙ୍କରେ ୬୧ ଲକ୍ଷ ଟଙ୍କାର ଜମା,ନଗଦ ୪ ଲକ୍ଷ ୫୧ ହଜାର ଟଙ୍କା, ଗୋଟିଏ ଦାମୀ କାର ସହ ଆହୁରି ଅନେକ ସଂପତ୍ତି ଠାବ କରିବା ପରେ ସଂପୂର୍ଣ୍ଣ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।