ପୋଖରୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ

ଭଦ୍ରକ: ପୋଖରୀରେ ବୁଡ଼ିଯାଇ ୨ ଛାତ୍ରଙ୍କର ମୃତ୍ୟୁ I ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନ କୋରିଗାଁର ନାଉରିଗଡ଼ିଆ ଗାଁରେ ଏହି ଅଘଟଣ ଘଟିଛି । ମୃତ୍ୟୁ ଘଟିଥିବା ଦୁଇ ନାବାଳକ ପଞ୍ଚମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ସେମାନେ ହେଲେ ଗାଁର ଅଲେଖ ବିଶ୍ବାଳଙ୍କ ପୁଅ ହେମନ୍ତ ବିଶ୍ବାଳ ଓ ବାସୁଦେବ ବିଶ୍ବାଳଙ୍କ ପୁଅ କାର୍ତିକ ବିଶ୍ବାଳ । ସୂଚନାନୁସାରେ, ହେମନ୍ତ ଓ କାର୍ତ୍ତିକ କୋଳି ଖାଇବାକୁ ଆସି ଗୋହିରାଟିକିରି ମଠ ପାଖ ପୋଖରୀରେ ଗାଧୋଉଥିଲେ। […]

ପୋଖରୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ
ପୋଖରୀରେ ବୁଡି ୨ ଛାତ୍ରଙ୍କ ମୃତ୍ୟୁ

ଭଦ୍ରକ: ପୋଖରୀରେ ବୁଡ଼ିଯାଇ ୨ ଛାତ୍ରଙ୍କର ମୃତ୍ୟୁ I ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ଅଧିନ କୋରିଗାଁର ନାଉରିଗଡ଼ିଆ ଗାଁରେ ଏହି ଅଘଟଣ ଘଟିଛି । ମୃତ୍ୟୁ ଘଟିଥିବା ଦୁଇ ନାବାଳକ ପଞ୍ଚମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି। ସେମାନେ ହେଲେ ଗାଁର ଅଲେଖ ବିଶ୍ବାଳଙ୍କ ପୁଅ ହେମନ୍ତ ବିଶ୍ବାଳ ଓ ବାସୁଦେବ ବିଶ୍ବାଳଙ୍କ ପୁଅ କାର୍ତିକ ବିଶ୍ବାଳ ।

ସୂଚନାନୁସାରେ, ହେମନ୍ତ ଓ କାର୍ତ୍ତିକ କୋଳି ଖାଇବାକୁ ଆସି ଗୋହିରାଟିକିରି ମଠ ପାଖ ପୋଖରୀରେ ଗାଧୋଉଥିଲେ। ଏହି ସମୟରେ ଅସାବଧାନତା ବସତଃ ବୁଡ଼ିଯାଇ ଉଭୟଙ୍କ ମୃତ୍ୟୁ ଘଟିଛି। ୨ ପିଲାଙ୍କର ଅକାଳ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।