ସ୍କୁଲରେ ବଜ୍ରପାତ, ୧୦ରୁ ଅଧିକ ଛାତ୍ରଛାତ୍ରୀ ଆହତ
ଭୁବନେଶ୍ବର: ସ୍କୁଲରେ ବଜ୍ରପାତ। ଆହତ ହେଲେ ୧୦ରୁ ଅଧିକ ଛାତ୍ରଛାତ୍ରୀ। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରସ୍ଥିତ ରେଣ୍ଟାଲ କଲୋନୀ ହାଇସ୍କୁଲରେ। ଅପରାହ୍ନରେ ସ୍କୁଲରେ ପାଠପଢ଼ା ଚାଲିଥିବାବେଳେ ବଜ୍ରପାତ ହୋଇଥିଲା । ଏଥିରେ ୧୦ ଛାତ୍ରଛାତ୍ରୀ ଆହତ ହୋଇପଡ଼ିଥିଲେ । ତେବେ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବଶ୍ୟ ୪ ଜଣ ଛାତ୍ରଙ୍କର ଡାହାଣ ହାତ କାମ କରୁନଥିବା ଜଣାପଡ଼ିଛି । ଏମିତିକି ଏହି ବଜ୍ରାଘାତରେ ସ୍କୁଲ ଛାତ ମଧ୍ୟ ଭାଙ୍ଗିଯାଇଛି।ସୂଚନାଯୋଗ୍ୟ, ସୋମବାର ଅପରାହ୍ନରେ ରାଜଧାନୀ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ପ୍ରାୟ ଏକ ଘଣ୍ଟା ଧରି ବର୍ଷାରେ ସହରରେ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।
ଭୁବନେଶ୍ବର: ସ୍କୁଲରେ ବଜ୍ରପାତ। ଆହତ ହେଲେ ୧୦ରୁ ଅଧିକ ଛାତ୍ରଛାତ୍ରୀ। ଘଟଣା ଘଟିଛି ରାଜଧାନୀ ଭୁବନେଶ୍ବରସ୍ଥିତ ରେଣ୍ଟାଲ କଲୋନୀ ହାଇସ୍କୁଲରେ।
ଅପରାହ୍ନରେ ସ୍କୁଲରେ ପାଠପଢ଼ା ଚାଲିଥିବାବେଳେ ବଜ୍ରପାତ ହୋଇଥିଲା । ଏଥିରେ ୧୦ ଛାତ୍ରଛାତ୍ରୀ ଆହତ ହୋଇପଡ଼ିଥିଲେ । ତେବେ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବଶ୍ୟ ୪ ଜଣ ଛାତ୍ରଙ୍କର ଡାହାଣ ହାତ କାମ କରୁନଥିବା ଜଣାପଡ଼ିଛି । ଏମିତିକି ଏହି ବଜ୍ରାଘାତରେ ସ୍କୁଲ ଛାତ ମଧ୍ୟ ଭାଙ୍ଗିଯାଇଛି।
ସୂଚନାଯୋଗ୍ୟ, ସୋମବାର ଅପରାହ୍ନରେ ରାଜଧାନୀ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ପ୍ରାୟ ଏକ ଘଣ୍ଟା ଧରି ବର୍ଷାରେ ସହରରେ ଅନେକ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି।