ସ୍ତ୍ରୀ ଆଗରେ ପିଟି ପିଟି ସ୍ବାମୀକୁ ହତ୍ୟା ଘଟଣା, ୩ ଜଣକୁ ଗିରଫ କଲା ପୋଲିସ

ଆଠଗଡ଼: ସ୍ତ୍ରୀ ଆଗରେ ପିଟି ପିଟି ସ୍ବାମୀକୁ ହତ୍ୟା ଘଟଣାରେ ୩ ଜଣକୁ ଗିରଫ କରିଛି ଗୁରୁଡ଼ିଝାଟିଆ ପୋଲିସ। ଗିରଫ ପରେ ସେମାନଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଗତ ୧୬ ତାରିଖରେ ଗୁରୁଡ଼ିଝାଟିଆ ଥାନା ଓରିଙ୍ଗାବାଡ଼ି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ଆଉ ଏହି ସମୟରେ ଓରିଙ୍ଗାବାଡ଼ି ଗାଁର ଆଦିବାସୀ ଯୁବକ ବିକ୍ରମ ଜେରାଇଙ୍କ ମୃତ୍ୟୁ ଘଟିଥିଲା। ହତ୍ୟାକାଣ୍ଡର ୨ ଦିନ ପରେ ମୃତ ଦେହକୁ କାନ୍ଧରେ କାନ୍ଧେଇ ୫ କିଲୋମିଟର ଯାଇ ଥାନା ଆଗରେ ଅଭିଯୁକ୍ତଙ୍କ ଗିରଫ ଦାବି କରି ଶବ ରଖି ଧାରଣା ଦେଇଥିଲେ ମୃତକଙ୍କ ପରିବାର ଲୋକ ଓ ଆଦିବାସୀ ଏସ୍‌ସି/ଏସ୍‌ଟି ସଂଘ ।  ଅଭିଯୋଗ ହୋଇଥିଲା ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା।ସେପଟେ ସାମାନ୍ୟ ବଚସାରୁ ଏହି ହତ୍ୟାକାଣ୍ଡ ଘଟିଥିବା ତଦନ୍ତରୁ ଜଣାପଡିଥିବାବେଳେ ଏବେବି ଏହି ଘଟଣାର ତଦନ୍ତ ଚାଲିଛି। ଘଟଣାରେ ଆଉ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି  ସୂଚନା ଦେଇଛନ୍ତି ଚୌଦ୍ବାର ଏସଡିପିଓ ଉମାକାନ୍ତ ନାୟକ।

ସ୍ତ୍ରୀ ଆଗରେ ପିଟି ପିଟି ସ୍ବାମୀକୁ ହତ୍ୟା ଘଟଣା, ୩ ଜଣକୁ ଗିରଫ କଲା ପୋଲିସ

ଆଠଗଡ଼: ସ୍ତ୍ରୀ ଆଗରେ ପିଟି ପିଟି ସ୍ବାମୀକୁ ହତ୍ୟା ଘଟଣାରେ ୩ ଜଣକୁ ଗିରଫ କରିଛି ଗୁରୁଡ଼ିଝାଟିଆ ପୋଲିସ। ଗିରଫ ପରେ ସେମାନଙ୍କୁ ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି। ଗତ ୧୬ ତାରିଖରେ ଗୁରୁଡ଼ିଝାଟିଆ ଥାନା ଓରିଙ୍ଗାବାଡ଼ି ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ହୋଇଥିଲା ଗଣ୍ଡଗୋଳ। ଆଉ ଏହି ସମୟରେ ଓରିଙ୍ଗାବାଡ଼ି ଗାଁର ଆଦିବାସୀ ଯୁବକ ବିକ୍ରମ ଜେରାଇଙ୍କ ମୃତ୍ୟୁ ଘଟିଥିଲା। 

ହତ୍ୟାକାଣ୍ଡର ୨ ଦିନ ପରେ ମୃତ ଦେହକୁ କାନ୍ଧରେ କାନ୍ଧେଇ ୫ କିଲୋମିଟର ଯାଇ ଥାନା ଆଗରେ ଅଭିଯୁକ୍ତଙ୍କ ଗିରଫ ଦାବି କରି ଶବ ରଖି ଧାରଣା ଦେଇଥିଲେ ମୃତକଙ୍କ ପରିବାର ଲୋକ ଓ ଆଦିବାସୀ ଏସ୍‌ସି/ଏସ୍‌ଟି ସଂଘ ।  

ଅଭିଯୋଗ ହୋଇଥିଲା ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା।ସେପଟେ ସାମାନ୍ୟ ବଚସାରୁ ଏହି ହତ୍ୟାକାଣ୍ଡ ଘଟିଥିବା ତଦନ୍ତରୁ ଜଣାପଡିଥିବାବେଳେ ଏବେବି ଏହି ଘଟଣାର ତଦନ୍ତ ଚାଲିଛି। ଘଟଣାରେ ଆଉ ଯେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି  ସୂଚନା ଦେଇଛନ୍ତି ଚୌଦ୍ବାର ଏସଡିପିଓ ଉମାକାନ୍ତ ନାୟକ।