ହାତୀ ପାଇଁ ଖଞ୍ଜିଥିଲେ ବିଦ୍ୟୁତ୍‌ ତାର: ନିଜେ ଫସିଲେ…

ମୟୁରଭଞ୍ଜ,୧୫।୭:ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ନାକିଚୁଆଁ ଗାଁରୁ ଏକ ହାତୀର ମୃତଦେହ ମିଳିଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ବନବିଭାଗ ସୋମବାର ହାତୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିଛି। ହାତୀ ଘରେ ପଶିଯିବା ଭୟରେ ଲୁହା ତାର ବାଡ଼ରେ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଫଳରେ ହାତୀଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ […] The post ହାତୀ ପାଇଁ ଖଞ୍ଜିଥିଲେ ବିଦ୍ୟୁତ୍‌ ତାର: ନିଜେ ଫସିଲେ… appeared first on Dharitri Odia News.

ହାତୀ ପାଇଁ ଖଞ୍ଜିଥିଲେ ବିଦ୍ୟୁତ୍‌ ତାର: ନିଜେ ଫସିଲେ…

ମୟୁରଭଞ୍ଜ,୧୫।୭:ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ନାକିଚୁଆଁ ଗାଁରୁ ଏକ ହାତୀର ମୃତଦେହ ମିଳିଥିଲା। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ତଦନ୍ତ ପରେ ବନବିଭାଗ ସୋମବାର ହାତୀ ମୃତ୍ୟୁ ଘଟଣାର ପର୍ଦ୍ଦାଫାଶ କରିଛି। ହାତୀ ଘରେ ପଶିଯିବା ଭୟରେ ଲୁହା ତାର ବାଡ଼ରେ ବିଦ୍ୟୁତ୍‌ ସଂଯୋଗ କରାଯାଇଥିଲା। ଫଳରେ ହାତୀଟି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ୩ ଭାଇଙ୍କୁ ବନବିଭାଗ ଗିରଫ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

The post ହାତୀ ପାଇଁ ଖଞ୍ଜିଥିଲେ ବିଦ୍ୟୁତ୍‌ ତାର: ନିଜେ ଫସିଲେ… appeared first on Dharitri Odia News.