ରାଶିଫଳ: ମଙ୍ଗଳବାର, ଜାନୁଆରୀ ୩୦ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ର ପାରିବାରିକ ଅଶାନ୍ତି ସାଙ୍ଗକୁ ପାଇବା ଜିନିଷ ଶେଷ ସମୟରେ ହରାଇବେ। ବନ୍ଧୁମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ସମସ୍ୟା ଆସିଲେ ମଧ୍ୟ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ହେବ। ବୃଷ ଆପଣଙ୍କ ଉପରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ମୃଗଶିରା ନକ୍ଷତ୍ର ଶୁଣାକଥାକୁ ବିଶ୍ୱାସକରି […] The post ରାଶିଫଳ: ମଙ୍ଗଳବାର, ଜାନୁଆରୀ ୩୦ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୩୦ ତାରିଖ – Daily Horoscope
ମେଷ
ଅଶ୍ୱିନୀ ନକ୍ଷତ୍ର ପାରିବାରିକ ଅଶାନ୍ତି ସାଙ୍ଗକୁ ପାଇବା ଜିନିଷ ଶେଷ ସମୟରେ ହରାଇବେ। ବନ୍ଧୁମାନେ ଖାଲରେ ପକାଇବାକୁ ଚେଷ୍ଟାକଲେ ମଧ୍ୟ ସଫଳ ହେବେ ନାହିଁ। ସମସ୍ୟା ଆସିଲେ ମଧ୍ୟ କାମକୁ ପୂରା ଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ। ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ହେବ।
ବୃଷ
ବୃଷ
ଆପଣଙ୍କ ଉପରେ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ। ମୃଗଶିରା ନକ୍ଷତ୍ର ଶୁଣାକଥାକୁ ବିଶ୍ୱାସକରି ହଠାତ୍‌ ଯାତ୍ରା କରିବାକୁ ପଡ଼ିବ। ଜମିଜମା କାରବାର, ରାଜନୀତି, ଆନୁଷ୍ଠାନିକ କାମରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ଆଲୋଚନା ପରିସରରେ ସାଧାରଣ କଥାରେ ବନ୍ଧୁ କ୍ଷୁବ୍ଧ ହୋଇପାରନ୍ତି।
ମିଥୁନ
ମିଥୁନ
ପରିବାରର ବୟସ୍କ ବ୍ୟକ୍ତିମାନେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି। ପୁନର୍ବସୁ ନକ୍ଷତ୍ରର ଆର୍ଥିକ ଓ ପାରିବାରିକ ପରିସ୍ଥିତି ଭଲ ରହିବ। ଆଲୋଚନା ପ୍ରସଙ୍ଗରେ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ସମସ୍ୟା ସମାଧାନ କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
କର୍କଟ
କର୍କଟ
ସ୍ବାସ୍ଥ୍ୟ ସମସ୍ୟା, ଅର୍ଥସଙ୍କଟ ଓ ଏକାଧିକ କାମରୁ ମାନସିକ ଚାପଗ୍ରସ୍ତ ହୋଇପାରନ୍ତି। ନିଜ ଲୋକ ହଇରାଣରେ ପକାଇବାକୁ ଚେଷ୍ଟା କରିବେ। ପରୋକ୍ଷ ଶତ୍ରୁତା କାରଣରୁ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ। ତଥାପି ଅଶ୍ଳେଷା ନକ୍ଷତ୍ରର ପ୍ରତ୍ୟେକ କ୍ଷେତ୍ରରେ ଆଶଙ୍କା ଅପରାହ୍ନେ ଦୂରହୋଇଯିବ।
ସି˚ହ
ସି˚ହ
ସମସ୍ୟା ଜାଲରେ ଛନ୍ଦିହେବା କାରଣରୁ ନକାରାମତ୍କ ଚିନ୍ତାଧାରା ମନରେ ସୃଷ୍ଟିହେବ। ମଘା ନକ୍ଷତ୍ର ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ଅଟକି ରହିଥିବା କାମ କରି ଚାଲିବେ ଏବଂ ପାରିବାରିକ ସ୍ଥିତି ପୂର୍ବପରି ଶାନ୍ତ ରହିବ। ସାମାଜିକ ସ୍ତରରେ ଉଚ୍ଚ ସମ୍ମାନ ପାଇବା ସହ ବନ୍ଧୁବର୍ଗଙ୍କ ଦ୍ୱାରା ପ୍ରଶଂସିତ ହେବେ।
କନ୍ୟା
ବନ୍ଧୁଙ୍କ ପ୍ରେରଣାରେ ନୂତନ ଉସତ୍ାହ ଓ ଉଦ୍ଦୀପନା ମଧ୍ୟରେ ପ୍ରତ୍ୟେକ କାମ ସମ୍ପନ୍ନ କରିବେ। କର୍ମକ୍ଷେତ୍ରରେ ଫାଇଲ୍‌ କାମ ବୃଦ୍ଧି କାରଣରୁ ଘରକଥା ବୁଝିବାକୁ ସମୟ ପାଇବେ ନାହିଁ। ଚିତ୍ରା ନକ୍ଷତ୍ରର ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେବ, ମାତ୍ର ବିଶେଷ କିଛି ଅସୁବିଧା ହେବନାହିଁ। କିଣାବିକାରେ ଠକାମିରେ ପଡ଼ିପାରନ୍ତି।
ତୁଳା
ତୁଳା
ଆର୍ଥିକ ପ୍ରଗତି, ସାମାଜିକ ପ୍ରତିଷ୍ଠା ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ବୃହସ୍ପତିଙ୍କ ଶୁଭତ୍ୱରୁ ପାଇପାରିବେ। କିନ୍ତୁ ବିଶାଖା ନକ୍ଷତ୍ରର ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟିହେବା ସୂଚନା ରହିଛି। ପରିସ୍ଥିତିବଶତଃ ମାତ୍ରାଧିକ ଭ୍ରମଣ ଯୋଗୁ କ୍ଳାନ୍ତି ଅନୁଭବ କରିବେ। ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ମଧ୍ୟ ଶିଥିଳତା ଦେଖାଦେବ।
ବିଛା
ବିଛା
ଅନୁରାଧା ନକ୍ଷତ୍ରର ଉତ୍ତମ ବ୍ୟବହାର, ସ୍ନେହ, ସହାନୁଭୂତି ଓ ସେବା ସାହଯ୍ୟ ମନୋଭାବରୁ ସାମାଜିକ ସ୍ତରରେ ଆଦୃତ ହେବେ। ରାଜନୈତିକ ସ୍ତରରେ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହୋଇପାରନ୍ତି। ଯାତ୍ରା ସମୟରେ ଆଘାତ ଲାଗିପାରେ। ହାତ ଉଧାରି ଟଙ୍କା ଅନ୍ୟକୁ ଦେଇ କଳହକୁ ଡାକିପାରନ୍ତି।
ଧନୁ
ଧନୁ
ଦୀର୍ଘଦିନରୁ ବନ୍ଧୁଙ୍କ ସହ ଭାଙ୍ଗିପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ିହୋଇଯିବ। କଳା, ସାହିତ୍ୟ, ବକ୍ତୃତା, ଆଲୋଚନାରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ପୂର୍ବାଷାଢ଼ା ନକ୍ଷତ୍ର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି କରିବେ। ପଡ଼ୋଶୀଙ୍କ ସହାୟତାରେ ପାରିବାରିକ ସମସ୍ୟାର ସରଳ ସମାଧାନ କରିପାରନ୍ତି।
ମକର
ମକର
ଆଜି କୌଣସି ବିବାଦୀୟ କଥା କହିବା ହେତୁ ମନଟା ଭଲ ଲାଗିବ ନାହିଁ। ଭଲ କଥା କହୁଥିଲେ ମଧ୍ୟ ନିଜ ସୁବିଧାକୁ ପ୍ରାଧାନ୍ୟ ଦେଇ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଉତ୍ତରାଷାଢ଼ା ନକ୍ଷତ୍ରର ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ। ମାତ୍ର ନିଷ୍ପତ୍ତି ଅମୀମାଂସୀତ ରହିପାରେ। ପ୍ରତ୍ୟୁଷ ଯାତ୍ରା ସଫଳ ଓ ସହଜରେ କାମ ହାସଲ କରିବେ।
କୁମ୍ଭ
କୁମ୍ଭ
ରବିବାରର ଆଲୋଚନା ଅନୁଯାୟୀ ଆଜିର କାମ ଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ଧନିଷ୍ଠା ନକ୍ଷତ୍ରର କଠିନ ଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ସୃଷ୍ଟି ହୋଇପାରେ। ନିକଟ ସମ୍ପର୍କୀୟଙ୍କ ଅନୁରୋଧରେ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ। ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି।
ମୀନମୀନ

ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବା ଆଶଙ୍କା ରହିଛି। ଉତ୍ତରଭାଦ୍ରପଦ ନକ୍ଷତ୍ରର କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ବିଶିଷ୍ଟ ବ୍ୟକ୍ତିମାନଙ୍କ ପରାମର୍ଶକ୍ରମେ ଆଜିର କାମଗୁଡ଼ିକ ଠିକ୍‌ ଠିକ୍‌ ହୋଇଯିବ। ଆକସ୍ମିକ ଭାବରେ ବିଶେଷ କାରଣରୁ ଗସ୍ତ କାର୍ଯ୍ୟକ୍ରମ ବାତିଲ ହେବା ସୂଚନା ରହିଛି।

The post ରାଶିଫଳ: ମଙ୍ଗଳବାର, ଜାନୁଆରୀ ୩୦ ତାରିଖ – Daily Horoscope appeared first on Dharitri Odia News.