କେସିଙ୍ଗା ମହାବିଦ୍ୟାଳୟର ଦୂର ହେବ ସବୁ ସମସ୍ୟା

କେସିଙ୍ଗା, ୨୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ମହାବିଦ୍ୟାଳୟ ର ୪୪ତମ ପ୍ରତିଷ୍ଠା ଦିବସ କଲେଜର ଏକ ସଭା ଗୃହରେ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀତ୍‌ଙ୍କ ନେତୃତ୍ୱରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀ ମହାବିଦ୍ୟାଳୟର ୪୪ତମ ଦିବସର ବିବରଣୀ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଅତିଥିମାନଙ୍କୁ ଦାବି ଜଣାଇଥିଲେ। ଅତିଥିମାନଙ୍କୁ ଅଧ୍ୟକ୍ଷ ଉପଢୌକନ ଦେଇ ସମ୍ମାନିତ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକ […] The post କେସିଙ୍ଗା ମହାବିଦ୍ୟାଳୟର ଦୂର ହେବ ସବୁ ସମସ୍ୟା appeared first on Dharitri Odia News.

କେସିଙ୍ଗା ମହାବିଦ୍ୟାଳୟର ଦୂର ହେବ ସବୁ ସମସ୍ୟା

କେସିଙ୍ଗା, ୨୭।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ସ୍ଥିତ ମହାବିଦ୍ୟାଳୟ ର ୪୪ତମ ପ୍ରତିଷ୍ଠା ଦିବସ କଲେଜର ଏକ ସଭା ଗୃହରେ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀତ୍‌ଙ୍କ ନେତୃତ୍ୱରେ ମଙ୍ଗଳବାର ଅନୁଷ୍ଠିତ ହୋଇଥିଲା। ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀ ମହାବିଦ୍ୟାଳୟର ୪୪ତମ ଦିବସର ବିବରଣୀ ପ୍ରଦାନ କରିଥିଲେ। ମହାବିଦ୍ୟାଳୟର ବିଭିନ୍ନ ସମସ୍ୟା ଉପରେ ଅତିଥିମାନଙ୍କୁ ଦାବି ଜଣାଇଥିଲେ। ଅତିଥିମାନଙ୍କୁ ଅଧ୍ୟକ୍ଷ ଉପଢୌକନ ଦେଇ ସମ୍ମାନିତ କରିଥିଲେ।
ଏଥିରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି ଯୋଗଦେଇ ଥୁବା ବେଳେ ସମ୍ମାନିତ ଅତିଥି ଭାବେ ଏନଏସିର ଅଧ୍ୟକ୍ଷ ନୃପରାଜ ଯାଦବ ଯୋଗ ଦେଇଥିଲେ। ଉକ୍ତ ମହାବିଦ୍ୟାଳୟର ଇଂରାଜୀ ପ୍ରାଧ୍ୟାପକ ଅଶ୍ୱିନୀ କୁମାର ପଟ୍ଟନାୟକ ମଞ୍ଚାସୀନ ଥିଲେ। ପ୍ରତିଷ୍ଠା ଦିବସରେ ଅତିଥିମାନେ ପ୍ରଥମେ ମା’ ସରସ୍ବତୀଙ୍କ ପ୍ରତିମୂର୍ତ୍ତିରେ ଦ୍ୱୀପ ପ୍ରଜ୍ଜ୍ଜଳନ କରି ସଭା ଆରମ୍ଭ କରିଥିଲେ। ମୁଖ୍ୟ ଅତିଥି ସେନାପତି ଶିକ୍ଷାର ବିକାଶ, ମହାବିଦ୍ୟାଳୟ ପ୍ରତିଷ୍ଠାତାଙ୍କ ଅନେକଙ୍କ ନାମ ଉଚ୍ଚାରଣ କରି ମନେ ପକେଇଥିଲେ। ସମ୍ମାନିତ ଅତିଥି ଏନଏସି ଅଧ୍ୟକ୍ଷ ନୃପରାଜ ଯାଦବ ମହାବିଦ୍ୟାଳୟ ପରିସରରେ ଏକ ସାଇକେଲ ଷ୍ଟାଣ୍ଡ ନିର୍ମାଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଛାତ୍ରୀମାନଙ୍କ ଦାରା ସ୍ବାଗତ ସଙ୍ଗୀତ ଗାନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ପୂର୍ବତନ ଅଧ୍ୟକ୍ଷ କୈଳାଶ ସାହା, ସମସ୍ତ ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ବିଜେଡିର ଟାଉନ ସଭାପତି ରମେଶ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ ଛାତ୍ରୀଛାତ୍ରମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ରାକେଶ କୁମାର ବିଶି
ଇଂରାଜୀ ପ୍ରାଧ୍ୟାପକ ଅଶ୍ୱନି କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

 

The post କେସିଙ୍ଗା ମହାବିଦ୍ୟାଳୟର ଦୂର ହେବ ସବୁ ସମସ୍ୟା appeared first on Dharitri Odia News.