୫ଜି କଭରେଜ୍ରେ ଜିଓ ଶ୍ରେଷ୍ଠ
ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):୫ଜି କଭରେଜ୍ ଉପଲବ୍ଧତା ଏବଂ ଡାଉନଲୋଡ୍ ସ୍ପିଡ୍ ଅନୁଭୂତି ପ୍ରଦାନ କରିବାରେ ରିଲାଏନ୍ସ ଜିଓ ସର୍ବାଗ୍ରେ ରହିଛି। ବିଶ୍ୱର ଅନ୍ୟତମ ପ୍ରମୁଖ ମାନକ ବିଶ୍ଳେଷଣ ସଂସ୍ଥା ଓପନ ସିଗ୍ନାଲ ପକ୍ଷରୁ ପ୍ରକାଶିତ ମୋବାଇଲ ନେଟ୍ୱର୍କ ଅନୁଭୂତି ରିପୋର୍ଟରୁ ଏହା ଜଣାପଡିଛି । ଏହି ରିପୋର୍ଟରେ ଉଲ୍ଲେଖ ରହିଥିବା ତଥ୍ୟ ଅନୁଯାୟୀ ଓ ୫ଜି ଉପଲବ୍ଧତା ସମୟ ସ୍କୋରରେ ଜିଓ ୫୭.୬% ସ୍କୋର ସହିତ ସର୍ବାଗ୍ରେ ରହିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ମାତ୍ର ୨୨% ସ୍କୋର […] The post ୫ଜି କଭରେଜ୍ରେ ଜିଓ ଶ୍ରେଷ୍ଠ appeared first on Dharitri Odia News.
ଭୁବନେଶ୍ୱର,୧୯ା୧୦(ଅନୁରାଧା ମହାରଣା):୫ଜି କଭରେଜ୍ ଉପଲବ୍ଧତା ଏବଂ ଡାଉନଲୋଡ୍ ସ୍ପିଡ୍ ଅନୁଭୂତି ପ୍ରଦାନ କରିବାରେ ରିଲାଏନ୍ସ ଜିଓ ସର୍ବାଗ୍ରେ ରହିଛି। ବିଶ୍ୱର ଅନ୍ୟତମ ପ୍ରମୁଖ ମାନକ ବିଶ୍ଳେଷଣ ସଂସ୍ଥା ଓପନ ସିଗ୍ନାଲ ପକ୍ଷରୁ ପ୍ରକାଶିତ ମୋବାଇଲ ନେଟ୍ୱର୍କ ଅନୁଭୂତି ରିପୋର୍ଟରୁ ଏହା ଜଣାପଡିଛି । ଏହି ରିପୋର୍ଟରେ ଉଲ୍ଲେଖ ରହିଥିବା ତଥ୍ୟ ଅନୁଯାୟୀ ଓ ୫ଜି ଉପଲବ୍ଧତା ସମୟ ସ୍କୋରରେ ଜିଓ ୫୭.୬% ସ୍କୋର ସହିତ ସର୍ବାଗ୍ରେ ରହିଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏୟାରଟେଲ ମାତ୍ର ୨୨% ସ୍କୋର ସହିତ ଦ୍ୱିତୀୟ ସ୍ଥାନରେ ରହିଛି ୫ଜି ନେଟ୍ୱର୍କର ବ୍ୟାପକ ଉପଲବ୍ଧତା କାରଣରୁ ଜିଓ ୫ଜି ଉପଭୋକ୍ତା ୫ଜିରେ ସଂଯୁକ୍ତ ସମୟର ପ୍ରାୟ ଦୁଇ ତୃତୀୟାଂଶ ସମୟ ଅତିବାହିତ କରୁଥିବା ବେଳେ, ଏୟାରଟେଲ ବ୍ୟବହାରକାରୀମାନେ ୫ଜି କଭରେଜ୍ ହେତୁ ୫ଜି ସମୟର କେବଳ ଏକ ଚତୁର୍ଥାଂଶ ସମୟ ଅତିବାହିତ କରୁଥିବା ଏହି ରିପୋର୍ଟରେ ଦର୍ଶାଯାଇଛି । ସେହିଭଳି ସାମଗ୍ରିକ ଡାଉନ୍ଲୋଡ ସ୍ପିଡ୍ ଅଭିଜ୍ଞତା କ୍ଷେତ୍ରରେ ଜିଓର ପ୍ରଦର୍ଶନ ମଧ୍ୟ ଉତ୍କୃଷ୍ଟ ରହିଥିବା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜିଓ ଉପଭୋକ୍ତାଙ୍କ ହାରାହାରି ଡାଉନଲୋଡ୍ ସ୍ପିଡ୍ ପ୍ରାୟ ୬୨ ଏମ୍ବିପିଏସ୍ ରହିଥିବା ବେଳେ ଏୟାରଟେଲ କ୍ଷେତ୍ରରେ ଏହା ୪୪.୭ ଏମ୍ବିପିଏସ୍, ଭୋଡାଫୋନ ଆଇଡିଆ କ୍ଷେତ୍ରରେ ୧୫.୨ ଏମ୍ବିପିଏସ୍ ଏବଂ ବିଏସ୍ଏନ୍ଏଲ୍ କ୍ଷେତ୍ରରେ ୩.୫ ଏମ୍ବିପିଏସ୍ ରହିଥିଲା । ସୂଚନାଯୋଗ୍ୟ, ଇଣ୍ଟରନେଟ୍ ସର୍ଫିଂ, ବଡ଼ ଫାଇଲ ଡାଉନ୍ଲୋଡ୍ କରିବା, ଭିଡିଓ ଦେଖିବା ଏବଂ ସଙ୍ଗୀତ ଶୁଣିବା ପାଇଁ ଡାଉନ୍ଲୋଡ୍ ସ୍ପିଡ୍ ଗୁରୁତ୍ୱପୂର୍ଣ୍ଣ। ସାମଗ୍ରିକ କଭରେଜ ଅଭିଜ୍ଞତା ବର୍ଗରେ ମଧ୍ୟ ରିଲାଏନ୍ସ ଜିଓ ସର୍ବାଧିକ ୯୯.୩% ସହିତ ଆଗରେ ରହିଛି । ଜାତୀୟ ସ୍ତରରେ ମଧ୍ୟ ଜିଓ ୫ଜି ଉପଲବ୍ଧତା ବର୍ଗରେ ବେଶ୍ ଆଗରେ ରହିଛି । ଜିଓ ବ୍ୟବହାରକାରୀମାନେ ସେମାନଙ୍କର ଦୁଇ ତୃତୀୟାଂଶ ସମୟ ୫ଜି ସହିତ ସଂଯୁକ୍ତ ବୋଲି ଓପନ ସିଗ୍ନାଲ ରିପୋର୍ଟରେ କହିଛି। ଜିଓ ନେଟ୍ୱର୍କରେ ୫ଜି ଉପଭୋକ୍ତା ୬୬.୭% ସମୟ ସଂଯୁକ୍ତ ରହିଛନ୍ତି, ଯାହା ଏୟାରଟେଲ ତୁଳନାରେ ୩ ଗୁଣା ଅଧିକ। ସେହିପରି ଜିଓ ବ୍ୟବହାରକାରୀଙ୍କର ସର୍ବାଧିକ ସ୍ଥିର ଅଭିଜ୍ଞତା ରହିଛି କାରଣ ଜିଓ ସର୍ବାଧିକ ୬୬.୫% ସ୍କୋର ସହିତ ସ୍ଥିର ଗୁଣବତ୍ତା ବଜାୟ ରଖିଛି।
The post ୫ଜି କଭରେଜ୍ରେ ଜିଓ ଶ୍ରେଷ୍ଠ appeared first on Dharitri Odia News.