ରାସ୍ତା ଉପରେ ଉଠା ଦୋକାନୀଙ୍କ ଭିଡ: ବଢୁଛି ବିପଦ
ଦାରିଙ୍ଗବାଡି,୨୦।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡି ବୁଲିବାକୁ ଆସୁଥିବା ବେଳେ ଚାରିଛକଠାରୁ ବ୍ଲକ ରାସ୍ତା ଟ୍ରାଫିକ ସମସ୍ୟା ଦେଖାଯାଉଛି। ଯେଉଁଠି ସର୍ବାଧିକ ପର୍ଯ୍ୟଟକଙ୍କ ଭିଡ଼ ହେଉଛି କଫି ବଗିଚାର ମୁଖ୍ୟ ଫାଟକ ସମ୍ମୁଖରେ ଉଠାଦୋକାନୀମାନେ ଦାରିଙ୍ଗବାଡି-ବ୍ରାହ୍ମଣୀଗାଁ ରାଜ୍ୟ ରାଜପଥକୁ ଲାଗି ଦୋକାନ ଖୋଲୁଥିବାରୁ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବା ସହ ରାସ୍ତା ଉପରେ ପର୍ଯ୍ୟଟକମାନେ ଠିଆ ହୋଇ ସାମଗ୍ରୀ କିଣିବାକୁ […] The post ରାସ୍ତା ଉପରେ ଉଠା ଦୋକାନୀଙ୍କ ଭିଡ: ବଢୁଛି ବିପଦ appeared first on Dharitri Odia News.
ଦାରିଙ୍ଗବାଡି,୨୦।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ସହରରେ ଦିନକୁ ଦିନ ଟ୍ରାଫିକ ସମସ୍ୟା ବୃଦ୍ଧି ପାଉଛି। ଦୈନିକ ଶହ ଶହ ପର୍ଯ୍ୟଟକ ଦାରିଙ୍ଗବାଡି ବୁଲିବାକୁ ଆସୁଥିବା ବେଳେ ଚାରିଛକଠାରୁ ବ୍ଲକ ରାସ୍ତା ଟ୍ରାଫିକ ସମସ୍ୟା ଦେଖାଯାଉଛି। ଯେଉଁଠି ସର୍ବାଧିକ ପର୍ଯ୍ୟଟକଙ୍କ ଭିଡ଼ ହେଉଛି କଫି ବଗିଚାର ମୁଖ୍ୟ ଫାଟକ ସମ୍ମୁଖରେ ଉଠାଦୋକାନୀମାନେ ଦାରିଙ୍ଗବାଡି-ବ୍ରାହ୍ମଣୀଗାଁ ରାଜ୍ୟ ରାଜପଥକୁ ଲାଗି ଦୋକାନ ଖୋଲୁଥିବାରୁ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବା ସହ ରାସ୍ତା ଉପରେ ପର୍ଯ୍ୟଟକମାନେ ଠିଆ ହୋଇ ସାମଗ୍ରୀ କିଣିବାକୁ ବାଧ୍ୟ ହେଉଛନ୍ତି।
ଏନେଇ ସ୍ଥାନୀୟ ପୋଲିସ ସହ ତହସିଲ ଏବଂ ବ୍ଲକ ପ୍ରଶାସନ ବାରମ୍ବାର ଉଚ୍ଛେଦ କଲେ ମଧ୍ୟ ପୁଣି କିଛିଦିନର ନୀରବତା ପରେ ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଛି। ଅମାନିଆ ବ୍ୟବସାୟୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡିରୁ ବ୍ରାହ୍ମଣୀଗାଁ, ଗଦାପୁର, ସୋନପୁର, କାଟିଙ୍ଗିଆ ଆଦି ଅଞ୍ଚଳକୁ ଯାତ୍ରୀବାହି ବସ ଚଳାଚଳ ହେଉଥିବାବେଳେ ଲାଇଫଲାଇନ କୁହାଯାଉଥିବା ଉକ୍ତ ରାସ୍ତାରେ ପ୍ରତି ମୁହୂର୍ତ୍ତରେ ୨ ଚକିଆ ଠାରୁ ଆରମ୍ଭ କରି ଭାରୀଯାନ ଯାତାୟତ କରୁଥିବାବେଳେ ଦ୍ରୁତ ଗତିରେ ସେହି ରାସ୍ତାରେ ଗାଡି ଚଳାଚଳ କରୁଛି। କଫି ବଗିଚାକୁ ବୁଲି ଆସୁଥିବା ପର୍ଯ୍ୟଟକ ଓ ଅନ୍ୟମାନଙ୍କ ପାଇଁ ବିପଦ ରହିଛି। ଟିକେ ଅସାବଧାନତା ହେଲେ ଦୁର୍ଘଟଣା ଘଟିବାର ସମ୍ଭାବନାକୁ ଏଡାଇ ଦିଅନଯାଇପାରେ। ତେଣୁ କଫି ବଗିଚା ସମ୍ମୁଖ ରାସ୍ତାକଡ଼ରୁ ତୁରନ୍ତ ଉଠାଦୋକାନୀଙ୍କୁ ଉଚ୍ଛେଦ କରି ଅନ୍ୟତ୍ର ଥଇଥାନ କରିବାକୁ ଦାବି ହେଉଛି।
The post ରାସ୍ତା ଉପରେ ଉଠା ଦୋକାନୀଙ୍କ ଭିଡ: ବଢୁଛି ବିପଦ appeared first on Dharitri Odia News.