ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ…
ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ କାଞ୍ଜିଆମ୍ବ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ କାଞ୍ଜିଆମ୍ବ ଗ୍ରାମର ଯାତ୍ରାକର ପ୍ରଧାନ(୫୬) ବୋଲି ଜଣାପଡିଛି। ତେବେ ଯାତ୍ରାକରଙ୍କ ମୃତ୍ୟୁ ପରେ ଘଟଣାସ୍ଥଳ ଛାଡି ନ ଥିଲେ ହାତୀପଲ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୃତଦେହ ଉଦ୍ଧାର ହୋଇୟପାରି […] The post ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ… appeared first on Dharitri Odia News.
ଦେବଗଡ଼,୫।୧୦(ଶଶାଙ୍କ ଶେଖର ଝାଙ୍କର) ଶୌଚ ପାଇଁ ଯାଇଥିବା ବେଳେ ଦଳି ଦେଲା ଦନ୍ତା । ଘଟଣାସ୍ଥଳରେ ହିଁ ଚାଲିଗଲା ବ୍ୟକ୍ତିଙ୍କ ଜୀବନ। ଦେବଗଡ଼ ବନଖଣ୍ଡ ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ କାଞ୍ଜିଆମ୍ବ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତକ କାଞ୍ଜିଆମ୍ବ ଗ୍ରାମର ଯାତ୍ରାକର ପ୍ରଧାନ(୫୬) ବୋଲି ଜଣାପଡିଛି। ତେବେ ଯାତ୍ରାକରଙ୍କ ମୃତ୍ୟୁ ପରେ ଘଟଣାସ୍ଥଳ ଛାଡି ନ ଥିଲେ ହାତୀପଲ। ଫଳରେ ଦୀର୍ଘ ସମୟ ପର୍ଯ୍ୟନ୍ତ ମୃତଦେହ ଉଦ୍ଧାର ହୋଇୟପାରି ନ ଥିଲା।
ଗ୍ରାମବାସୀ ହାତୀଙ୍କୁ ଘଉଡାଇବା ପରେ ସନ୍ଧ୍ୟା ପ୍ରାୟ ସାଢେ ୬ଟାରେ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଯାତ୍ରାକର ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡି ଯାଇଥିଲେ। ହାତୀଟି ତାଙ୍କୁ ଆକ୍ରମଣ କରି ଦଳି ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷେ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି। ରବିବାର ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି। ଏହି ଘଟଣାକୁ ନେଇ ଅଞ୍ଚଳବାସୀ ଭୟଭିତ ହୋଇପଡିଛନ୍ତି।
The post ଦଳିଦେବା ପରେ ମୃତଦେହକୁ ଜଗିରହିଲା ଦନ୍ତା: କାରଣ ଜାଣିଲେ… appeared first on Dharitri Odia News.