ଚୋରି ଟ୍ରକ୍ ପୁରୀରୁ ଠାବ
ଗୋପାଳପୁର,୨୭ା୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ପେଟ୍ରୋଲ ପମ୍ପ ପରିସରରେ ଟ୍ରକ୍କୁ ପାର୍କିଂ କରି ଡ୍ରାଇଭର ଏକ ହୋଟେଲରେ ଶୋଇଥିବା ସମୟରେ ଗାଡ଼ି ଚୋରି ହୋଇଥିବାର ୨୪ ଘଣ୍ଟା ମଧ୍ୟରେ ପୋଲିସ ଚୋରି ହୋଇଥିବା ଟ୍ରକ୍କୁ ଠାବ କରିଛି। ଏ ନେଇ ପୋଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଟ୍ରକ୍ ଠାବ କରିବା ପାଇଁ ଗୋଳନ୍ଥରା ଥାନା ପୋଲିସ ଏକ […] The post ଚୋରି ଟ୍ରକ୍ ପୁରୀରୁ ଠାବ appeared first on Dharitri Odia News.
ଗୋପାଳପୁର,୨୭ା୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଧୀନ ୧୬ ନଂ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ପେଟ୍ରୋଲ ପମ୍ପ ପରିସରରେ ଟ୍ରକ୍କୁ ପାର୍କିଂ କରି ଡ୍ରାଇଭର ଏକ ହୋଟେଲରେ ଶୋଇଥିବା ସମୟରେ ଗାଡ଼ି ଚୋରି ହୋଇଥିବାର ୨୪ ଘଣ୍ଟା ମଧ୍ୟରେ ପୋଲିସ ଚୋରି ହୋଇଥିବା ଟ୍ରକ୍କୁ ଠାବ କରିଛି। ଏ ନେଇ ପୋଲିସ ଏକ ଚୋରି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଟ୍ରକ୍ ଠାବ କରିବା ପାଇଁ ଗୋଳନ୍ଥରା ଥାନା ପୋଲିସ ଏକ ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼଼ାଉ କରିଥିଲେ। ବୁଧବାର ବିଳମ୍ବିତ ରାତିରେ ପୁରୀ ଜିଲା ଖୁଣ୍ଟିଆ ବାଣପୁର ଅଞ୍ଚଳର ଏକ ନିଛାଟିଆ ସ୍ଥାନରୁ ଠାବ ହୋଇଛି। ଚୋରି କରିଥିବା ଅଭିଯୁକ୍ତ ଉକ୍ତ ସ୍ଥାନରେ ଟ୍ରକ୍ ଛାଡ଼ି ପଳାଇଥିଲେ।
ଗୁରୁବାର ଗୋଳନ୍ଥରା ଥାନା ପୋଲିସ ଟ୍ରକ୍ ଡ୍ରାଇଭର ମିଥଲେସ କୁମାରଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ସ୍ବାଇଁ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ ବିହାରର ଚାଳକ ମିଥେଲେସ କୁମାର ନିଜ ଟ୍ରକ (ନଂ ବି ଆର ୦୧ ଜି ଏମ ୩୭୨୧) କୁ ଭାଲିଆଗଡ଼ ନିକଟସ୍ଥ ଏକ ପେଟ୍ରୋଲ ପମ୍ପ ପରିସରରେ ରାତି ୧୧ ଟା ବେଳେ ପାର୍କିଂ କରି ନିକଟରେ ଥିବା ଏକ ହୋଟେଲରେ ଶୋଇଥିଲେ। ରାତି ପ୍ରାୟ ୧୨ ଟାରେ ମିଥେଲେସ ଉଠି ଦେଖିବା ସମୟରେ ଟ୍ରକ୍ଟି ପାର୍କିଂ ସ୍ଥଳରେ ନ ଥିଲା।
The post ଚୋରି ଟ୍ରକ୍ ପୁରୀରୁ ଠାବ appeared first on Dharitri Odia News.