କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଉତ୍ତର କୋରିଆ

ପ୍ୟୋଙ୍ଗୟାଙ୍ଗ,୨୭ା୬: ଉତ୍ତର କୋରିଆ ସଫଳତାର ସହ ଏକାଧିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ସଫଳ ପରୀକ୍ଷଣ ସହିତ ଉତ୍ତର କୋରିଆ ଗୁରୁବାର ଦକ୍ଷିଣ କୋରିଆର ଦାବିକୁ ଖଣ୍ଡନ କରିଛି। କିମ୍‌ ଜୋଙ୍ଗ ଉନ୍‌ଙ୍କ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ସେ କହିଛନ୍ତି, ଉତ୍ତର କୋରିଆ ସଫଳତାର ସହ ଏକାଧିକ ଓ୍ବାରହେଡ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଏହା ମାଧ୍ୟମରେ ସୋଲୋ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ବିଭିନ୍ନ ଟାର୍ଗେଟରେ ଅସ୍ତ୍ର ବିତରଣ କରିବାକୁ ଅନୁମତି ଦିଆଯିବ। ଏହାପୂର୍ବରୁ ଦକ୍ଷିଣ କୋରିଆର ସୈନ୍ୟବାହିନୀ […] The post କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଉତ୍ତର କୋରିଆ appeared first on Dharitri Odia News.

କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଉତ୍ତର କୋରିଆ

ପ୍ୟୋଙ୍ଗୟାଙ୍ଗ,୨୭ା୬: ଉତ୍ତର କୋରିଆ ସଫଳତାର ସହ ଏକାଧିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଏହି ସଫଳ ପରୀକ୍ଷଣ ସହିତ ଉତ୍ତର କୋରିଆ ଗୁରୁବାର ଦକ୍ଷିଣ କୋରିଆର ଦାବିକୁ ଖଣ୍ଡନ କରିଛି।

କିମ୍‌ ଜୋଙ୍ଗ ଉନ୍‌ଙ୍କ ପ୍ରତିକ୍ରିୟା ମଧ୍ୟ ପ୍ରକାଶ ପାଇଛି। ସେ କହିଛନ୍ତି, ଉତ୍ତର କୋରିଆ ସଫଳତାର ସହ ଏକାଧିକ ଓ୍ବାରହେଡ୍‌ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା। ଏହା ମାଧ୍ୟମରେ ସୋଲୋ ବାଲିଷ୍ଟିକ କ୍ଷେପଣାସ୍ତ୍ରକୁ ବିଭିନ୍ନ ଟାର୍ଗେଟରେ ଅସ୍ତ୍ର ବିତରଣ କରିବାକୁ ଅନୁମତି ଦିଆଯିବ। ଏହାପୂର୍ବରୁ ଦକ୍ଷିଣ କୋରିଆର ସୈନ୍ୟବାହିନୀ କହିଛି, ଉତ୍ତର କୋରିଆ ବୁଧବାର ଯେଉଁ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଥିଲା ତାହା ବିଫଳ ହୋଇଥିଲା।

ଦକ୍ଷିଣ କୋରିଆ କହିଛି, ଏହି କ୍ଷେପଣାସ୍ତ୍ର ବୁଧବାର ୫.୩୦ରେ ପ୍ୟୋଙ୍ଗୟାଙ୍ଗ କିମ୍ବା ଏହାର ଆଖପାଖରୁ ଉତ୍‌କ୍ଷେପଣ କରାଯାଇଥିଲା କିନ୍ତୁ ପ୍ରାୟ ୨୫୦ କିଲୋମିଟର ଉଡ଼ିବା ପରେ ପୂର୍ବ ସାଗର ଉପରେ ବିସ୍ଫୋରଣ ହୋଇଥିଲା। ଏହି କଥାକୁ ନେଇ ଉତ୍ତର କୋରିଆ କହିଛି ଯେ, ଏହି ପରୀକ୍ଷଣରେ ୧୭୦-୨୦୦ କିଲୋମିଟର ଦୂରତା ବିଶିଷ୍ଟ ବାଲିଷ୍ଟିକ କ୍ଷେପଣାସ୍ତ୍ରର ପ୍ରଥମ ପର୍ଯ୍ୟାୟ ଇଞ୍ଜିନ ବ୍ୟବହାର କରାଯାଇଛି।

ତିନୋଟି ଟାର୍ଗେଟକୁ ଦୃଷ୍ଟିରେ ରଖି ମୋବାଇଲ ଓ୍ବାରହେଡ ସଠିକ ଭାବରେ ଡିଜାଇନ କରାଯାଇଛି। କ୍ଷେପଣାସ୍ତ୍ରରୁ ପୃଥକ୍‌ ହୋଇଥିବା ଡିକୋର ପ୍ରଭାବକୁ ଆଣ୍ଟି-ଏୟାର ରାଡାର ଦ୍ୱାରା ମଧ୍ୟ ଯାଞ୍ଚ କରାଯାଇଥିଲା। ଏହି ପରୀକ୍ଷଣକୁ ଉତ୍ତର କୋରିଆର ଶାସକ ଓ୍ବାର୍କର୍ସ ପାର୍ଟି ଅଫ୍‌ କୋରିଆର କେନ୍ଦ୍ରୀୟ ସାମରିକ ଆୟୋଗର ଉପାଧ୍ୟକ୍ଷ ପାକ ଜୋଙ୍ଗ-ଚନ ଏବଂ ଡବ୍ଲୁପିକେ କେନ୍ଦ୍ରୀୟ କମିଟିର ପ୍ରଥମ ଡେପୁଟି ବିଭାଗ ନିର୍ଦ୍ଦେଶକ କିମ ଜୋଙ୍ଗ-ସିକ ତଦାରଖ କରିଥିଲେ।

The post କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କଲା ଉତ୍ତର କୋରିଆ appeared first on Dharitri Odia News.