ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ
ମୋହନା, ୧୨।୫(ମନ୍ମଥ ମିଶ୍ର): ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାରେ ପୋଲିସ ପୁତୁରା ସମେତ ତିନି ଜଣଙ୍କୁ ଗିରଫ କରିଛି l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର. ଉଦୟଗିରି ଥାନା ବେତାରସିଂ ଗାଁରେ l ଗାଁର ଅଶୋକ ବେହରଦଳାଇ ନାମକ ଯୁବକ ଗତ କିଛିଦିନ ଧରି ପରିବାରରେ କଳହ ସୃଷ୍ଟି କରିବା ସହିତ ସ୍ଥାନୀୟ ଅଞ୍ଚଳ ରେ ଆତଙ୍କ ଚଳାଇଥିଲା l ଗତକାଲି ସନ୍ଧ୍ୟାରେ ନିଜ ପୁତୁରା ସମେତ ଆଉ ତିନି ଜଣ […] The post ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ appeared first on Dharitri Odia News.
ମୋହନା, ୧୨।୫(ମନ୍ମଥ ମିଶ୍ର): ଯୁବକଙ୍କୁ ପିଟି ପିଟି ହତ୍ୟା ଘଟଣାରେ ପୋଲିସ ପୁତୁରା ସମେତ ତିନି ଜଣଙ୍କୁ ଗିରଫ କରିଛି l ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲା ଆର. ଉଦୟଗିରି ଥାନା ବେତାରସିଂ ଗାଁରେ l ଗାଁର ଅଶୋକ ବେହରଦଳାଇ ନାମକ ଯୁବକ ଗତ କିଛିଦିନ ଧରି ପରିବାରରେ କଳହ ସୃଷ୍ଟି କରିବା ସହିତ ସ୍ଥାନୀୟ ଅଞ୍ଚଳ ରେ ଆତଙ୍କ ଚଳାଇଥିଲା l ଗତକାଲି ସନ୍ଧ୍ୟାରେ ନିଜ ପୁତୁରା ସମେତ ଆଉ ତିନି ଜଣ ଯୁବକ ମିଶି ଠେଙ୍ଗାରେ ଉକ୍ତ ଯୁବକଙ୍କୁ ପିଟିପିଟି ମାରିଥିଲେ। ଖବରପାଇ ଆର. ଉଦୟଗିରି ଥାନା ଅଧିକାରୀ ଗାଁରେ ପହଞ୍ଚିି ମୃତଦେହ ଜବତ କରିବା ସହିତ ହତ୍ୟାରେ ବ୍ୟବହୃତ ଦୁଇଟି ଠେଙ୍ଗା ଜବତ କରିଛି l ମୃତ ଯୁବକ ବଡଭାଇଙ୍କ ଅଭିଯୋଗ ପ୍ରକାରେ ପୋଲିସ ହତ୍ୟା ମାମଲା ରୁଜୁ କରି ଶିବରାମ ବେହାର୍ଦଳାଇ, ଜୟରାମ ବେହାର୍ଦଳାଇ, ଅଜିତ ବେହାର୍ଦଳାଇ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l
The post ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୩ ଅଭିଯୁକ୍ତ ଗିରଫ appeared first on Dharitri Odia News.