ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛି ବିରଳ ପ୍ରଜାତିର ମାଛ
ମହାକାଳପଡ଼ା,୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ହୀରାକୁଦର ୨୦ ସ୍ଲୁଇଜ୍ ଗେଟ୍ ଦେଇ ବନ୍ୟା ଜଳ ମହାନଦୀକୁ ନିଷ୍କାସିତ ହେଉଛି। ସେହି ବନ୍ୟାଜଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବାହାକୁଦ ଦେଇ ସମୁଦ୍ରକୁ ପ୍ରବାହିତ ହେଉଥିବାରୁ ସ୍ଥାନୀୟ ଧୀବରଙ୍କ ଜାଲରେ ଛୋଟ ଛୋଟ ଇଲିଶି ସହିତ ବିଭିନ୍ନ ବିରଳ ପ୍ରଜାତିର ମାଛ ପଡୁଛନ୍ତି। ଆଦ୍ୟାବଧି ସ୍ଥାନୀୟ ବଜାରରେ ଇଲିଶି କେଜି ୧ ହଜାର ଟଙ୍କାରୁ ଅଧିକ ରହିଛି। ସ୍ଥାନୀୟ […] The post ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛି ବିରଳ ପ୍ରଜାତିର ମାଛ appeared first on Dharitri Odia News.
ମହାକାଳପଡ଼ା,୧ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ହୀରାକୁଦ ଜଳଭଣ୍ଡାର ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ହୀରାକୁଦର ୨୦ ସ୍ଲୁଇଜ୍ ଗେଟ୍ ଦେଇ ବନ୍ୟା ଜଳ ମହାନଦୀକୁ ନିଷ୍କାସିତ ହେଉଛି। ସେହି ବନ୍ୟାଜଳ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକର ବାହାକୁଦ ଦେଇ ସମୁଦ୍ରକୁ ପ୍ରବାହିତ ହେଉଥିବାରୁ ସ୍ଥାନୀୟ ଧୀବରଙ୍କ ଜାଲରେ ଛୋଟ ଛୋଟ ଇଲିଶି ସହିତ ବିଭିନ୍ନ ବିରଳ ପ୍ରଜାତିର ମାଛ ପଡୁଛନ୍ତି। ଆଦ୍ୟାବଧି ସ୍ଥାନୀୟ ବଜାରରେ ଇଲିଶି କେଜି ୧ ହଜାର ଟଙ୍କାରୁ ଅଧିକ ରହିଛି। ସ୍ଥାନୀୟ ଧୀବରମାନେ ଛୋଟ ଡିଙ୍ଗିରେ ଯାଇ ବନ୍ୟାସ୍ରୋତରେ ଜାଲ ଭସାଇ ମହାନଦୀ ମୁହାଁଣରୁ ସେହି ମାଛ ଧରୁଛନ୍ତି। ବିଶେଷ କରି ବିରଳ ସାମୁଦ୍ରିକ ଚିଙ୍ଗୁଡ଼ି, ଡେଣା ଓ ଶିଙ୍ଗ ଥିବା ମାଛ ଧୀବରଙ୍କ ଜାଲରେ ପଡ଼ୁଥିବା ଦେଖିବାକୁ ମିଳିଛି। ଏହି ମାଛର ଚାହିଦା ରହିଛି। ସ୍ଥାନୀୟ ବଜାରରେ ସେହି ମାଛ କେଜି ପ୍ରତି ୭ରୁ ୮ଶହ ଟଙ୍କାରେ ବିକ୍ରି ହେଉଛି । ହେଲେ ସାମୁଦ୍ରିକ ଚିଙ୍ଗୁଡ଼ି, ଡେଣା ଓ ଶିଙ୍ଗ ଥିବା ମାଛ ଚୀନ, ଥାଇଲାଣ୍ଡ, ସିଙ୍ଗାପୁର ଅଧିକ ଚାହିଦା ରହିଛି ବୋଲି ସ୍ଥାନୀୟ ଧୀବରମାନେ କହିଛନ୍ତି। ସ୍ଥାନୀୟ ମାଛ ବ୍ୟବସାୟୀ ନକୁଳ ବିଶ୍ୱାସ କହିଛନ୍ତି, ବିରଳ ପ୍ରଜାତିର ସାମୁଦ୍ରିକ ମାଛକୁ ପାରାଦୀପ,କୋଲକତା ଦେଇ ବିଦେଶକୁ ଚାଲାଣ କରାଯାଇଥାଏ। ଏହି ମାଛ ବିଦେଶରେ ବେଶ ଚାହିଦା ରହିଛି।
The post ମତ୍ସ୍ୟଜୀବୀଙ୍କ ଜାଲରେ ପଡୁଛି ବିରଳ ପ୍ରଜାତିର ମାଛ appeared first on Dharitri Odia News.