ଭାଜପା ନେତାଙ୍କଠାରୁ ପୁଳାପୁଳା ଟଙ୍କା ଜବତ
ଟିଟିଲାଗଡ଼,୧୫।୫(ଶରତ ମିଶ୍ର): ବଲାଙ୍ଗୀର ଜିଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରାଙ୍କଠାରୁ ନିର୍ବାଚନ ଯାଞ୍ଚ ସ୍କାର୍ଡ ପୁଳାପୁଳା ଟଙ୍କା ଜବତ କରିଛି। ତାଙ୍କ ନିକଟରୁ ପ୍ରାୟ ୪, ୪୮୦୦୦ ଟଙ୍କା ଜବତ ହୋଇଛି। ସୂଚନାଯୋଗ୍ୟ, ଗତ ବିଳମ୍ବିତ ରାତିରେ ଶ୍ରୀ ବେହେରା ଟିଟିଲାଗଡ଼ ପଟରୁ ଏକ ଇନୋଭା କାର ନମ୍ବର (ଓଡି୨୫ଡ଼ି୦୦୦୯)ରେ ଯାଉଥିବା ବେଳେ ସ୍ଥାନୀୟ ଓଭରବ୍ରିଜ ଉପରେ ପୋଲିସ ଏବଂ ଫ୍ଲାଇଙ୍ଗ ସ୍କାର୍ଡ ଗାଡିକୁ ଅଟକାଇ ଥିଲେ l ଯାଞ୍ଚ ଦଳ ପକ୍ଷରୁ ଯାଞ୍ଚ ବେଳେ […] The post ଭାଜପା ନେତାଙ୍କଠାରୁ ପୁଳାପୁଳା ଟଙ୍କା ଜବତ appeared first on Dharitri Odia News.
ଟିଟିଲାଗଡ଼,୧୫।୫(ଶରତ ମିଶ୍ର): ବଲାଙ୍ଗୀର ଜିଲା ଭାଜପା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରାଙ୍କଠାରୁ ନିର୍ବାଚନ ଯାଞ୍ଚ ସ୍କାର୍ଡ ପୁଳାପୁଳା ଟଙ୍କା ଜବତ କରିଛି। ତାଙ୍କ ନିକଟରୁ ପ୍ରାୟ ୪, ୪୮୦୦୦ ଟଙ୍କା ଜବତ ହୋଇଛି।
ସୂଚନାଯୋଗ୍ୟ, ଗତ ବିଳମ୍ବିତ ରାତିରେ ଶ୍ରୀ ବେହେରା ଟିଟିଲାଗଡ଼ ପଟରୁ ଏକ ଇନୋଭା କାର ନମ୍ବର (ଓଡି୨୫ଡ଼ି୦୦୦୯)ରେ ଯାଉଥିବା ବେଳେ ସ୍ଥାନୀୟ ଓଭରବ୍ରିଜ ଉପରେ ପୋଲିସ ଏବଂ ଫ୍ଲାଇଙ୍ଗ ସ୍କାର୍ଡ ଗାଡିକୁ ଅଟକାଇ ଥିଲେ l ଯାଞ୍ଚ ଦଳ ପକ୍ଷରୁ ଯାଞ୍ଚ ବେଳେ ତାଙ୍କ ଗାଡିରୁ ୪ ଲକ୍ଷ ୪୮ ହଜାର ଟଙ୍କା ମିଳିଥିଲା l ଏତେ ଟଙ୍କା କୋଉଠାରୁ ଆଣିଲେ ସେ ନେଇ ଶ୍ରୀ ବେହେରା କୌଣସି ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ତାଙ୍କୁ ଏବଂ ଗାଡି ଡ୍ରାଇଭରଙ୍କୁ ପୋଲିସ ଅଟକ ରଖିଛି l ଏନେଇ ତାଙ୍କୁ ଟିଟିଲାଗଡ଼ ଥାନାରେ ରଖାଯାଇଛି l ନଗଦ ଟଙ୍କା ସହ କାର, ଦଳର ପୋଷ୍ଟର, ଟୋପି ଆଦି ଜବତ କରାଯାଇଛି l ଘଟଣାଟି ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l
The post ଭାଜପା ନେତାଙ୍କଠାରୁ ପୁଳାପୁଳା ଟଙ୍କା ଜବତ appeared first on Dharitri Odia News.