ସସ୍‌ପେଣ୍ଡକୁ ନେଇ ତାତିଲେ ତାରା, କହିଲେ ରାତିସାରା ଗୃହ ଭିତରେ ଶୋଇବୁ

ଭୁବନେଶ୍ୱର,୨୫।୩: କଂଗ୍ରେସର ୧୨ବିଧାୟକଙ୍କୁ ନିଲମ୍ବନ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, କାଡ୍ରାକା ଆପଲ ସ୍ବାମୀ, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା, ସୋଫିଆ […] The post ସସ୍‌ପେଣ୍ଡକୁ ନେଇ ତାତିଲେ ତାରା, କହିଲେ ରାତିସାରା ଗୃହ ଭିତରେ ଶୋଇବୁ appeared first on Dharitri Odia News.

ସସ୍‌ପେଣ୍ଡକୁ ନେଇ ତାତିଲେ ତାରା, କହିଲେ ରାତିସାରା ଗୃହ ଭିତରେ ଶୋଇବୁ

ଭୁବନେଶ୍ୱର,୨୫।୩: କଂଗ୍ରେସର ୧୨ବିଧାୟକଙ୍କୁ ନିଲମ୍ବନ ନେଇ ରାଜ୍ୟ ରାଜନୀତି ଉଠୁଛି ପଡୁଛି। ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ବିଧାୟକଙ୍କୁ ୭ ଦିନ ପାଇଁ ନିଲମ୍ବିତ କରାଯାଇଛି । ବାଚସ୍ପତିଙ୍କ ପ୍ରତି ଅସମ୍ମାନ, ବିଧାନସଭାରେ ଅଶୋଭନୀୟ ଆଚରଣ ଓ ବିଧାନସଭାର ନିୟମ ଉଲ୍ଲଘଂନ ପାଇଁ କଂଗ୍ରେସ ସଦସ୍ୟ ରାମଚନ୍ଦ୍ର କାଡାମ, ରାଜନ ଏକ୍କା, ଦାଶରଥୀ ଗମାଙ୍ଗ, ଅଶୋକ ଦାସ, ସତ୍ୟଜିତ ଗମାଙ୍ଗ, ସାଗର ଦାସ, କାଡ୍ରାକା ଆପଲ ସ୍ବାମୀ, ପ୍ରଫୁଲ୍ଲ ପ୍ରଧାନ, ପବିତ୍ର ସାଉଁତା, ସୋଫିଆ ଫିର୍ଦ୍ଦୋସ, ମଙ୍ଗୁ ଖିଲ ଓ ନୀଳମାଧବ ହିକକାଙ୍କୁ ନିଲମ୍ବନ କରାଯାଇଛି।

ତେବେ ନିଲମ୍ବନ କାର୍ଯ୍ୟାନୁଷ୍ଠାନକୁ ନେଇ ତାତିଛନ୍ତି କଂଗ୍ରେସ ନେତା ତାରା ବାହିନୀପତି। ସେ କହିଛନ୍ତି, ଆଜି ରାତିସାରା ଗୃହ ଭିତରେ ଶୋଇବୁ। ବିଧାନସଭା ଗୃହ ଛାଡ଼ିବୁନି। ଗୃହ ଭିତରେ ରାତ୍ରିଯାପନ କରିବୁ, ସେଠାରେ ଶୋଇବୁ। ହାଉସ କମିଟି ଗଠନ ନ ହେବା ପର୍ଯ୍ୟନ୍ତ ଗୃହ ଛାଡ଼ିବୁନି। ବାଚସ୍ପତି ମାର୍ଶଲ ବା ପୋଲିସ ଲଗାନ୍ତୁ, ତାପରେ ଦେଖିବା।

The post ସସ୍‌ପେଣ୍ଡକୁ ନେଇ ତାତିଲେ ତାରା, କହିଲେ ରାତିସାରା ଗୃହ ଭିତରେ ଶୋଇବୁ appeared first on Dharitri Odia News.