ଟିମ୍ ଇଣ୍ଡିଆରେ ଫାଟ! ମୁହଁ ଖୋଲିଲେ ଗୌତମ ଗମ୍ଭୀର
ସିଡନୀ,୨।୧: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ପରାଜୟ ଭାରତୀୟ କ୍ରିକେଟ ଦଳରେ ମତଭେଦ ସୃଷ୍ଟି କରିଛି। ଏହି ପରାଜୟ ପରେ ଡ୍ରେସିଂ ରୁମରେ ମତଭେଦର ଖବର ସାମ୍ନାକୁ ଆସିଛି। ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହି ସମୟରେ ସିଡନୀରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ପୂର୍ବରୁ ଗମ୍ଭୀର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଗୌତମ ଗମ୍ଭୀର କହିଛନ୍ତି, ଡ୍ରେସିଂ ରୁମ ‘ବିତର୍କ’ ସାର୍ବଜନୀନ କରାଯିବା ଉଚିତ୍ […] The post ଟିମ୍ ଇଣ୍ଡିଆରେ ଫାଟ! ମୁହଁ ଖୋଲିଲେ ଗୌତମ ଗମ୍ଭୀର appeared first on Dharitri Odia News.
ସିଡନୀ,୨।୧: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ଟେଷ୍ଟରେ ପରାଜୟ ଭାରତୀୟ କ୍ରିକେଟ ଦଳରେ ମତଭେଦ ସୃଷ୍ଟି କରିଛି। ଏହି ପରାଜୟ ପରେ ଡ୍ରେସିଂ ରୁମରେ ମତଭେଦର ଖବର ସାମ୍ନାକୁ ଆସିଛି। ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ଏହି ସମୟରେ ସିଡନୀରେ ଖେଳାଯିବାକୁ ଥିବା ପଞ୍ଚମ ଟେଷ୍ଟ ପୂର୍ବରୁ ଗମ୍ଭୀର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।
ଗୌତମ ଗମ୍ଭୀର କହିଛନ୍ତି, ଡ୍ରେସିଂ ରୁମ ‘ବିତର୍କ’ ସାର୍ବଜନୀନ କରାଯିବା ଉଚିତ୍ ନୁହେଁ। ସେ ଟେଷ୍ଟ ମ୍ୟାଚ ଜିତିବାର ରଣନୀତି ବ୍ୟତୀତ ବରିଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ସହ କଥାବାର୍ତ୍ତା କରିନାହାଁନ୍ତି। ପ୍ରତ୍ୟେକ ଖେଳାଳି ଜାଣନ୍ତି କେଉଁଠାରେ ତାଙ୍କୁ ଉନ୍ନତି କରିବାକୁ ପଡିବ। ଆମେ ତାଙ୍କୁ କେବଳ ସିଡନୀ ଟେଷ୍ଟ ମ୍ୟାଚ ଜିତିବା କଥା କହିଛୁ।
ଗମ୍ଭୀର ଆହୁରି ମଧ୍ୟ ନିଶ୍ଚିତ କରିଛନ୍ତି, ଦ୍ରୁତ ବୋଲର ଆକାଶଦୀପ ପିଠି ଯନ୍ତ୍ରଣା କାରଣରୁ ଶେଷ ଟେଷ୍ଟ ଖେଳିବେ ନାହିଁ। ତେବେ ତାଙ୍କ ସ୍ଥାନରେ କିଏ ସୁଯୋଗ ପାଇବ ବୋଲି ଗମ୍ଭୀର କହିଛନ୍ତି ନାହିଁ। ପ୍ଲେଇଙ୍ଗ-୧୧ ବିଷୟରେ ଗମ୍ଭୀର କହିଛନ୍ତି ଯେ ୱିକେଟ ଦେଖିବା ପରେ ନିଷ୍ପତ୍ତି ନିଆଯିବ।
ସାମ୍ବାଦିକ ସମ୍ମିଳନୀରେ ରୋହିତ ଶର୍ମାଙ୍କ ବିଷୟରେ ଏକ ପ୍ରଶ୍ନ ପଚରାଯାଇଥିଲା କି ସେ ସିଡନୀ ଟେଷ୍ଟ ଖେଳିବେ କି ନାହିଁ। ଏଥିପାଇଁ କୋଚ ଗମ୍ଭୀର ଏକ ଉତ୍ତେଜନାମୂଳକ ଢଙ୍ଗରେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଁ କହିସାରିଛି ଯେ ଆସନ୍ତାକାଲି ପିଚ ପରୀକ୍ଷା କରିବୁ ଏବଂ କେବଳ ସେତେବେଳେ ଆମେ ପ୍ଲେଇଙ୍ଗ-୧୧ ଉପରେ ନିଷ୍ପତ୍ତି ନେବୁ।
ଭାରତୀୟ ଦଳ ମଧ୍ୟରେ ମତଭେଦକୁ ନେଇ କୋଚ ଗମ୍ଭୀର କହିଛନ୍ତି, ଏଗୁଡ଼ିକ କେବଳ ଗୁଜବ, ସେଥିରେ କୌଣସି ସତ୍ୟତା ନାହିଁ ଏବଂ ମୋର ଏପରି ଗୁଜବକୁ ଜବାବ ଦେବାର ଆବଶ୍ୟକତା ନାହିଁ। ଆମେ ମିଳିତ ଭାବେ ସଫଳତାର ନୂତନ ଉଚ୍ଚତାରେ ପହଞ୍ଚିବାକୁ ଚାହୁଁଛୁ।
The post ଟିମ୍ ଇଣ୍ଡିଆରେ ଫାଟ! ମୁହଁ ଖୋଲିଲେ ଗୌତମ ଗମ୍ଭୀର appeared first on Dharitri Odia News.