ମଇଦାନରେ ପତ୍ନୀଙ୍କୁ ଦେଖି ଏଭଳି କଲେ ଇରଫାନ୍ ପଠାନ, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ Video ଭାଇରାଲ
ନୂଆଦିଲ୍ଲୀ,୧୩।୭: ଓ୍ବାଲ୍ଡ ଚାମ୍ପିଅନ୍ସଶିପ୍ ଅଫ୍ ଲିଜେଣ୍ଡସ୍ ୨୦୨୪ ଫାଇନାଲରେ ଇଣ୍ଡିଆ ଚାମ୍ପିଅନ୍ସ ଟିମ୍ ସହ ପାକିସ୍ତାନ ଚାମ୍ପିଅନ୍ସ ମୁହାଁମୁହିଁ ହେବ। ଏହି ମୁକାବିଲାକୁ ନେଇ ଭିନ୍ନ ଧରଣର କ୍ରେଜ୍ ଦେଖିବାକୁ ମିଳୁଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଖେଳାଳି ଏଥିରେ ଖେଳୁଥିବାରୁ ପ୍ରଶଂସକ ପୁଣିଥରେ ନିଜର ପ୍ରିୟ ଖେଳାଳିମାନଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ପାଇବେ। ସେମିଫାଇନାଲ ମୁକାବିଲାରେ ଇଣ୍ଡିଆ ଚାମ୍ପିଅନ୍ସ ଅଷ୍ଟ୍ରେଲିଆ ଚାମ୍ପିଅନ୍ସକୁ ହରାଇଥିଲା। ଏହି ମ୍ୟାଚ୍ ସହ ଜଡ଼ିତ ଇରଫାନ ପଠାନଙ୍କ ଏକ ଭିଡିଓ ସୋସିଆଲ […] The post ମଇଦାନରେ ପତ୍ନୀଙ୍କୁ ଦେଖି ଏଭଳି କଲେ ଇରଫାନ୍ ପଠାନ, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ Video ଭାଇରାଲ appeared first on Dharitri Odia News.
ନୂଆଦିଲ୍ଲୀ,୧୩।୭: ଓ୍ବାଲ୍ଡ ଚାମ୍ପିଅନ୍ସଶିପ୍ ଅଫ୍ ଲିଜେଣ୍ଡସ୍ ୨୦୨୪ ଫାଇନାଲରେ ଇଣ୍ଡିଆ ଚାମ୍ପିଅନ୍ସ ଟିମ୍ ସହ ପାକିସ୍ତାନ ଚାମ୍ପିଅନ୍ସ ମୁହାଁମୁହିଁ ହେବ। ଏହି ମୁକାବିଲାକୁ ନେଇ ଭିନ୍ନ ଧରଣର କ୍ରେଜ୍ ଦେଖିବାକୁ ମିଳୁଛି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଥିବା ଖେଳାଳି ଏଥିରେ ଖେଳୁଥିବାରୁ ପ୍ରଶଂସକ ପୁଣିଥରେ ନିଜର ପ୍ରିୟ ଖେଳାଳିମାନଙ୍କ ମଧ୍ୟରେ ମୁକାବିଲା ଦେଖିବାକୁ ପାଇବେ। ସେମିଫାଇନାଲ ମୁକାବିଲାରେ ଇଣ୍ଡିଆ ଚାମ୍ପିଅନ୍ସ ଅଷ୍ଟ୍ରେଲିଆ ଚାମ୍ପିଅନ୍ସକୁ ହରାଇଥିଲା। ଏହି ମ୍ୟାଚ୍ ସହ ଜଡ଼ିତ ଇରଫାନ ପଠାନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି।
ବିସ୍ଫୋରକ ଇନିଂସ ଖେଳିବା ପରେ ନିଜର ସୋସିଆଲ ମିଡିଆରେ ଇରଫାନ ଏକ ଭିଡିଓ ଶେୟାର କରିଥିଲେ। ଏବେ ଉକ୍ତ ଭିଡିଓଟି ନିଆଁ ଭଳି ବ୍ୟାପି ଯାଇଛି। ଭିଡିଓରେ ଇନିଂସର ଅନ୍ତ କରି ଇରଫାନ ଫେରୁଥିବା ଦେଖାଯାଉଛି। ଏହି ସମୟରେ ଷ୍ଟାଣ୍ଡରେ ତାଙ୍କ ପତ୍ନୀ ସଫା ବେଗ୍ ନଜର ଆସୁଛନ୍ତି। ସେ ତାଙ୍କର ପ୍ରଶଂସା କରୁଛନ୍ତି। ସେତିକି ବେଳେ ଇରଫାନ ସମସ୍ତଙ୍କ ସମ୍ମୁଖରେ ପତ୍ନୀଙ୍କୁ ‘ଫ୍ଲାଇଂ କିସ୍’ ଦେଇ ଡ୍ରେସିଂ ରୁମ୍ ଚାଲିଯାଉଛନ୍ତି। ଇରଫାନ ଏବଂ ତାଙ୍କ ପତ୍ନୀଙ୍କ ଏହି ସୁନ୍ଦର ଭିଡିଓ ପ୍ରଶଂସକଙ୍କ ହୃଦୟ ଜିତୁଛି।
The post ମଇଦାନରେ ପତ୍ନୀଙ୍କୁ ଦେଖି ଏଭଳି କଲେ ଇରଫାନ୍ ପଠାନ, ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ Video ଭାଇରାଲ appeared first on Dharitri Odia News.