ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ: କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର ଏବଂ ଅଗରକର ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଉପରେ ବଡ଼ ଖୁଲାସା କରିଛନ୍ତି। ଗମ୍ଭୀର କହିଛନ୍ତି, ଶ୍ରୀଲଙ୍କା ଗସ୍ତ ପରେ ଆମେ ଏକ ବଡ଼ ବ୍ରେକ୍‌ ପାଇବୁ। ଏହାପରେ ୧୦ଟି ଟେଷ୍ଟ ମ୍ୟାଚ ଅଛି। ଏହା ଏକ ବଡ ଆହ୍ବାନ। ଆଶାକରେ […] The post ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ: କାହିଁକି ଏମିତି କହିଲେ ଗୌତମ ଗମ୍ଭୀର appeared first on Dharitri Odia News.

ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ: କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ସୋମବାର ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଗମ୍ଭୀର ଏବଂ ଅଗରକର ଅନେକ ପ୍ରଶ୍ନର ଉତ୍ତର ଦେଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଉପରେ ବଡ଼ ଖୁଲାସା କରିଛନ୍ତି।
ଗମ୍ଭୀର କହିଛନ୍ତି, ଶ୍ରୀଲଙ୍କା ଗସ୍ତ ପରେ ଆମେ ଏକ ବଡ଼ ବ୍ରେକ୍‌ ପାଇବୁ। ଏହାପରେ ୧୦ଟି ଟେଷ୍ଟ ମ୍ୟାଚ ଅଛି। ଏହା ଏକ ବଡ ଆହ୍ବାନ। ଆଶାକରେ ଆମେ ଏହି ୧୦ଟି ଟେଷ୍ଟ ମ୍ୟାଚ ରେ ଭଲ ପ୍ରଦର୍ଶନ କରିବାକୁ ସମର୍ଥ ହେବୁ। ସେହି ୧୦ଟି ଟେଷ୍ଟ ମ୍ୟାଚ ପାଇଁ ଜାଡେଜା ଗୁରୁତ୍ୱପୂର୍ଣ୍ଣ। ଆମେ ସେହି ୧୦ଟି ମ୍ୟାଚ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛୁ।
ଗମ୍ଭୀର ଆହୁରି ମଧ୍ୟ କହିଛନ୍ତି, ମୁଁ ଏକ ସଫଳ ଦଳକୁ ଆଗେଇ ନେଉଛି। ଜୟ ଶାହାଙ୍କ ସହ ମୋର ବହୁତ ଭଲ ସମ୍ପର୍କ ଅଛି। ମିଡିଆରେ ଯେଉଁସବୁ ଆଲୋଚନା ଚାଲିଛି ତାହା ଭିତ୍ତିହୀନ। ଗୌତମ ଗମ୍ଭୀର ଗୁରୁତ୍ୱପୂର୍ଣ୍ଣ ନୁହେଁ, ଭାରତୀୟ କ୍ରିକେଟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ଅଗରକର ନିଶ୍ଚିତ କରିଛନ୍ତି ଯେ, ରବିନ୍ଦ୍ର ଜାଡେଜାଙ୍କୁ ଦିନିକିଆ ଦଳରୁ ବାଦ୍‌ ଦିଆଯାଇ ନାହିଁ। ସେ ଆମ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି। ଦଳ ବାହାରେ ଥିବା ପ୍ରତ୍ୟେକ ଖେଳାଳି ଅନୁଭବ କରନ୍ତି ଯେ ତାଙ୍କ ସହ କିଛି ଖରାପ ଘଟଣା ଘଟିଛି। ବେଳେବେଳେ ତାହା ହୁଏ, ସବୁକିଛି ୧୫ରେ ସ୍ଥାନ ପାଇବା କଷ୍ଟକର। କୌଣସି ଦୋଷ ନ ଥାଇ ରିଙ୍କୁ ସିଂ ଟି-୨୦ ବିଶ୍ୱକପରୁ ବଞ୍ଚିତ ହୋଇଥିଲେ। ତେଣୁ ଅକ୍ଷର ପଟେଲ ଏବଂ ରବିନ୍ଦ୍ର ଜାଡେଜା ଆମ ପାଇଁ ଅଦରକାରୀ ନୁହେଁ। ତାଙ୍କୁ ଟେଷ୍ଟ ସିରିଜରେ ଖେଳିବାର ସମ୍ଭାବନା ଅଛି। ସେ ଏପର୍ଯ୍ୟନ୍ତ ଦଳର ଯୋଜନାରେ ଅଛନ୍ତି ଏବଂ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଅଟନ୍ତି।

The post ମୁଁ ଗୁରୁତ୍ୱପୂର୍ଣ୍ଣ ନୁହେଁ: କାହିଁକି ଏମିତି କହିଲେ ଗୌତମ ଗମ୍ଭୀର appeared first on Dharitri Odia News.