ପୋଖରୀରେ ବୁଡ଼ିଗଲେ ବାପା-ପୁଅ : ଜଣେ ମୃତ, ଜଣେ ଉଦ୍ଧାର

ଆଠଗଡ଼ ୨୯।୯: କଟକ ନରସିଂହପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ପୋଖରୀ ବୁଡ଼ି ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଉଦ୍ଧାର ହୋଇଛନ୍ତି । ମୃତକ ଜଣଙ୍କ ୩୫ ବର୍ଷ ବୟସ୍କ ବିଶ୍ୱଜିତ ଧଳ ବୋଲି ଜଣାପଡିଛି । ସୂଚନାଯୋଗ୍ୟ ଯେ, ବିଶ୍ୱଜିତ ଓ ତାଙ୍କ ବାପା ଦୈତାରୀ ଧଳ ଉଭୟ ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବିଶ୍ୱଜିତ ବୁଡ଼ି ଯାଉଥିଲେ । ଏହା ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ବାପା ଦୈତାରୀ ପାଣି ଭିତରକୁ ଯାଇଥିବା ବେଳେ ଉଭୟ ପୋଖରୀରେ ବୁଡ଼ି ଯାଇଥିଲେ । ଏହି ସମୟରେ କିଛି ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର ପାଇଁ ପାଣିରେ ପଶିଥିଲେ ଦୈତାରୀଙ୍କୁ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରିଥିବା ବେଳେ ବିଶ୍ୱଜିତ ସେତେବେଳେକୁ ପାଣିରେ ବୁଡ଼ି ଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ପାଣିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।You Can Read:କାର୍ଯ୍ୟରେ ଯୋଗ ଦେଲେ ଆନ୍ଦୋଳନରତ ନର୍ସିଂ ଅଫିସର

ପୋଖରୀରେ ବୁଡ଼ିଗଲେ ବାପା-ପୁଅ : ଜଣେ ମୃତ, ଜଣେ ଉଦ୍ଧାର

ଆଠଗଡ଼ ୨୯।୯: କଟକ ନରସିଂହପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ପୋଖରୀ ବୁଡ଼ି ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ଉଦ୍ଧାର ହୋଇଛନ୍ତି । ମୃତକ ଜଣଙ୍କ ୩୫ ବର୍ଷ ବୟସ୍କ ବିଶ୍ୱଜିତ ଧଳ ବୋଲି ଜଣାପଡିଛି । 

ସୂଚନାଯୋଗ୍ୟ ଯେ, ବିଶ୍ୱଜିତ ଓ ତାଙ୍କ ବାପା ଦୈତାରୀ ଧଳ ଉଭୟ ଗ୍ରାମ ନିକଟରେ ଥିବା ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ବିଶ୍ୱଜିତ ବୁଡ଼ି ଯାଉଥିଲେ । ଏହା ଦେଖି ତାଙ୍କୁ ଉଦ୍ଧାର କରିବା ପାଇଁ ବାପା ଦୈତାରୀ ପାଣି ଭିତରକୁ ଯାଇଥିବା ବେଳେ ଉଭୟ ପୋଖରୀରେ ବୁଡ଼ି ଯାଇଥିଲେ । ଏହି ସମୟରେ କିଛି ସ୍ଥାନୀୟ ଲୋକ ଉଭୟଙ୍କୁ ଉଦ୍ଧାର ପାଇଁ ପାଣିରେ ପଶିଥିଲେ ଦୈତାରୀଙ୍କୁ ସୁରକ୍ଷିତ ଭାବେ ପାଣିରୁ ଉଦ୍ଧାର କରିଥିବା ବେଳେ ବିଶ୍ୱଜିତ ସେତେବେଳେକୁ ପାଣିରେ ବୁଡ଼ି ଯାଇଥିଲେ । ବହୁ ଖୋଜାଖୋଜି କରିବା ପରେ ପାଣିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନରସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

You Can Read:

କାର୍ଯ୍ୟରେ ଯୋଗ ଦେଲେ ଆନ୍ଦୋଳନରତ ନର୍ସିଂ ଅଫିସର